ETV Bharat / business

ESIC ସ୍କିମରେ ଯୋଡିହେଲେ 7.41 ଲକ୍ଷ ନୂଆ ସଦସ୍ୟ

author img

By

Published : Sep 26, 2020, 6:09 PM IST

ଇଏସଆଇସିର ସାମାଜିକ ସୁରକ୍ଷା ଯୋଜନା ସହ ଜୁଲାଇରେ ପାଖାପାଖୀ 7.41 ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଛନ୍ତି । ଏନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ESIC ସ୍କିମରେ ଯୋଡିହେଲେ 7.41 ଲକ୍ଷ ନୂଆ ସଦସ୍ୟ
ESIC ସ୍କିମରେ ଯୋଡିହେଲେ 7.41 ଲକ୍ଷ ନୂଆ ସଦସ୍ୟ

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଦ୍ବାରା ସଞ୍ଚାଳିତ ସାମାଜିକ ସୁରକ୍ଷା ଯୋଜନା ସହ ଜୁଲାଇରେ ପାଖାପାଖି 7.41 ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଛନ୍ତି । ଶୁକ୍ରବାର ଏନେଇ ସରକାରୀ ରିପୋର୍ଟ ପ୍ରକାଶ ପାଇଛି ।

ପୂର୍ବ ମାସରେ ଏହି ଯୋଜନା ସହ 8.13 ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଥିଲେ । ଏହି ତଥ୍ୟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ବାରା ଶୁକ୍ରବାର ଜାରି ରିପୋର୍ଟରେ ସୂଚନା ଦିଆଯାଇଛି ।

ତଥ୍ୟ ଅନୁସାରେ ଚଳିତ ବର୍ଷ ମେ’ ମାସରେ ଇଏସଆଇସି ସହ ଜଡିତ ମୋଟ ନୂଆ ସଦସ୍ୟ ସଂଖ୍ୟା 4.81 ଲକ୍ଷ ରହିଛି । 2020 ଏପ୍ରିଲରେ ଏହି ସଂଖ୍ୟା 2.6 ଲକ୍ଷ ଥିଲା । କୋରୋନା ଭାଇରସ ପ୍ରସାରକୁ ରୋକିବା ପାଇଁ ସରକାର ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି କରିଥିଲେ । ପରେ ଜୁନ ଠାରୁ ଅନଲକ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ମେ ମାସରେ ଜାରି ଆଶିଂକ ତଥ୍ୟ ଅନୁସାରେ ଇଏସଆଇସି ସଞ୍ଚାଳିତ ଯୋଜନାରେ ମାର୍ଚ୍ଚ ମାସରେ 8.21 ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଥିଲେ । ସେହିପରି ଫେବୃଆରୀରେ ଏହି ଯୋଜନାରେ 11.83 ଲକ୍ଷ ଅଂଶଧାରକ ଯୋଡି ହୋଇଥିଲେ ।

ଏନଏସଓର ରିପୋର୍ଟ ଅନୁସାରେ 2019-20ରେ ଇଏସଆଇସିରେ ମୋଟ 1.51 କୋଟି ନୂଆ ଅଂଶଧାରକ ଯୋଡି ହୋଇଥିଲେ । ଏହା ପୂର୍ବ ଆର୍ଥିକ ବର୍ଷରେ ଏହି ତଥ୍ୟ 1.49 କୋଟି ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.