ETV Bharat / business

IMFର ଆକର୍ଷଣୀୟ ଆକଳନ, 11.5% ଅଭିବୃଦ୍ଧି ହାସଲ କରିବ ଭାରତ

author img

By

Published : Jan 26, 2021, 10:08 PM IST

ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ଆଇଏମଏଫର ସକରାତ୍ମକ ଆକଳନ । ଏବର୍ଷ ଅଭିବୃଦ୍ଧି 11.5 ପ୍ରତିଶତ ବଢିପାରେ ବୋଲି ଅନୁମାନ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ । ଅଧିକ ପଢନ୍ତୁ...

IMF ଆକର୍ଷଣୀୟ ଆକଳନ, ତୀବ୍ର ଅଭିବୃଦ୍ଧି ହାସଲ କରିବ ଭାରତ ଅର୍ଥନୀତି

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଅର୍ଥନୀତିକୁ ମିଳିଛି ଉପଶମ । 2021-22 ଆର୍ଥିକ ବର୍ଷରେ ଭାରତ ପାଇଁ 11.5 ପ୍ରତିଶତର ବିକାଶ ଦର ରହିବ । ଏନେଇ ଅନୁମାନ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ।

ଆଇଏମଏଫର ଏହି ଅନୁମାନ ସହ ଭାରତ କୋରୋନା ମହାମାରୀ ମଧ୍ୟରେ ଦୁନିଆର ସବୁଠୁ ବଡ ଅର୍ଥବ୍ୟବସ୍ଥା ହୋଇଛି । ମଙ୍ଗଳବାର ଜାରି ଲାଟେଷ୍ଟ ବୈଶ୍ବିକ ଆର୍ଥିକ ଆଉଟଲୁକ ରିପୋର୍ଟରେ ଅର୍ଥରାଷ୍ଟ୍ରୀୟ ମୁଦ୍ରା କୋଷର ଅଧ୍ୟୟନ ରିପୋର୍ଟ ଅର୍ଥବ୍ୟବସ୍ଥାରେ ଏକ ମଜବୁତ ସୁଧାରକୁ ଦର୍ଶାଉଛି । ଯାହାକି କୋରୋନା ଯୋଗୁଁ 2020 ରେ ଅର୍ଥନୀତି 8 ପ୍ରତିଶତକୁ ଖସିବ ବୋଲି ଅନୁମାନ କରିଥିଲା ।

ଆଇଏମଏଫର ସଦ୍ୟ ଅପଡେଟ ଅନୁସାରେ 2021ରେ ଭାରତ ପାଇଁ 11 ପ୍ରତିଶତ ବୃଦ୍ଧିର ଅନୁମାନ ରହିଛି । ଏଥିରେ ଲେଖାଅଛି କି 2021ରେ ଭାରତ ଦୁନିଆର ଏକମାତ୍ର ପ୍ରମୁଖ ଅର୍ଥବ୍ୟବସ୍ଥା ହେବ, ଯାହା ଦୁଇଅଙ୍କ ରେକର୍ଡ କରିବ । 2021ରେ ଚୀନ 8.1 ପ୍ରତିଶତ ଓ ସ୍ପେନ (5.9 ପ୍ରତିଶତ), ଫ୍ରାନ୍ସ (5.5 ପ୍ରତିଶତ) ଅଭିବୃଦ୍ଧି ପାଇବ ।

ଆଇଏମଏଫ କହିଛି କି ଭାରତୀୟ ଅର୍ଥବ୍ୟବସ୍ଥାକୁ 2020 ପର୍ଯ୍ୟନ୍ତ 8 ପ୍ରତିଶତ ବଢିବା ଅନୁମାନ ରହିଥିଲା ବେଳେ ଚୀନ 2.3 ପ୍ରତିଶତ ବୃଦ୍ଧି ବିଶିଷ୍ଟ ଏକମାତ୍ର ଦେଶ ହେବ । ତେବେ ଆଇଏମଏଫ ଲାଟେଷ୍ଟ ଆକଳନରେ ଭାରତ , ଦୁନିଆର ସବୁଠୁ ତୀବ୍ର ବେଗରେ ବଢୁଥିବା ଅର୍ଥବ୍ୟବସ୍ଥାର ଟ୍ୟାଗ ହାସଲ କରିଛି ।

ଏହି ମାସର ଆରମ୍ଭରେ ଆଇଏମଏଫର ପ୍ରମୁଖ କ୍ରିଷ୍ଟଲୀନା ଜର୍ଜିୟେବା କହିଥିଲେ କି, ଭାରତ ମହାମାରୀ ଓ ଆର୍ଥିକ ପ୍ରଭାବରୁ ମୁକୁଳିବା ପାଇଁ ରପ୍ତାନୀ ବଢାଇବାକୁ ଚେଷ୍ଟା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.