ETV Bharat / business

ଗଡକରୀଙ୍କ ଆଶ୍ବସନା, 2 ଦିନରେ ଆସିପାରେ ଆର୍ଥିକ ପ୍ୟାକେଜ - gadkari to industry

ଶୀଘ୍ର ଆର୍ଥିକ ପ୍ୟାକେଜ ଘୋଷଣା ହୋଇପାରେ । ଏଥିସହ ଆୟକର ଓ ଜିଏସଟି ରିଫଣ୍ଡ ପ୍ରକ୍ରିୟା ତ୍ବରିତ ନେଇ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଉଦ୍ୟୋଗକୁ ଆଶ୍ବସନା ଦେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏ ନେଇ କହିଛନ୍ତି । ଅଧିକ ପଢନ୍ତୁ...

financial package
ଗଡକରୀଙ୍କ ଆଶ୍ବସନା, 2 ଦିନରେ ଆସିପାରେ ଆର୍ଥିକ ପ୍ୟାକେଜ
author img

By

Published : May 12, 2020, 10:07 PM IST

ନୂଆଦିଲ୍ଲୀ: ଆସନ୍ତା 2ରୁ 3 ଦିନ ମଧ୍ୟରେ ଆର୍ଥିକ ପ୍ୟାକେଜ ଘୋଷଣା ହୋଇପାରେ । ଉଦ୍ୟୋଗ ଜଗତକୁ ଆଶ୍ବସନା ଦେଇ କେନ୍ଦ୍ର ଏମଏସଏମଇ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସୋମବାର ଏ ନେଇ ସୂଚନା ଦେଇଛନ୍ତି ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ କିସ୍ତିକୁ 3 ମାସ ସ୍ଥଗିତ ନେଇ ଘୋଷଣା ପରେ ବି ସ୍ଥିତି ସୁଧୁରୁନି । ତେବେ ସରକାର ଉଦ୍ୟୋଗ ସହ ଠିଆ ହୋଇଛନ୍ତି । କିନ୍ତୁ ସରକାରଙ୍କ ସୀମାକୁ ମଧ୍ୟ ଉଦ୍ୟୋଗ ବୁଝିବା ଦରକାର ବୋଲି ବୋଲି ଗଡକରୀ ଜଣାଇଛନ୍ତି ।

ଗଡକରୀ କହିଛନ୍ତି କି, ‘‘ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତ ପ୍ରକାର ପ୍ରୟାସ କରୁଛୁ । ଜାପାନା ଓ ଆମେରିକା ସରକାର ବୃହତ ପ୍ୟାକେଜର ଘୋଷଣା କରିଛନ୍ତି । ଏଥିଯୋଗୁଁ ବହୁ ତର୍କବିତର୍କ ବି ହେଉଛି । କିନ୍ତୁ ଆମକୁ ଧ୍ୟାନ ରଖିବା ଦରକାର ଯେ ସେମାନଙ୍କ ଅର୍ଥବ୍ୟବସ୍ଥା ଭାରତ ଠାରୁ କାହିଁ କେତେ ଗୁଣରେ ବଡ଼ ।

କୋରୋନା ସଂକ୍ରମଣ ରୋକିବାକୁ ଜାରି ଲକଡାଉନ ମଧ୍ୟରେ ଲୋକଙ୍କ ସମସ୍ୟାକୁ ବୁଝି ଭାରୀୟ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ 27ରେ ଋଣ ପରିଶୋଧକୁ 3 ମାସ ଟାଳିଥିଲା । ତେବେ ତେଲେଙ୍ଗାନା ଉଦ୍ୟୋଗ ଜଗତ ସହ ଭିଡିଓ କନଫରେନ୍ସି ଜରିଆରେ ଗଡକରୀ କହିଛନ୍ତି ଯେ, ଆୟକର ଓ ଜିଏସଟି ରିଫଣ୍ଡ ପ୍ରକ୍ରିୟାକୁ ତୁଟାଇ ସମ୍ଭନ୍ଧିତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠାଇବାକୁ ସରକାରଙ୍କୁ ଜଣାଇଛନ୍ତି । ଏଥିସହ ଆର୍ଥିକ ପ୍ୟାକେଜ ଶୀଘ୍ର ଆସିବା ନେଇ ମନ୍ତ୍ରୀ ଜଣାଇବା ସହ ଏ ନେଇ ସେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.