ETV Bharat / business

ଜିଏସଟି ଅଧିନରେ ଆସିବ ପ୍ରାକୃତିକ ଗ୍ୟାସ : ମୋଦି - ଏନର୍ଜି ସେକ୍ଟର

ଭାରତର ଏନର୍ଜି ସେକ୍ଟରରେ ନିବେଶ ପାଇଁ ସେ ବୈଶ୍ବିକ ନିବେଶକଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଉର୍ଜାକୁ ସୁଲଭ ଓ ସହଜରେ ଉପଲବ୍ଧ ପାଇଁ ଏହାକୁ ଜିଏସଟି ଅଧିନରେ ଆଣିବାକୁ ଦିଆଯାଇଛି ସଙ୍କେତ । ଅଧିକ ପଢନ୍ତୁ..

ଜିଏସଟି ଅଧିନରେ ଆସିବ ପ୍ରାକୃତିକ ଗ୍ୟାସ : ମୋଦି

author img

By

Published : Feb 17, 2021, 5:49 PM IST

ନୂଆଦିଲ୍ଲୀ: ଉର୍ଜା କ୍ଷେତ୍ରରେ ଆଗେଇବ ଭାରତ । 2030 ସୁଦ୍ଧା ଭାରତ ଅକ୍ଷୟ ଉତ୍ସରୁ 40 ଶକ୍ତି ଉତ୍ପାଦନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଦ୍ରବ୍ୟ ଓ ସେବା କର (ଜିଏସଟି) ଅଧିନରେ ପ୍ରାକୃତିକ ଗ୍ୟାସ ଅନ୍ତର୍ଭୁକ୍ତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇଛନ୍ତି ପିଏମ ।

ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଉଦଘାଟନରେ ଉଦବୋଧନ ଦେଇ ପିଏମ ଦେଶର ଉର୍ଜା ସେକ୍ଟର ସ୍ଥିତି ଓ ଆଗାମୀ ଯୋଜନା ନେଇ କହିଛନ୍ତି । ଭାରତର ଏନର୍ଜି ସେକ୍ଟରରେ ନିବେଶ ପାଇଁ ସେ ବୈଶ୍ବିକ ନିବେଶକଙ୍କୁ ଆହ୍ବାନ ଦେଇଛନ୍ତି ।

ସେ କହିଛନ୍ତି ଯେ, ତୈଳ ଓ ଗ୍ୟାସ ଭିତ୍ତିଭୂମି ମଜବୁତ ପାଇଁ ଭାରତ 5 ବର୍ଷ ମଧ୍ୟରେ 7.5 ଲକ୍ଷ କୋଟି (103.05 ବିଲିୟନ ଡ଼ଲାର) ଖର୍ଚ୍ଚ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରାକୃତିକ ଗ୍ୟାସ ବର୍ତ୍ତମାନ ଜିଏସଟିର ଆଭିମୁଖ୍ୟ ବାହାରେ । ଏଥିରେ ଏବେ ଲିଗାସୀ ଟିକସ, କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି, ରାଜ୍ୟ ଭାଟ, କେନ୍ଦ୍ରୀୟ ବିକ୍ରୟ କର ଲାଗୁଛି । ଏହା ଇନ୍ଧନରେ ଗଣତି ହେଉଛି ।

ଭାରତ 2019-20ରେ 85 ପ୍ରତିଶତ ତେଲ, 53 ପ୍ରତିଶତ ପ୍ରାକୃତିକ ଗ୍ୟାସ ଆମଦାନୀ କରିଛି । ତେବେ ଭାରତ ଏନର୍ଜି ଆମଦାନୀକୁ ହ୍ରାସ କରି ଏହି କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଚାହିଁ । ଏଣୁ ଦେଶରେ ଏ ନେଇ ସୁଯୋଗ ସୃଷ୍ଟି ସହ ଏହା ଉପରେ କର ହ୍ରାସ ନେଇ ଯୋଜନା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.