ETV Bharat / business

ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ 78 ହଜାର କୋଟି ଟଙ୍କା ଜାରି

ଦ୍ରବ୍ୟ ଏବଂ ସେବା କର (ଜିଏସଟି) କ୍ଷତିପୂରଣ ଅଭାବକୁ ପୂରଣ କରିବା ପାଇଁ କେନ୍ଦ୍ର 6,000 କୋଟି ଟଙ୍କାର 13ତମ କିସ୍ତି ରାଜ୍ୟକୁ ଜାରି କରିଛି । ଅଧିକ ପଢନ୍ତୁ..

FinMin releases weekly instalment of Rs 6,000 cr to meet GST shortfall
ଜିଏସଟି କ୍ଷତିପୂରଣ: ରାଜ୍ୟ ଓ ୟୁଟିକୁ 78 ହଜାର କୋଟି ଟଙ୍କା ଜାରି
author img

By

Published : Jan 25, 2021, 7:46 PM IST

ନୂଆଦିଲ୍ଲୀ: ରାଜ୍ୟକୁ ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣର 13 ତମ କିସ୍ତି ଜାରି କଲା ଅର୍ଥ ମନ୍ତ୍ରାଳୟ । ସୋମବାର ମନ୍ତ୍ରାଳୟ ରାଜ୍ୟଗୁଡିକୁ 6,000 କୋଟି ଟଙ୍କା ପ୍ରଦାନ କରିଛି । ଏଥିସହ ଏବେ ସୁଦ୍ଧା ମୋଟ 78 ହଜାର କୋଟି ଟଙ୍କା ଜାରି କରାଯାଇଛି ବୋଲି ମନ୍ତ୍ରାଳୟ ସୂଚନା ଦେଇଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏବେ ସୁଦ୍ଧା ଆନୁମାନିକ ଜିଏସଟି କ୍ଷତିପୂରଣର 70 ପ୍ରତିଶତ ଅଂଶ ଜାରି କରାଯାଇ ସାରିଛି । ଜିଏସଟି ଲାଗୁ କରାଯିବା ପରେ ରାଜସ୍ବରେ 1.10 ଲକ୍ଷ କୋଟି ଟଙ୍କାର ଆନୁମାନିକ ହ୍ରାସ ଦେଖାଦେଇଛି । ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର 2020 ଅକ୍ଟୋବରରେ ଏକ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଥିଲା ।

ଅର୍ଥମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି , ଏହା ଜିଏସଟି କ୍ଷତିପୂରଣ ପାଇଁ ରାଜ୍ୟକୁ 6000 କୋଟି ଟଙ୍କାର 13 ତମ ସାପ୍ତାହିକ କିସ୍ତି ଜାରି କରିଛି । ଏଥିମଧ୍ୟରୁ 23 ରାଜ୍ୟକୁ 5,516.60 କୋଟି ଟଙ୍କା ଜାରି କରାଯାଇଛି । ଯେତେବେଳେ କି ବିଧାନସଭା ରହିଥିବା 3 କେନ୍ଦ୍ର ଶାସିତ ରାଜ୍ୟ (ଦିଲ୍ଲୀ, ଜାମ୍ମୁକାଶ୍ମୀର ଓ ପୁଡୁଚେରୀ)କୁ 483.40 କୋଟି ଟଙ୍କା ଜାରି ହୋଇଛି । ବିବୃତ୍ତି ଅନୁସାରେ କେନ୍ଦ୍ର ସରକାର ଏବେ ସୁଦ୍ଧା ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ହାରାହାରି 4.74 ପ୍ରତିଶତ ସୁଧ ହାରରେ 78,000 କୋଟି ଟଙ୍କା ଋଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.