ETV Bharat / business

କାହିଁକି ବ୍ୟବସାୟିକ ସୁଗମତା ତାଲିକାରେ ଭାରତ ଏବେ ବି ପଛରେ ? - କାହିଁକି ଇଜ ଅଫ ଡୁଇଙ୍ଗ ବିଜନେସରେ ଭାରତ ଏବେ ବି ପଛରେ

ଇଜ ଅଫ ଡୁଇଙ୍ଗ ବିଜନେସ (ବ୍ୟବସାୟିକ ସୁଗମତା) ତାଲିକାରେ ପୁଣି ଉପରକୁ ଉଠିଛି ଭାରତ । ହେଲେ ଆଶାତୀତ ସ୍ଥାନରେ ପହଞ୍ଚିପାରିନି । ତେବେ ଯଦିଓ ସଫଳତା ମିଳିଛି ହେଲେ ବହୁ ମାପଦଣ୍ଡରେ ଭାରତ ପ୍ରର୍ଶଶନ ଦୁର୍ବଳ ରହିଛି । ଆଗାମୀ ଦିନରେ ଭାରତ ଆହୁରୀ ଅନେକ ପାହଚ ଚଢିବାକୁ କେବଳ କେନ୍ଦ୍ରସ୍ତରରେ ନୁହେଁ ରାଜ୍ୟକୁ ମଧ୍ୟ ଏଥିପାଇଁ ଚେଷ୍ଟା କରିବା ଦରକାର..

ପ୍ରତିକାତ୍ମକ ଫଟୋ
author img

By

Published : Oct 29, 2019, 8:26 PM IST

Updated : Oct 30, 2019, 4:37 PM IST

ନୂଆଦିଲ୍ଲୀ: ନିବେଶକଙ୍କ ପ୍ରଥମ ପସନ୍ଦର ସ୍ଥାନ ଏବେ ଭାରତ । ବ୍ୟବସାୟ ଅନୁକୂଳ ବାତାବରଣ ମାପଦଣ୍ଡରେ ଭାରତ ଆଗକୁ ବଢୁଛି । ସରକାରଙ୍କ ବହୁ ସଂସ୍କାର ଆଜି ଦେଶର ବ୍ୟବସାୟିକ ବାତାବରଣରେ ବ୍ୟାପକ ପରିବର୍ତ୍ତନ ଆଣିଛି । ଯେଉଁଥିପାଇଁ ବିଶ୍ବ ବ୍ୟାଙ୍କର ସଦ୍ୟତମ ପ୍ରକାଶିତ ‘ଇଜ୍ ଅଫ ଡୁଇଙ୍ଗ ବିଜନେସ’ ବ୍ଯବସାୟିକ ସୁଗମତା ତାଲିକାରେ 14 ସ୍ଥାନ ଉପରକୁ ଉଠିଛି ଭାରତ । 190ଟି ରାଷ୍ଟ୍ର ମଧ୍ୟରେ ଭାରତ ବର୍ତ୍ତମାନ 63 ସ୍ଥାନରେ ରହିଛି । ତେବେ ଏହି ତାଲିକାରେ ସରକାର 50 ତମ ସ୍ଥାନରେ ରହିବାକୁ ଲକ୍ଷ୍ୟ ରଖିଥିଲେ ବି ଏହା ଏଯାଏଁ ହାସଲ ହୋଇପାରିନାହିଁ ।

ବ୍ୟବସାୟ ଆରମ୍ଭ ପାଇଁ ପ୍ରକ୍ରିୟା, ନିର୍ମାଣ ପିରାମିଟ, ଦେବାଳିଆ ମାମଲାର ସମାଧାନ, ବିଦ୍ୟୁତ, ସମ୍ପତ୍ତି ପଞ୍ଜିକରଣ, ସଂଖ୍ୟାଲଘୁ ନିବେଶକଙ୍କୁ ସୁରକ୍ଷା, କର ପ୍ରଦାନ, ସୀମାପାର ବାଣିଜ୍ୟ, ଚୁକ୍ତି କାର୍ଯ୍ୟାନ୍ବୟନ ଆଦି ବହୁ ମାପଦଣ୍ଡ ଆଧାରରେ ବ୍ୟବସାୟିକ ସୁଗମତା ତାଲିକା ପ୍ରସ୍ତୁତ ହୁଏ । ଏହି ଗୁଣାବଳୀ ସହ ଭାରତ ଲଗାତର 3ଥର ପାଇଁ କ୍ରମରେ ଉପରକୁ ଉଠୁଛି । ଏପରିକି ଟେକ୍ନୋଲୋଜିର ରାଷ୍ଟ୍ର ଚୀନ ଠାରୁ ମଧ୍ୟ ଭାରତର ପ୍ରଦର୍ଶନ ଭଲ ରହିଛି । ଗତ ବର୍ଷ ଏହି ତାଲିକାରେ ଭାରତ 77 ସ୍ଥାନରେ ରହିଥିଲା ।

