ETV Bharat / business

ବଜେଟ 2021: ଅନେକ ସାମଗ୍ରୀରୁ ହଟିବ ସୀମା ଶୁଳ୍କ

author img

By

Published : Jan 26, 2021, 4:07 PM IST

ଏହି ବଜେଟରେ ସରକାର ଅନେକ ବସ୍ତୁ ଉପରେ ସୀମା ଶୁଳ୍କ ହ୍ରାସ କରିପାରନ୍ତି । ଯେଉଁଥିରେ ଫର୍ଣ୍ଣିଚର, କଞ୍ଚାମାଲ, କିଛି ରସାୟିକ ସାମଗ୍ରୀ, ଦୂରସଞ୍ଚାର ଉପକରଣ ଓ ରବର ଉତ୍ପାଦ ଆଦି ସାମିଲ ଅଛି । ଅଧିକ ପଢନ୍ତୁ..

ବଜେଟ 2021: ଅନେକ ସାମଗ୍ରୀରୁ ହଟିବ ସୀମା ଶୁଳ୍କ
ବଜେଟ 2021: ଅନେକ ସାମଗ୍ରୀରୁ ହଟିବ ସୀମା ଶୁଳ୍କ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆଗତ ହେବ 2021-22 ଆର୍ଥିକ ବର୍ଷର ସାଧାରଣ ବଜେଟ । ତେବେ ଏହି ବଜେଟରେ ସରକାର ଅନେକ ବସ୍ତୁ ଉପରେ ସୀମା ଶୁଳ୍କ ହ୍ରାସ କରିପାରନ୍ତି । ଯେଉଁଥିରେ ଫର୍ଣ୍ଣିଚର, କଞ୍ଚାମାଲ, କିଛି ରସାୟିକ ସାମଗ୍ରୀ, ଦୂରସଞ୍ଚାର ଉପକରଣ ଓ ରବର ଉତ୍ପାଦ ଆଦି ସାମିଲ ଅଛି । ସୂତ୍ର ପକ୍ଷରୁ ଏ ନେଇ ସୂଚନା ମିଳିଛି ।

ସେ କହିଛନ୍ତି କି ପଲିସି କରାଯାଇଥିବା ହୀରା, ରବର ସାମଗ୍ରୀ, ଚମଡା କପଡା, ଦୂରସଞ୍ଚାର ଉପକରଣ ଓ କାର୍ପେଟ ଭଳି 20 ରୁ ଅଧିକ ଉତ୍ପାଦ ଉପରେ ଆମଦାନୀ ଶୁଳ୍କରେ ହ୍ରାସ କରାଯାଇପାରେ । ଏହା ବ୍ୟତିତ ଫର୍ଣ୍ଣିଚର ତିଆରିରେ ବ୍ୟବହୃତ କିଛି କାଠ ଓ ହାର୍ଡବୋର୍ଡ ଆଦି ଉପରେ ସୀମା ଶୁଳ୍କ ସମ୍ପୁର୍ଣ୍ଣ ଭାବେ ହଟାଯାଇପାରେ ।

‘‘ ମହଙ୍ଗା କଞ୍ଚାମାଲ ଅନ୍ତରାଷ୍ଟ୍ରୀୟ ବଜାରରେ ଭାରତର ଦାମ ପ୍ରତିଯୋଗିତାଙ୍କୁ ପ୍ରଭାବିତ କରିପାରେ । ଦେଶରୁ ଫର୍ଣ୍ଣିଚରର ରପ୍ତାନୀ ବହୁତ କମ (ପ୍ରାୟ 1 ପ୍ରତିଶତ) ରହିଛି । ଯେତେବେଳେ କି ଚୀନ ଓ ଭିଏତନାମା ଭଳି ଦେଶ ଏହି କ୍ଷେତ୍ରର ପ୍ରମୁଥ ରପ୍ତାନୀକାରୀ ବୋଲି କୁହାଯାଇଛି ।

କୋଲତାର (Bitumen) ଏବଂ ତମ୍ବା ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ହ୍ରାସ କରିବାକୁ ମଧ୍ୟ ସରକାର ବିଚାର କରିପାରନ୍ତି। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପୂର୍ବରୁ ଅନେକ ପଦକ୍ଷେପ ନେଇଛନ୍ତି।

ଏୟାର କଣ୍ଡିସନର ଓ ଏଲଇଟି ଲାଇଟ ସମେତ ଅନେକ କ୍ଷେତ୍ର ପାଇଁ ଉତ୍ପାଦନ ଆଧାରିତ ବିନିର୍ମାଣ ଯୋଜନା (ପିଏଲଆଇ)ର ଆରମ୍ଭ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021 ଫେବୃଆରୀ ପହିଲାରରେ ବଜେଟ ଉପସ୍ଥାପନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.