ETV Bharat / business

ବ୍ୟବସାୟୀକରଣ ହେବ କୃଷି , ବଦଳିବ କି ଚାଷୀଙ୍କ ଭାଗ୍ୟ? - changer

ଆଗକୁ ନିର୍ବାଚନ । କୃଷକଙ୍କ ପାଇଁ ପ୍ରସ୍ତୁତ ପ୍ରୋଗ୍ରାମ । କୃଷିକୁ ବ୍ୟବସାୟୀକରଣ କରିବା ଉଦ୍ଦେଶ୍ୟରେ ରାଜ୍ୟଗଡିକରେ ଜାରି ହେବ ଇଜ ଅଫ ଡୁଇଙ୍ଗ ଏଗ୍ରି ବିଜନେସ ଇଣ୍ଡେକ୍ସ ।

ପ୍ରତିକାତ୍ମକ ଫଟୋ
author img

By

Published : Feb 16, 2019, 6:16 PM IST

ହାଇଦ୍ରାବାଦ: ନଜରରେ ନିର୍ବାଚନ । ହାତରେ କୃଷକ କାର୍ଡ । ଚାଲିଛି ଘନ ଘନ ପ୍ଲାନ ଓ ପୋଗ୍ରାମ । କେବେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ତ ପୁଣି କେବେ ପେନସନ ଯୋଜନା । ଆଉ ଏବେ ଇଜ ଅଫ ଡୁଇଙ୍ଗ ଏଗ୍ରି ବିଜନେସ ଇଣ୍ଡେକ୍ସ ଜାରି । କୃଷିକୁ ବ୍ୟବସାୟୀକରଣ କରିବା ଲକ୍ଷ୍ୟରେ ସରକାରଙ୍କ ଏହି ପ୍ରୟାସ ।

ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାରେ ପାଖାପାଖୀ 65 ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ହେଲେ କୃଷକର ସ୍ଥିତି ନ କହିଲେ ଭଲ । ନିଜ ଅଧିକାରରୁ ବଞ୍ଚିତ ହୋଇ ଚାଷୀ ରାଜରାସ୍ତାରେ ଧାରଣା ଦେବା ଆଜିକା ସମୟରେ ଏକ ସାଧାରଣ କଥା ହୋଇଗଲାଣି। ଖୋଦ ଅନ୍ନଦାତା ଏବେ ଆତ୍ମହତ୍ୟା କରୁଥିବା ଖବର ନିତିଦିନିଆ ହୋଇଗଲାଣି। ଏତେ ସବୁ ପରେ ସରକାର ନିଜ ଅଚିନ୍ତା ନିଦରୁ ଉଠି ଚିନ୍ତା କରିଛନ୍ତି କୃଷକଙ୍କ ପାଇଁ । କାରଣ ହେଉଛି ନିର୍ବାଚନ । ହେଲେ ସେ ଯାହା ହେଉ ନା କାହିଁ କୃଷି ଓ କୃଷକଙ୍କୁ ପାଇଁ କରାଯାଉଛି ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଘୋଷଣା।

ଇଜ ଅଫ ଡୁଇଙ୍ଗ ଏଗ୍ରି ବିଜନେସ ଇଣ୍ଡେକ୍ସ କଣ ?

ସମଗ୍ର ଦେଶ କୃଷି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ଏହି ପ୍ରୟାସ । ଇଜ ଅଫ ଡୁଇଙ୍ଗ ଏଗ୍ରିବିଜେନସ ଅର୍ଥାତ କୃଷି ପାଇଁ ଅନୁକୂଳ ବାତାବରଣକୁ ନଜରରେ ରଖି ସମସ୍ତ ରାଜ୍ୟର ହେବ ରାଙ୍କିଂ । ଏହି ରାକିଂକୁ ତର୍ଜମା କରି ଦେଶ ବିଦେଶର ନିବେଶକ କରିବେ ଅର୍ଥ ନିବେଶ । ଏହା ପରେ କୃଷି ମଧ୍ୟ ବ୍ୟବସାୟୀକରଣ ହେବା ସହ ଏକ ପେସା ଭାବେ ପରିଚିତ ହୋଇପାରିବ।

undefined

ଇଜ ଅଫ ଡୁଇଙ୍ଗ ଏଗ୍ରି ବିଜନେସ ଇଣ୍ଡେକ୍ସକୁ କିପରି ଗଣନା ହେବ ?

