ETV Bharat / business

ତୃତୀୟ ଓ ଚତୁର୍ଥ ତ୍ରୟମାସରେ ବଢିବ ଜିଡିପି ଗ୍ରୋଥ: PHDCCI

author img

By

Published : Feb 13, 2021, 10:56 PM IST

ବେକାରୀ ହାର, ସେୟାର ବଜାର, ଜିଏସଟି ସଂଗ୍ରହ, ବିନିର୍ମାଣ ପିଏମଆଇ , ବିଦେଶୀ ମୁଦ୍ରା ଭଣ୍ଡାର, ରେଳ ପରିବହନ , ରପ୍ତାନୀ, ବିନିମୟ ଦର ଓ ଯାତ୍ରୀ ଗାଡିର ବିକ୍ରି ଭଳି ଆର୍ଥିକ ତଥା କାରବାରୀ ସଙ୍କେତର ଦୃଷ୍ଟିକୋଣ 2020 ଡିସେମ୍ବର ତୁଳନାରେ 2021 ଜାନୁଆରୀରେ ସକରାତ୍ମକ ରହିଛି । ଅଧିକ ପଢନ୍ତୁ..

ତୃତୀୟ ଓ ଚତୁର୍ଥ ତ୍ରୟମାସରେ ବଢିବ ଜିଡିପି ଗ୍ରୋଥ: PHDCCI
ତୃତୀୟ ଓ ଚତୁର୍ଥ ତ୍ରୟମାସରେ ବଢିବ ଜିଡିପି ଗ୍ରୋଥ: PHDCCI

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2020-21ର ତୃତୀୟ ଓ ଚତୁର୍ଥ ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ରେକର୍ଡ ବୃଦ୍ଧି ହେବା ଆଶା ରହିଛି । ଆଉ ଗତ 10 ମାସ ମଧ୍ୟରେ ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ମିଳିଛି । ଉଦ୍ୟୋଗ ସଙ୍ଗଠନ ପିଏଚଡିସିସିଆଇ (PHDCCI) ଶନିବାର ଏ ନେଇ କହିଛି ।

ସଙ୍ଗଠନ ଏକ ବିବୃତ୍ତିରେ କହିଛି କି , QET (ତ୍ବରିତ ଆର୍ଥିକ ଟ୍ରେଣ୍ଡସ)ର 10 ସୂଚକାଙ୍କ ମଧ୍ୟରୁ ନଅଟି ପଜିଟିଭ ଅଛି । QET ହେଉଛି ଅର୍ଥନୈତିକ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ମନିଟରିଂର ସଙ୍କେତ । ଯାହାର ତଦାରଖ PHDCCI କରିଥାଏ ।

ଭାରତୀୟ ଅର୍ଥବ୍ୟବସ୍ଥାରେ ଜୁନ ତ୍ରୟମାସ ସମୟରେ ରେକର୍ଡ 23.9 ପ୍ରତିଶତ ଖସିଥିଲା । ଯେତେବେଳେ କି ଦ୍ବିତୀୟ ତ୍ରୟମାସରେ 7.5 ପ୍ରତିଶତ କମିଛି । PHDCCI କହିଛି କି ଗତ 10 ମାସରେ ସରକାର ନେଇଥିବା ବିଭିନ୍ନ ସୁଧାର ସହ ନିବେଶ ଓ ଚାହିଦା ବୃଦ୍ଧି ପାଇଁ ଗ୍ରହଣ ହୋଇଥିବା ଉପାୟ ତଥା ସାଧାରଣ ବଜେଟ ଯୋଗୁଁ ଚଳିତ ଆର୍ଥିକ ବର୍ଷର ତୃତୀୟ ଓ ଚତୁର୍ଥ ତ୍ରୟମାସରେ ଜିଡିପି ଜୋରଦାର ବୃଦ୍ଧି ଆଶା ରହିଛି ।

ବିବୃତ୍ତିରେ କୁହାଯାଇଛି କି, ବେକାରୀ ହାର, ସେୟାର ବଜାର, ଜିଏସଟି ସଂଗ୍ରହ, ବିନିର୍ମାଣ ପିଏମଆଇ , ବିଦେଶୀ ମୁଦ୍ରା ଭଣ୍ଡାର, ରେଳ ପରିବହନ , ରପ୍ତାନୀ, ବିନିମୟ ଦର ଓ ଯାତ୍ରୀ ଗାଡିର ବିକ୍ରି ଭଳି ଆର୍ଥିକ ତଥା କାରବାରୀ ସଙ୍କେତର ଦୃଷ୍ଟିକୋଣ 2020 ଡିସେମ୍ବର ତୁଳନାରେ 2021 ଜାନୁଆରୀରେ ସକରାତ୍ମକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.