ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ପ୍ରଭାବରେ ମାନ୍ଦାମୁହାଁ ଅର୍ଥନୀତି । ତେବେ ଏଥିରୁ ମୁକୁଳିବା ପାଇଁ ଗ୍ଲୋବାଲ ମ୍ୟାନେଜମେଣ୍ଟ କନ୍ସଲଟିଙ୍ଗ ଫର୍ମ ବୋଷ୍ଟନ କନ୍ସଲଟିଙ୍ଗ ଗ୍ରୁପ(ବିସିଜି) 2008 ଆର୍ଥିକ ସଙ୍କଟରୁ କିଛି ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଛି ।
ରିପୋର୍ଟରେ କୁହାଯାଇଛି ଯେ, 2008 ସଙ୍କଟ ସମୟରେ ଅନେକ କମ୍ପାନୀ ପୁଣି ଥରେ ଅଣ୍ଟା ସଳଖିବାକୁ ବହୁ ପଦକ୍ଷେପ ଗ୍ରହଣ କରିଥିଲେ ।
12 ବର୍ଷ ଅବଧି ମଧ୍ୟରେ, ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ଚାରୋଟି ପର୍ଯ୍ୟାୟ ଦେଇ ଗତି କରିଛନ୍ତି । ଏଥିରେ ବିଶୃଙ୍ଖଳାକୁ ପରିଚାଳନା , ସ୍ଥିର କରିବା, ଖୋଲିବା ଏବଂ ତ୍ୱରାନ୍ୱିତ କରିବା ରହିଛି ।
‘କ୍ରାଇସେସ କ୍ୟାନ ସ୍ପାର୍କ ଟ୍ରାନ୍ସଫରମେସନ ଆଣ୍ଡ ରିନ୍ୟୁବେଲ’ଶୀର୍ଷକ ରିପୋର୍ଟରେ କୁହାଯାଇଛି କି, ବୃହତ୍ତ ସଫଳତା ପାଇଁ ପ୍ରଚେଷ୍ଟା ଏସବୁ କମ୍ପାନୀର ସଫଳତାର ଚାବି ।
ଉଦାହରଣ ସ୍ବପୂପ ପ୍ରଥମ ପର୍ଯ୍ୟାୟରେ ଟର୍ବୁଲେନ୍ସର ପରିଚାଳନା କରୁଥିବା 25 ଶୀର୍ଷ କମ୍ପୀନୀଙ୍କୁ ଏହି ବିସିଜି ସୂଚୀରେ ସାମିଲ କରାଯାଇଥିଲା । ଯାହା ଏସଏଣ୍ଡପି ଗ୍ଲୋବାଲ 1200 ଇଣ୍ଡେକ୍ସରେ କମ୍ପାନୀଗୁଡିକ ଅପେକ୍ଷା ନଗଦ ଜମା କରିବା ଓ ଲିକ୍ୟୁଡିଟି ବଜାୟ ରଖିବା ନେଇ ଅଧିତ ସମ୍ଭାବନା ଥିଲା ।
ନଗଦ ଏବଂ ନଗଦ ସମକ୍ଷକ ପ୍ରତ୍ୟେକ କମ୍ପାନୀର ମୋଟ ସମ୍ପତ୍ତିର ପ୍ରାୟ 20 ପ୍ରତିଶତ ହୋଇଥିବାବେଳେ ସୂଚକାଙ୍କରେ ଥିବା କମ୍ପାନୀଗୁଡିକ ପାଇଁ ହାରାହାରି 10 ପ୍ରତିଶତରୁ କମ୍ ଥିଲା । ଏପରି ଭାବେ ଯେତେବଳେ ଖୁଲାସା ହେଲା , ସେତେବଳେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ଆର୍ଥିକ ଟେଲୱାଣ୍ଡସରେ ପୁଞ୍ଜି ଲଗାଇଲେ । ଏଥିସହ ଲଗାତାର ବିକାଶ ବଢିଲା ।