ETV Bharat / business

କୋରୋନା ଲଢେଇ, ଜାତୀୟ ଚିତ୍ରଠୁ ଭଲ ଅଛି ଓଡିଶାର ଅର୍ଥନୈତିକ ମାନଚିତ୍ର - ଓଡିଶା ଅର୍ଥବ୍ୟବସ୍ଥା

କୋରୋନା ଲଢେଇ ମଧ୍ୟରେ ଟ୍ରାକକୁ ଫେରୁଛି ରାଜ୍ୟ ଅର୍ଥବ୍ୟବସ୍ଥା । କୋରୋନା ସଙ୍କଟ ମଧ୍ୟରେ ସରକାରଙ୍କ ଦକ୍ଷ ରଣନୀତି ବଳରେ ଓଡିଶା ଶିଳ୍ପ ଅର୍ଥନୀତି ଜାତୀୟ ଚିତ୍ର ଠାରୁ ଭଲ ରହିଛି । ଅଧିକ ପଢନ୍ତୁ...

କୋରୋନା ଲଢେଇ, ଜାତୀୟ ଚିତ୍ରଠୁ ଭଲ ଅଛି ଓଡିଶା ଅର୍ଥନୈତିକ ମାନଚିତ୍ର

author img

By

Published : Sep 5, 2020, 8:14 PM IST

ଭୁବନେଶ୍ବର: ଟ୍ରାକକୁ ଫେରୁଛି ରାଜ୍ୟ ଅର୍ଥବ୍ୟବସ୍ଥା । କୋରୋନା ସଙ୍କଟ ମଧ୍ୟରେ ସରକାରଙ୍କ ଦକ୍ଷ ରଣନୀତି ବଳରେ ଓଡିଶା ଶିଳ୍ପ ଅର୍ଥନୀତି ଜାତୀୟ ଚିତ୍ର ଠାରୁ ଭଲ ରହିଛି । କୋରୋନା ପରେ ବି ଓଡିଶାକୁ ପୁଞ୍ଜି ନିବେଶର ସୁଅ ଛୁଟିଛି । ଚଳିତ ଆର୍ଥିକ ବର୍ଷ ରାଜ୍ୟରୁ ୧୭,୫୧୪କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଏହି ନିବେଶ ଦ୍ବାରା 13,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ ରହିଛି ।

କୋରୋନା ଲଢେଇ, ଜାତୀୟ ଚିତ୍ରଠୁ ଭଲ ଅଛି ଓଡିଶା ଅର୍ଥନୈତିକ ମାନଚିତ୍ର

ସେହିପରି କୋରୋନା ମୁକାବିଲା ପାଇଁ କେବଳ ଶିଳ୍ପ ନୁହେଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ସ୍ବତନ୍ତ୍ର ନୀତି ଆପଣାଇଛନ୍ତି ସରକାର । ସେପଟେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଜରିଆରେ ନୂଆ ପ୍ରକଳ୍ପକୁ ବି ମଞ୍ଜୁରୀ ମିଳୁଛି । ଯାହାକି ଅର୍ଥନୀତିକୁ ଏକ ନୂଆ ଆଶା ଦେଖାଇଛି ।

ତଥାପି କୋରୋନା କଟକଣା ଓ ଲକଡାଉନ ମାଡରେ 2020-21 ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତି 68 ହଜାର 306 କୋଟି ଟଙ୍କା କ୍ଷତି ସହିପାରେ । ରାଜ୍ୟ ମୋଟ ଘରୋଇ ଉତ୍ପାଦ ବା ଜିଏସଡିପି ମଧ୍ୟ 11.9 ପ୍ରତିଶତ ହ୍ରାସ ପାଇବ । ଏସ୍‌ବିଆଇ କୋରାପ୍ ରିପୋର୍ଟରେ ଏହା ଆକଳନ ହୋଇଛି । କେବଳ ସେତିକି ନୁହେଁ ମୁଣ୍ଡିପିଛା ଆୟ ମଧ୍ୟ 14 ହଜାର 745 ଟଙ୍କା କମିବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି ।

କୋରୋନା କଟକଣା ଯୋଗୁଁ ରାଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିଛି । ଖଣି, ଶିଳ୍ପଠୁ ଆରମ୍ଭ କରି ପର୍ଯ୍ୟଟନ ଓ ପରିବହନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି । ଫଳରେ ଲୋକଙ୍କ ଆୟ କମିଛି । ଯାହାର ପ୍ରଭାବ ସିଧାସଳଖ ରାଜ୍ୟରେ ଅର୍ଥନୀତି ଉପରେ ଦେଖିବାକୁ ମିଳିଛି । ଏପ୍ରିଲ୍, ମେ ଓ ଜୁନ୍ ଅର୍ଥାତ ପ୍ରଥମ ତ୍ରୟମାସରେ ରାଜସ୍ବ ଆଦାୟ ଗତବର୍ଷ ତୁଳନାରେ 23 ପ୍ରତିଶତ ହ୍ରାସ ପାଇଛି ।

ଅଗଷ୍ଟରେ ରାଜ୍ୟ ଜିଏସଟି ସଂଗ୍ରହ (ଏସଜିଏସଟି) ହ୍ରାସ ହୋଇଛି । କୋଭିଡ ପାଇଁ ଗତ ବର୍ଷ ଅଗଷ୍ଟ ତୁଳନାରେ ଚଳିତ ଥର 1.76 ପ୍ରତିଶତ ଟିକସ ସଂଗ୍ରହ କମିଛି । ଚଳିତ ବର୍ଷ ଅଗଷ୍ଟରେ 686 କୋଟି ଟଙ୍କା ସଂଗ୍ରହ ହୋଇଥିଲାବେଳେ ଗତବର୍ଷ ଏହି ସମୟରେ 698 କୋଟି ସଂଗ୍ରହ ହୋଇଥିଲା । ଯାହାକି ଜୁଲାଇରେ ଏଥିରେ 13.04% ଅଭିବୃଦ୍ଧି ହୋଇଥିଲା । ରିଟର୍ଣ୍ଣ ଫାଇଲିଂ ଲାଗି ଟିକସଦାତାଙ୍କୁ ଅଧିକ ସମୟ ଦିଆଯାଇଥିବାରୁ ଜୁଲାଇ ଓ ଅଗଷ୍ଟ ମାସରେ ଦ୍ରବ୍ୟ ଓ ସେବା କର ସଂଗ୍ରହ ସାମାନ୍ୟ ହ୍ରାସ ପାଇଛି ।

ଜୁନରେ 759 ଓ ଜୁଲାଇରେ 794 କୋଟି ଟଙ୍କା ସଂଗ୍ରହ ହୋଇଥିଲା । ପେଟ୍ରୋଲିୟମ ସାମଗ୍ରୀ ଉପରେ ଲଗାଯାଇଥିବା ଭାଟ ସଂଗ୍ରହରେ ବୃଦ୍ଧି ହୋଇଛି । ଜୁଲାଇରେ 521 କୋଟି ଟଙ୍କା ଓ ଅଗଷ୍ଟରେ 568 କୋଟି ଟଙ୍କା ଆଦାୟ ହୋଇଛି ।

ତେବେ ଏସବୁ ଭିତରେ କୋରୋନା କାଳରେ ରାଜ୍ୟକୁ ପୁଞ୍ଜି ନିବେଶର ସଙ୍କେତ ଆସିବା ଏକ ଭଲ ଖବର । ଯାହା ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ସୁଧାର କରିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.