ETV Bharat / business

ବ୍ୟାଙ୍କ ବୁଡିଲେ ୯୦ ଦିନରେ ଜମାକାରୀଙ୍କୁ ମିଳିବ ଟଙ୍କା, ସରକାର ଆଣିବେ ବିଲ୍‌ - ବ୍ୟାଙ୍କ୍‌

ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋଅପରେଟିଭ(PMC), ୟେସ ବ୍ୟାଙ୍କ, ଲକ୍ଷ୍ମୀ ବିଳାସ ଭଳି ବ୍ୟାଙ୍କର ଜମାକାରୀଙ୍କୁ ସରକାରଙ୍କଠାରୁ ମିଳିଛି ବଡ ଆଶ୍ବସ୍ତି । ଅଧିକ ପଢନ୍ତୁ...

ବ୍ୟାଙ୍କ ବୁଡିଲେ ୯୦ ଦିନରେ ଜମାକାରୀଙ୍କୁ ମିଳବ ଟଙ୍କା, ସରକାର ଆଣିବେ ବିଲ୍‌

author img

By

Published : Jul 28, 2021, 10:38 PM IST

ନୂଆଦିଲ୍ଲୀ: ବ୍ୟାଙ୍କ ବୁଡିଲେ ଆଉ ଚିନ୍ତା ନାହିଁ । ସରକାର ଫେରସ୍ତ କରିବେ ଜମା ଟଙ୍କା । ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋଅପରେଟିଭ(PMC), ୟେସ ବ୍ୟାଙ୍କ, ଲକ୍ଷ୍ମୀ ବିଳାସ ଭଳି ବ୍ୟାଙ୍କର ଜମାକାରୀଙ୍କୁ ସରକାରଙ୍କଠାରୁ ମିଳିଛି ବଡ ଆଶ୍ବସ୍ତି ।

DICGC ଆକ୍ଟରେ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି । ଏବେ ଏହା ବାବଦରେ ବିଧେୟକକୁ ସଂସଦରେ ଆଗତ କରାଯିବ । ଏହାଦ୍ବାରା ବ୍ୟାଙ୍କ ବୁଡିଲେ ବୀମା ଆଧାରରେ ଜମାକାରୀଙ୍କୁ ୯- ଦିନ ଭିତରେ ସେମାନଙ୍କର ଟଙ୍କା ଫେରସ୍ତ କରିବେ ସରକାର ।

କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ବୈଠକରେ ଡିପୋଜିଟ ଇନସୁରାନ୍ସ ଆଣ୍ଡ୍‌ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ( DICGC)ଆକ୍ଟରେ ସଂଶୋଧନକୁ ମଞ୍ଜୁରୀ ଦିଆଯାଇଛି ।

ଏହି ସଂଶୋଧନ ବିଲ୍‌ ଯୋଗୁଁ ଜମାକାରୀ ଓ ନିବେଶକଙ୍କୁ ଟଙ୍କାର ସୁରକ୍ଷା ଗ୍ୟାରେଣ୍ଟି ମିଳିବ । ଏହାର ମଞ୍ଜୁରୀ ପରେ କୌଣସି ବ୍ୟାଙ୍କ ବୁଡିଲଲେ ବୀମା ଆଧାରରେ ୯୦ ଦିନ ମଧ୍ୟରେ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ।

ଏହା ଅଧିନରେ କମର୍ସିଆଲ ଅପରେଟେଡ ସମସ୍ତ ବ୍ୟାଙ୍କ ଆସିବେ । ଗ୍ରାମୀଣ ବ୍ୟାଙ୍କ ମଧ୍ୟ ଏହା ଅଧିନରେ ରହିବ । ଏଭଳି ବୀମା ପାଇଁ ଗ୍ରାହକ ନୁହେଁ ବରଂ ବ୍ୟାଙ୍କ ପ୍ରିମିୟମ ଦେଇଥାଏ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.