ETV Bharat / business

ଭାରତର ଆର୍ଥିକ ଦୃଷ୍ଟିକୋଣ ସ୍ଥିରରୁ ‘ନକରାତ୍ମକ’ କରିଛି ଫିଚ ରେଟିଂ

author img

By

Published : Jun 18, 2020, 8:53 PM IST

କୋଭିଡ-19 ମହାମାରୀ ଯୋଗୁଁ ଏ ବର୍ଷ ଦେଶର ଅଭିବୃଦ୍ଧି ହ୍ରାସ ପାଇପାରେ । ଏଥିସହ ସରକାରଙ୍କ ଉପରେ ଋଣ ବୋଝ ବୃଦ୍ଧି ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ ବୋଲି ଏଜେନ୍ସି ଆକଳନ କରିଛି । ଅଧିକ ପଢନ୍ତୁ..

Fitch lowers Indias outlook to negative
ଭାରତର ଆର୍ଥିକ ଦୃଷ୍ଟିକୋଣ ସ୍ଥିରରୁ ‘ନକରାତ୍ମକ’ କରିଛି ଫିଚ ରେଟିଂ

ନୂଆଦିଲ୍ଲୀ: ଗୁରୁବାର ଫିଚ ରେଟିଂ ଭାରତର ଆର୍ଥିକ ଦୃଷ୍ଟିକୋଣକୁ ସ୍ଥିରରୁ ନକରାତ୍ମକରେ ବଦଳାଇଛି । ଯାହାକି 8 ବର୍ଷରେ ପ୍ରଥମଥର ହୋଇଛି ।

କୋଭିଡ-19 ମହାମାରୀ ଯୋଗୁଁ ଏ ବର୍ଷ ଦେଶର ଅଭିବୃଦ୍ଧି ହ୍ରାସ ପାଇପାରେ । ଏଥିସହ ସରକାରଙ୍କ ଉପରେ ଋଣ ବୋଝ ବୃଦ୍ଧି ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ ବୋଲି ଏଜେନ୍ସି ଆକଳନ କରିଛି ।

ଫିଚ ପୂର୍ବରୁ ମୁଡିସ ମଧ୍ୟ ଏ ମାସର ଆରମ୍ଭରେ ଦେଶର ରେଟିଂ କମ କରି ସର୍ବନିମ୍ନ ନିବେଶ ଶ୍ରେଣୀ ‘ବିଏଏ2’ରେ ରଖିଦେଇଥିଲା ।

ରେଟିଂ ଏଜେନ୍ସି ଏକ ବିବୃତ୍ତିରେ କହିଛି କି, ‘‘ଫିଚ ରେଟିଂ ଭାରତର ଦୀର୍ଘମିଆଦୀ ଦୃଷ୍ଟିକୋଣକୁ ସ୍ଥିରରୁ ନକାରାତ୍ମକକୁ ବଦଳାଇ ଦେଇଛି । ଏଥିସହ ଭାରତର ରେଟିଂ 'ବିବିବି ମାଇନସ୍' ହୋଇଛି ।

ଫିଚ ଅନୁମାନ କରିଛି କି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରରତର ଅର୍ଥବ୍ୟବସ୍ଥା 5 ପ୍ରତିଶତ ପର୍ଯ୍ୟନ୍ତ ସଙ୍କୁଚିତ ହେବ । ଏହାର କାରଣ ହେଉଛି କୋରୋନା ଯୋଗୁଁ ମାର୍ଚ୍ଚ 25ରୁ ଦେଶରେ ଲାଗୁ ହୋଇଛିବା ଲକଡାଉନ । ଯେଉଁଥିପାଇଁ ଲମ୍ବା ସମୟ ଧରି ଆର୍ଥିକ ଗତିବିଧି ଠପ ରହିଥିଲା ।

ତେବେ 2020-21ରେ ଦେଶର ଅର୍ଥବ୍ୟବସ୍ଥା ସୁଧୁରି 9.5 ପ୍ରତିଶତ ହାରର ବୃଦ୍ଧି ପାଇବ ବୋଲି ଏଜେନ୍ସି ଆକଳନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.