ETV Bharat / business

ବଦଳିବ 3 ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା - ଋଣ ଗ୍ୟାରେଣ୍ଟି ଯୋଜନା

3 ଲକ୍ଷ କୋଟି ଟଙ୍କାର ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲଜିଏସ)ରେ ଆହୁରୀ ପରିବର୍ତ୍ତନ ଆଣିବାକୁ ସରକାର ପ୍ରସ୍ତୁତ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅଧିକ ପଢନ୍ତୁ..

ବଦଳିବ 3 ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା

author img

By

Published : Aug 26, 2020, 4:53 PM IST

ନୂଆଦିଲ୍ଲୀ: ଆତ୍ମନିର୍ଭ ଭାରତ ପ୍ୟାକେଜ ଅଧିନରେ ଏମଏସଏମଇ ପାଇଁ ଘୋଷଣା ହୋଇଥିବା 3 ଲକ୍ଷ କୋଟି ଟଙ୍କାର ଏମରଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲଜିଏସ)ରେ ଆହୁରୀ ପରିବର୍ତ୍ତନ ଆଣିବାକୁ ସରକାର ପ୍ରସ୍ତୁତ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (CII)ଅନୁସାରେ ଅର୍ଥମନ୍ତ୍ରୀ କହିଛନ୍ତି କି, ଘରୋଇ ରାଜସ୍ବ ଆଦାୟକୁ ନେଇ ବର୍ତ୍ତମାନ ସମୟରେ ଚିନ୍ତା ଘାରିଛି । କାରଣ କୋଭିଡ -19 ମହାମାରୀ ପର୍ଯ୍ୟଟନ, ରିଅଲ ଇଷ୍ଟେଟ୍, ହୋଟେଲ ଓ ଆତିଥ୍ୟ ଏବଂ ବିମାନ ସେବା ଉପରେ ବହୁତ ଖରାପ ପ୍ରଭାବ ପକାଇଛି।

ତେବେ ସିଆଇଆଇ ସଦସ୍ୟଙ୍କ ସହ ହୋଇଥିବା ବୈଠକରେ ସୀତାରମଣ କହିଛନ୍ତି କି, ଇନଫ୍ରାଷ୍ଟକ୍ଚର କ୍ଷେତ୍ରରେ ସୁଧାର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରାଥମିକତା । ଏଭଳି ପରିସ୍ଥିତିରେ ବ୍ୟାଙ୍କ ସମେତ କ୍ୟାବିନେଟ ଦ୍ୱାରା ଅନୁମୋଦିତ ବିନିବେଶ ପ୍ରସ୍ତାବ ଉପରେ ଏହା ଶୀଘ୍ର ଆଗକୁ ବଢିବ ।

ସରକାର ଚଳିତ ମାସ ଆରମ୍ଭରେ 3 ଲକ୍ଷ କୋଟି ଟଙ୍କା ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ECLGS) ର ପରିସର ବୃଦ୍ଧି କରି ବକେୟା ଋଣ ସୀମାକୁ ଦ୍ୱିଗୁଣିତ କରି 50 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।

ଏହା ସହିତ, ଏମଏସଏମଇ ବ୍ୟତୀତ, ଏଥିରେ ବ୍ୟକ୍ତିଗତ ବୃତ୍ତିଧାରୀ ଯେଭଳି ଡାକ୍ତର, ଆଇନଜୀବୀ ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟଙ୍କୁ ବ୍ୟବସାୟ ଉଦ୍ଦେଶ୍ୟରେ ଦିଆଯାଉଥିବା ଋଣକୁ ମଧ୍ୟ ଏହି ସୁବିଧା ଅଧିନରେ ନିଆଯାଇଛି । ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ ଅଧୀନରେ ECLGS ଘୋଷଣା କରାଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.