ETV Bharat / business

ଲକଡାଉନ ଛାଟ: ମେ’ରେ ରପ୍ତାନୀ 36.47 ପ୍ରତିଶତ ହ୍ରାସ - Exports fall

ଲକଡାଉନ ମାଡରେ ରପ୍ତାନୀ ସେକ୍ଟର ଗଭୀର ଗୁରୁତର । ଲଗାତାର ଭାବେ ହ୍ରାସ ପାଉଛି ରପ୍ତାନୀ ପରିମାଣ । ଅଧିକ ସଂଖ୍ୟକ ଅର୍ଡର ବି ରଦ୍ଦ ହେଉଥିବାବେଳେ ବେପାର ମଧ୍ୟ ମାନ୍ଦା ପଡିଛି । ମେ ମାସରେ ରପ୍ତାନୀ 36.47 ପ୍ରତିଶତ କମିଛି । ଅଧିକ ପଢନ୍ତୁ..

INDIAS FOREIGN TRADE
ମେ’ରେ ରପ୍ତାନୀ 36.47 ପ୍ରତିଶତ ହ୍ରାସ
author img

By

Published : Jun 16, 2020, 2:19 PM IST

ନୂଆଦିଲ୍ଲୀ: କୋରୋନା କଟକଣା ଲକଡାଉନ ଯୋଗୁଁ ଦେଶରେ ଲଗାତାର ତୃତୀୟ ମାସ ଧରି ରପ୍ତାନୀରେ ହ୍ରାସ ଦେଖାଦେଇଛି । ମେ ମାସରେ ରପ୍ତାନୀ 36.47 ପ୍ରତିଶତ ହ୍ରାସ ପାଇ 19.05 ଅରବ ଡଲାର ରହିଛି । ବିଶେଷ କରି ପେଟ୍ରୋଲିୟମ, କପଡା, ଇଞ୍ଜିନିୟରିଂ ଦ୍ରବ୍ୟ, ରତ୍ନ ଏବଂ ଆଭୂଷଣ ରପ୍ତାନୀରେ ହ୍ରାସ ଯୋଗୁଁ ମୋଟ ରପ୍ତାନୀ ପରିମାଣ କମିଛି ।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ଜାରି ତଥ୍ୟ ଅନୁସାରେ ମେ ମାସରେ ଆମଦାନୀ ମଧ୍ୟ 51 ପ୍ରତିଶତ ହ୍ରାସ ପାଇ 22.2 ଅରବ ଡଲାର ରହିଛି । ଏହା ଦ୍ବାରା ବ୍ୟାପାର ହ୍ରାସ ପାଇ 3.15 ଅରବ ଡଲାରରେ ପହଞ୍ଚିଛି । ଯାହାକି ଗତ ବର୍ଷ ଏହି ମାସରେ 15.36 ଅରବ ଡଲାର ଥିଲା ।

ଚଳିତ ଆର୍ଥିକ ବର୍ଷର ପ୍ରଥମ 2 ମାସ ଏପ୍ରିଲ ଓ ମେ ମାସରେ ରପ୍ତାନୀ 47.54 ପ୍ରତିଶତ ହ୍ରାସ ପାଇ 29.41 ଅରବ ଡଲାର ରହିଛି । ସେହିପରି ଆମଦାନୀ ମଧ୍ୟ 5.67 ପ୍ରତିଶତ କମି 39.32 ଅରବ ଡଲାର ରହିଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ 2 ମାସରେ ବ୍ୟାପାର ହ୍ରାସ ପାଇ 9.91 ଅରବ ଡଲାର ରହିଛି । 2020 ମେ ମାସରେ ତେଲ ଆମଦାନୀ 71.98 ପ୍ରତିଶତରୁ ହ୍ରାସ ପାଇ 3.49 ଅରବ ଡଲାର ରହିଛି । ଯାହାକି 1 ବର୍ଷ ପୂର୍ବେ ଏହି ମାସରେ 12.44 ଅରବ ଡଲାର ରହିଥିଲା । ସେହିପରି ସୁନା ଆମଦାନୀ ମଧ୍ୟ ମେ ମାସରେ 98.4 ପ୍ରତିଶତ ଖସି 7.631 କୋଟି ଡଲାର ରହିଛି । ମେ ମାସରେ ଅଶୋଧିତ ତୈଳ ଆମଦାନୀ 3.49ଅରବ ଡଲାର ଅଛି । ଯାହାକି ଗତ ବର୍ଷ ସମାନ ମାସ ତୁଳନାରେ 71.98 ପ୍ରତିଶତ କମ ।

ଏପ୍ରିଲରେ ଦେଶର ରପ୍ତାନୀ 60.28 ପ୍ରତିଶତ ହ୍ରାସ ପାଇ 10.36 ଅରବ ଡଲାର ରହିଥିଲା । ସେହିପରି ଆମଦାନୀ 58.65 ପ୍ରତିଶତ କମି 17.12 ଅରବ ଡଲାର ଥିଲା ।

ରପ୍ତାନୀରେ ହ୍ରାସର ପ୍ରମୁଖ କାରଣ ହେଉଛି ବିଶ୍ବ ସ୍ତରରେ ଦୁର୍ବଳ ସଙ୍କେତ । କୋଭିଡ-19 ସଙ୍କଟ ଯୋଗୁଁ ଏହା ଆହୁରି ବଢିଚାଲିଛି । ଏଥିଯୋଗୁଁ ଯୋଗାଣ ଶୃଙ୍ଖଳା ଓ ଚାହିଦା ଗଭୀର ଭାବେ ପ୍ରଭାବିତ ହୋଇଛି । ଫଳରେ ଅଧିକ ସଂଖ୍ୟକ ଅର୍ଡର ମଧ୍ୟ ରଦ୍ଦ ହୋଇଛି ବୋଲି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.