ETV Bharat / business

ଆସନ୍ତା 16ରୁ ବଜେଟ ପ୍ରସ୍ତୁତି ଆରମ୍ଭ

author img

By

Published : Oct 3, 2020, 10:54 PM IST

ଫେବୃଆରୀ ପହିଲାରେ ଆଗତ ହୋଇପାରେ 2021-22ର ଆୟବ୍ୟୟର ଅଟକଳ । ଏ ନେଇ ଆସନ୍ତା 16ରୁ ପ୍ରାକ ବଜେଟ ପ୍ରସ୍ତୁତି ଆରମ୍ଭ ହେବ । ଅଧିକ ପଢନ୍ତୁ..

ଆସନ୍ତା 16ରୁ ବଜେଟ ପ୍ରସ୍ତୁତି ଆରମ୍ଭ
ଆସନ୍ତା 16ରୁ ବଜେଟ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: 2021-22 ବଜେଟ ପାଇଁ ଆସନ୍ତା 16ରୁ ପ୍ରସ୍ତୁତି କାମ ଆରମ୍ଭ ହେବ । ଏ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ମୋଦି ସରକାରଙ୍କ ଦ୍ବିତୀୟ ପାଳିର ସରକାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ତୃତୀୟ ବଜେଟ ହେବ । ତେବେ କୋରୋନା ମହାମାରୀ ଯୋଗୁଁ ଦେଶର ଜିଡିପି ତଳମୁହାଁ ଓ ଆର୍ଥିକ ପରିଦୃଶ୍ୟ ନକରାତ୍ମକ ଥିବାରୁ ଏଥର ବଜେଟ ଉପରେ ରହିଛି ସମସ୍ତଙ୍କ ନଜର ।

ସେହିଭଳି କୋଭିଡ ଯୋଗୁଁ ରାଜସ୍ବ ପ୍ରବଳ ମାତ୍ରାରେ ହ୍ରାସ ହୋଇଛି । ବିଭିନ୍ନ ସେକ୍ଟରର ଗତିବିଧି ଧୀମା ପଡିଛି । ଅଭିବୃଦ୍ଧି ହାର ଆଶା ଠାରୁ ପ୍ରବଳ ଖସିଛି । ଏଭଳି ସ୍ଥିତିରେ ସବୁ ସେକ୍ଟରକୁ ସୁହାଇଲା ଭଳି ବଜେଟ ଆଣିବା ଚ୍ୟାଲେଞ୍ଜିଂ ହେବ । ତେବେ ଆସନ୍ତା 16ରୁ ଏଥିପାଇଁ ପ୍ରାକ ବଜେଟ ବୈଠକ ସବୁ ଆରମ୍ଭ ହେବ ବୋଲି ଅର୍ଥନୈତିକ ବ୍ୟାପର ବିଭାଗର ବଜେଟ ଡିଭିଜନ ପକ୍ଷରୁ ପ୍ରକାଶିତ ଏକ ସର୍କୁଲାରରେ କୁହାଯାଇଛି । ଏହା ନଭେମ୍ବର ପ୍ରଥମ ସପ୍ତାହ ଯାଏଁ ଚାଲିବ ।

2021-22 ପାଇଁ ବଜେଟ ଆଗତ ଆସନ୍ତା ବର୍ଷ ଫେବୃଆରୀ ପହିଲାରେ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.