ନୂଆଦିଲ୍ଲୀ: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋଟା ଅଙ୍କର ନଗଦ ରହିଥିବ , ଆଉ ତାହାର ଆୟର ଉତ୍ସ ଅସ୍ପଷ୍ଟ ଥିବ , ତେବେ ଆୟକର ବିଭାଗ ଦ୍ବାରା ଧରାପଡିଲେ ଗଣିବେ ମୋଟା ଅଙ୍କର ଟିକସ ।
ଆୟକର ଧାରା ଆଇନ 69ଏ ଅନୁସାରେ , ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଟଙ୍କା, ସୁନା ଗହଣା କିମ୍ବା ଅନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି , ହେଲ ଏ ନେଇ ସେ ଆୟକର ଦାଖଲରେ ସୂଚନା ଦେଇନାହାନ୍ତି, କିମ୍ବା ଏ ନେଇ କରଦାତା ଦେଉଥିବା ସ୍ପଷ୍ଟୀକରଣରେ ଯଦି ଆୟକର ଅଧିକାରୀ ସନ୍ତୁଷ୍ଟ ନୁହଁ , ତେବେ ଏହାକୁ କରଦାତାଙ୍କ ସେହି ବର୍ଷର ଆୟ ଭାବେ ହିସାବ କରାଯିବ ।
ଏଭଳି ବ୍ୟାଙ୍କ ଖାତାରେ ଥିବା ଏଭଳି ଅସ୍ପଷ୍ଟ ଟଙ୍କା ବାବଦରେ କରଦାତାଙ୍କୁ 83.25 ପ୍ରତିଶତ ଆୟକର ଦେବାକୁ ପଡିବ । ଏହି ନଗଦ ଉପରେ କରଦାତାଙ୍କୁ 60 ପ୍ରତିଶତ ଆୟକର, 25 ପ୍ରତିଶତ ସେସ ଓ 6 ପ୍ରତିଶତ ଜୋରିମାନା ଗଣିବାକୁ ପଡିବ ।