ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲରେ ଟିକସ ରିହାତି ନେଇ କୌଣସି ପ୍ରସ୍ତାବ ନାହିଁ । ଲୋକସଭା ପ୍ରଶ୍ନକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନେଇ ଏ ନେଇ ସ୍ପଷ୍ଟ ଟିପ୍ପଣୀ ଦେଇଛନ୍ତି ।
ସେ କହିଛନ୍ତି ଯେ, ଦୁନିଆରେ ଏପରି କିଛି ନିଶ୍ଚିତ ସମୟ ପାଇଁ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିନଥାଏ। ସେହିପରି ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ଅଧିନରେ ଆଣିବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ପ୍ରଥମରୁ ହିଁ ଏହା ଜିଏସଟିର ଜିରୋ ରେଟ କ୍ୟାଟେଗୋରୀ ମଧ୍ୟରେ ରହିଛି। ଏହା ପରେ ଜିଏସଟି ପରିଷଦ ଏନେଇ ନିଷ୍ପତ୍ତି ନେଇଥାଏ।’