ETV Bharat / business

29 ବର୍ଷ ତଳକୁ ଖସିପାରେ ଜିଡିପି, ଅଭିବୃଦ୍ଧି ଅନୁମାନ କମାଇଲା INDRA

ଯଦି ଲକଡାଉନ ଅବଧି ବଢିବ ତେବେ ଜିଡିପି 2.1 ପ୍ରତିଶତ ହ୍ରାସ ହୋଇପାରେ । ଏଭଳି ସ୍ଥିତିରେ ଅର୍ଥବ୍ୟବସ୍ଥା ପ୍ରଦର୍ଶନ 41 ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯିବ ! ଅଧିକ ପଢନ୍ତୁ..

Ind-Ra cuts India's FY21 GDP growth further to 1.9%, lowest in 29 years
ଅଭିବୃଦ୍ଧି ଅନୁମାନ କମାଇଲା INDRA
author img

By

Published : Apr 27, 2020, 6:03 PM IST

ମୁମ୍ବାଇ: 2020-21 ଆର୍ଥିକ ବର୍ଷ ପାଇଁ ଭାରତର ଆର୍ଥିକ ବୃଦ୍ଧି ପୂର୍ବାନୁମାନକୁ 1.9 ପ୍ରତିଶତ ହ୍ରାସ କରିଛି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ (INDRA)। ଯାହାକି 29 ବର୍ଷରେ ସର୍ବନିମ୍ନ ବୃଦ୍ଧି ହେବ । କୋଭିଡ -19 ମହାମାରୀରେ ପ୍ରଭାବିତ ଅର୍ଥନୀତିର ସ୍ଥିତିକୁ ଦର୍ଶାଇ INDRA ସୋମବାର ଏହି ରିପୋର୍ଟ ପ୍ରକାଶ କରିଛି ।

ରେଟିଂ ଏଜେନ୍ସିର କହିବା ଅନୁଯାୟୀ, କୋରୋନା କଟକଣା ଦ୍ବାରା ଭାରତର ବାଣିଜ୍ୟ, ନିବେଶ ଏବଂ ରପ୍ତାନି ଉପରେ ଗଭୀର ପ୍ରଭାବ ପଡିଛି । ଯଦି ଲକଡାଉନ ଅବଧି ଆହୁରୀ ବଢିବ ତେବେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ନକରାତ୍ମକ ରହିପାରେ ।

INDRAର ପ୍ରମୁଖ ଅର୍ଥଶାସ୍ତ୍ରୀ ସୁନୀଲ କୁମାର ସିହ୍ନା ଏକ ରିପୋର୍ଟରେ କହିଛନ୍ତି ଯେ, ‘‘ ଆମେ ଆର୍ଥିକ ବର୍ଷ 2020-21 ପାଇଁ ବିକାଶ ଦର ଅନୁମାନକୁ ସମୀକ୍ଷା କରି 3.6 ପ୍ରତିଶତରୁ ହ୍ରାସ କରି 1.9 ପ୍ରତିଶତ କରିଦେଇଛୁ । ଏହା ପୂର୍ବରୁ ଏତେ ହ୍ରାସ 1991-92 ଆର୍ଥିକ ବର୍ଷ ସମୟରେ ହୋଇଥିଲା । ସେହିସମୟରେ ଜିଡିପି କେବଳ 1.1 ପ୍ରତିଶତ ବଢିଥିଲା ।

ତେବେ ଯଦି ଲକଡାଉନ ଅବଧି ବଢିବ ତେବେ ଜିଡିପି 2.1 ପ୍ରତିଶତ ହ୍ରାସ ହୋଇପାରେ । ଏଭଳି ସ୍ଥିତିରେ ଅର୍ଥବ୍ୟବସ୍ଥା ପ୍ରଦର୍ଶନ 41 ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯିବ ବୋଲି ସିହ୍ନା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.