ନ୍ୟାସନାଲ ଥିଙ୍କ ଟେକ, ନ୍ୟାସନାଲ ଇଷ୍ଟିଟ୍ୟୁସନ ଫଲ ଟ୍ରାନ୍ସଫର ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ(ନୀତି ଆୟୋଗ) ବିଭିନ୍ନ ରାଜ୍ୟର ରାଙ୍କ ମାପିବା ପାଇଁ 6ଟି ପ୍ରମୁଖ ମାନଦଣ୍ଡ ଜାରି କରିଛନ୍ତି।

  • - ବ୍ୟାପାର ସୁଧାର
  • -ଇନପୁଟ ଦରକୁ କମ କରିବା
  • -ଶାସନ ଓ ଭିତ୍ତିଭୂମି ସୁଧାର
  • -ରିସ୍କ କମ କରିବା
  • -ଉତ୍ପାଦନ ଓ ଉତ୍ପାଦକତାରେ ବୃଦ୍ଧି
  • -କୃଷିରେ ନିବେଶ

କଣ ରହିବ ଏହାର ଲାଭ -

  • କୃଷକଙ୍କ ଆୟ ବୃଦ୍ଧି ହେବ
  • ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିବ
  • ନିବେଶ ବୃଦ୍ଧି ପାଇବ
  • ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବ
  • କୃଷି କ୍ଷେତ୍ରରେ ପ୍ରୋତ୍ସାହନ ବୃଦ୍ଧି କରିବ

ତେବେ ଚାଷୀଙ୍କ ପାଇଁ ସରକାରଙ୍କ ଏହି ନୂଆ ପ୍ରୟାସ କଣ ନିର୍ବାଚନ ବାଜି ବଦଳାଇବା ପାରିବ। ତାହା ଦେଖିବାକୁ ବାକି ରହିଲା।

Slug- ନାବାଳିକାର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

Format- AVO

Place- khurda,12.2.19

Report- Govind Chandra Panda

ଆଙ୍କର : ଗତକାଲି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ନିରଞ୍ଜନପୁର ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ନିରଂଜନପୁର ଗ୍ରାମରେ ଭଡାରେ ରହୁଥିବା ଖୋର୍ଦ୍ଧା ଶରଧାପୁର ଗ୍ରାମର ଗଜାନନ ବେହେରା ମୃତ ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ମୃତକଙ୍କ ପରିବାର ପକ୍ଷରୁ ଜଟଣୀ ଥାନାରେ ଅଭିଯୋଗ ହୋଇଥିଲା । ଘଟଣାକୁ ଦୁଇଦିନ ବିତିବାକୁ ବସିଥିବା ବେଳେ ପୋଲିସ ଏନେଇ ଅପରାଧୀକୁ ଧରିବାରେ ବିଫଳ ହୋଇଛି । ଏହି ଘଟଣାର ପ୍ରତିବାଦରେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୁକ୍ତ ଗଜାନନ ବେହେରାକୁ ତୁରନ୍ତ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବୀରେ ସ୍ଥାନୀୟ ଲୋକ ଏବଂ ରଘୁନାଥ ଆଞ୍ଚଳିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ନିରଞ୍ଜନପୁର ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି । ଫଳରେ ସୁନ୍ଦରପଦା- ଜଟଣୀ ରାସ୍ତାରେ ଯାନବାହନ ଚଳାଚଳ ଠପ ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ

Visual by whatsaap
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.