ETV Bharat / business

16 ରାଜ୍ୟ ଓ 3 ୟୁଟିକୁ ଦ୍ବିତୀୟ କିସ୍ତିର ଜିଏସଟି କ୍ଷତିପୂରଣ ଜାରି - 16 ରାଜ୍ୟ ଓ 3 ୟୁଟିକୁ ଦ୍ବିତୀୟ କିସ୍ତିର ଜିଏସଟି କ୍ଷତିପୂରଣ ଜାରି

16 ରାଜ୍ୟ ଓ 3 କେନ୍ଦ୍ର ଶାସିତ ଅଞ୍ଚଳକୁ ଜିଏସଟି କ୍ଷତିପୂରଣର ଦ୍ବିତୀୟ କିସ୍ତି ବାବଦରେ ଆଉ 6 ହଜାର କୋଟି ଟଙ୍କା ଜାରି କରିଛି କେନ୍ଦ୍ର । ଅଧିକ ପଢନ୍ତୁ..

16 ରାଜ୍ୟ ଓ 3  ୟୁଟିକୁ  ଦ୍ବିତୀୟ କିସ୍ତିର ଜିଏସଟି କ୍ଷତିପୂରଣ ଜାରି

author img

By

Published : Nov 2, 2020, 8:26 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜୁରାଟ, ବିହାର , ଆସାମ, ଦିଲ୍ଲୀ ଓ ଜାମ୍ମୁକାଶ୍ମୀର , ଓଡିଶା , ପଣ୍ଡିଚେରୀ ସମେତ 16 ରାଜ୍ୟ 3 କେନ୍ଦ୍ରଶାସିତ ଅଞ୍ଚଳକୁ ଦ୍ରବ୍ୟ ଓ ସେବା କର (ଜିଏସଟି ) କ୍ଷତିପୂରଣର ଦ୍ବିତୀୟ କିସ୍ତି ଟଙ୍କା ହସ୍ତାନ୍ତରଣ କରିବେ କେନ୍ଦ୍ର ସରକାର । ଏ ନେଇ ସୋମବାର ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି ।

ଅକ୍ଟୋବର 23 ରେ କେନ୍ଦ୍ର ସରକାର 16 ରାଜ୍ୟ ଓ ଦିଲ୍ଲୀ ଏବଂ ଜାମ୍ମୁ କାଶ୍ମୀର 2 କେନ୍ଦ୍ର ଶାସିତ ଅଞ୍ଚଳକୁ 6 ହଜାର କୋଟି ଟଙ୍କା ହସ୍ତାନ୍ତରଣ କରିଥିଲେ । ଏଥିପାଇଁ କେନ୍ଦ୍ର ସରକାର 6,000 କୋଟି ଟଙ୍କା ଋଣ କରିଛନ୍ତି ।

ତେବେ ଦ୍ବିତୀୟ କିସ୍ତା କ୍ଷତିପୂରଣ ଟ୍ରାନ୍ସଫରେ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀ ସାମିଲ ହୋଇଛି ।

ମନ୍ତ୍ରାଳୟ କହିଛି କି , ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ‘ସ୍ବତନ୍ତ୍ର ୱିଣ୍ଡୋ’ ଅଧିନରେ ରାଜ୍ୟକୁ ଜିଏସଟି କ୍ଷତିପୂରଣ ବାବଦ ବକେୟା ଦେଇଛି । ତେବେ ଦ୍ବିତୀୟ କିସ୍ତି ପାଇଁ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳ ପାଇଁ 6 ହଜାର କୋଟି ଟଙ୍କା ଆଜି ଜାରି କରାଯାଇଛି ।

ସ୍ପେଶାଲ ୱିଣ୍ଡୋ ଅଧିନରେ ଏବେ ସୁଦ୍ଧା କେନ୍ଦ୍ର 12,000 କୋଟି ଟଙ୍କା ଋଣ କରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରିଛି । 4.42 ପ୍ରତିଶତ ସୁଧରେ ଋଣ ନିଆଯାଇଛି ।

ଆନ୍ଧ୍ର ପ୍ରଦେଶ , ଆସାମ, ବିହାର, ଗୋଆ , ଗୁଜୁରାଟ, ହରିୟାଣା , ହିମାଞ୍ଚଳ ପ୍ରଦେଶ , କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ , ଓଡିଶା , ତାମିଲନାଡୁ , ତ୍ରିପୁରା , ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ , ଜାମ୍ମୁ ଓ କାଶ୍ମୀର , ପଣ୍ଡିଚେରୀ ପାଇଁ ଏହି ଋଣ ଟଙ୍କା ଜାରି କରିଛି କେନ୍ଦ୍ର ।

ଗତ ମାସରେ କେନ୍ଦ୍ର ପକ୍ଷରୁ ଜିଏସଟି କ୍ଷତିପୂରଣ ନେଇ ବିରୋଧୀ ଦଳ ଦ୍ବାରା ଶାସିତ ରାଜ୍ୟର ଦାବିକୁ ସ୍ବୀକାର କରାଯାଇଛି । ସେମାନଙ୍କ ଦାବି ଥିଲା କି କେନ୍ଦ୍ର ନିଜେ ଋଣ ନେଇ ରାଜ୍ୟକୁ ଜିଏସଟି କ୍ଷତିପୂରଣ ଦେଉ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.