ETV Bharat / business

ବଡବଡିଆ ବ୍ୟାଙ୍କରେ ଠକେଇ, 11 ବର୍ଷରେ ଉଡିଗଲା ଅଢେଇ ଲକ୍ଷ କୋଟି ଟଙ୍କା - 05 lakh cr frauds in 11 years

ଗତ 11 ବର୍ଷରେ ବ୍ୟାଙ୍କରେ 50 ହଜାରରୁ ଉର୍ଦ୍ଧ୍ବ ଠକେଇ ମାମଲା ଦାୟର ହୋଇଛି । ଯେଉଁଥିରୁ ମୋଟ 2.05 ଲକ୍ଷ କୋଟି ଟଙ୍କା ହେରାଫେରୀ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 14, 2019, 2:28 AM IST

ନୂଆଦିଲ୍ଲୀ: ଟେକନୋଲୋଜି ଯେତେ ଆଗଉଛି ସେହି ପରିମାଣରେ ଜାଲିଆତି ବଢୁଛି । ଗତ 11 ବର୍ଷରେ ବ୍ୟାଙ୍କରେ 50 ହଜାରରୁ ଉର୍ଦ୍ଧ୍ବ ଠକେଇ ମାମଲା ଦାୟର ହୋଇଛି । ଯେଉଁଥିରୁ ମୋଟ 2.05 ଲକ୍ଷ କୋଟି ଟଙ୍କା ହେରାଫେରୀ ହୋଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ମୁତାବକ, ସବୁଠାରୁ ଅଧିକ ଠକେଇ ମାମଲା ଦେଶର ଅଗ୍ରଣୀ ବ୍ୟାଙ୍କ ଆଇସିଆଇସିଆଇ , ଏସବିଆଇ ଓ ଏଚଡିଏଫସି ବ୍ୟାଙ୍କ ନାଁରେ ଦାୟର ହୋଇଛି ।

ରେକର୍ଡ ଅନୁଯାୟୀ, ଗତ 11 ବର୍ଷରେ (2008-2009 ରୁ 2018-19 ) 2.05 ଲକ୍ଷ କୋଟି ଟଙ୍କାର 53,334 ମାମଲା ଖାତାକୁ ଚଢିଛି । ଏଥିରୁ ସର୍ବାଧିତ 6,811ଆଇସିଆଇସିଆଇ ନାଁରେ ରହିଛି । ଯେଉଁଥିରେ 5,033.81କୋଟି ଟଙ୍କାର ହେରାଫେରୀ ହୋଇଛି । ସୂଚନା ଅଧିକାର(ଆରଟିଆଇ) ଜରିଆରେ ମିଳିଥିବା ତଥ୍ୟର ଜବାବରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ହିସାବ ଦେଇଛି ।

ଆର୍ଥିକ ବର୍ଷ 2015-16 ଏବଂ 2016-17ରେ 18,698.82 କୋଟି ଟଙ୍କା ଏବଂ 23,933.85 କୋଟି ଟଙ୍କା ମୂଲ୍ୟର 4,693 ଏବଂ 5,076 ମାମଲା ସାମନାକୁ ଆସିଛି । ସେହପରି 2017-18ରେ 41,167.03 କୋଟି ଟଙ୍କାର 5,916 ଜାଲିଆତି ହୋଇଥିବା ସାମନାକୁ ଆସିଛି ।

Intro:Body:

GSG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.