ଇଜ ଅଫ ଡୁଇଙ୍ଗ ବିଜନେସ-2020ର ଅଗ୍ରଗାମୀ (ସର୍ବାଧିକ ସୁଧାର ଆସିଥିବା ଦେଶ) ଶ୍ରେଷ୍ଠ 10 ରାଷ୍ଟ୍ର ଭିତରେ ଭାରତ ଓ ଚୀନ ସହ ସାଉଦି ଆରବ, ଜୋଡାନ, ଟୋଗୋ, ବାହାରିନ, ତାଜିକସ୍ତାନ, ପାକିସ୍ତାନ, କୁଏତ ନାଇଜେରିଆ ସାମିଲ ରହିଛି ।

ଭାରତରେ ପ୍ରଚଳିତ ଦେବାଳିଆ ଆଇନ ଯୋଗୁଁ ବହୁ ସଂଖ୍ୟାରେ କମ୍ପାନୀ ସବୁ ପୁନଃସରଞ୍ଚନା ହୋଇପାରିଛି । ଏହି କ୍ଷେତ୍ରରେ ଭାରତ ଦକ୍ଷିଣ ଏସିଆର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଷ୍ଟ୍ରର ମାନ୍ୟତା ହାସଲ କରିଛି । ସେହିପରି 2016ର ମେକ ଇନ ଇଣ୍ଡିଆ ଦେଶକୁ ଶିଖରରେ ପହଞ୍ଚିବାକୁ ସହଯୋଗ କରିଛି । ଏପରି ସମୟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (IMF) ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଭାରତର ଧୀମା ବିକାଶ ଦରର ଆନୁମାନିକ ରିପୋର୍ଟ ପ୍ରକାଶ କରିଛନ୍ତି ।

ଇଜ ଅଫ ଡୁଇଙ୍ଗ ବିଜନେସ ସୂଚୀରେ ଶ୍ରେଷ୍ଠ 10

  • ନ୍ୟୁଜଲ୍ୟାଣ୍ଡ
  • ସିଙ୍ଗାପୁର
  • ହଙ୍ଗକଙ୍ଗ
  • ଡେନମାର୍କ
  • ଦକ୍ଷିଣ କୋରିଆ
  • ଆମେରିକା
  • ଜର୍ଜିୟା
  • ୟୁନିଟାଇଡ କିଙ୍ଗଡମ
  • ନାବେ
  • ସ୍ବିଡେନ

ୟୁପିଏ ସରକାର ସମୟର ତୁଳନାରେ ଅର୍ଥ ବ୍ୟବସ୍ଥାରେ ବଡ ପାର୍ଥକ୍ୟ ଆସିଛି । 2006ରେ ଭାରତ ବ୍ୟାପର ମାନ୍ୟତାରେ 116 ନମ୍ବରରେ ରହିଥିଲା । ଏପରି ଭାବେ 8 ବର୍ଷ ଭିତରେ ଏହା ତଳକୁ ଖସି 2014ରେ 142 ନମ୍ବରରେ ପହଞ୍ଚିଥିଲା । ଏହା ପରେ 2014ରେ ଏନଡିଏ ସରକାର କ୍ଷମତାକୁ ଫେରିବା ପରେ 5 ବର୍ଷରେ ଭାରତର ମାନ୍ୟତାରେ ବୃଦ୍ଧି ଘଟି 79କୁ ଲମ୍ଫ ମାରିଥିଲା । ଏଭଳି ଧାରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଦାୟୁତ୍ବକୁ ବୁଝି ବହୁ ନୂଆ ରଣନୀତି ସହ ଯୋଜନା ଆରମ୍ଭ କରିଥିଲେ । ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ କର୍ପୋରେଟ ଟିକସ ହ୍ରାସ, ଦ୍ରବ୍ୟ ଓ ସେବା କରକୁ ସରଳ କରି ଅର୍ଥନୀତିକୁ ବୁଷ୍ଟର ଦେଲେ । କର ଭରିବାରେ ଭାରତ 115 ସ୍ଥାନରେ ରହିଛି । ସେହିପରି ବିଶ୍ବସ୍ତରୀୟ ପ୍ରତିଯୋଗିତା ସୂଚକାଙ୍କରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଛି ।

ଭାରତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଛି ସତ, ହେଲେ ଚୁକ୍ତି କାର୍ଯ୍ୟକାରୀ କରିବା ଏବଂ ସମ୍ପତ୍ତି ପଞ୍ଜିକରଣ ଆଦି କେତେକ କ୍ଷେତ୍ରରେ ପଛରେ ପଡିଗଲା । ଏହି କ୍ଷେତ୍ରରେ ଭାରତର ମାନ୍ୟତା ଯଥାକ୍ରମେ 163 ଏଂବ 154 ରହିଛି । ଏକ ସମ୍ପତ୍ତି ପଞ୍ଜିକରଣ କରିବାକୁ ଭାରତରେ 58 ଦିନ ସମୟ ଲାଗୁଛି । ସେହିପରି ପଞ୍ଜିକରଣ ବେଳେ ସମ୍ପତ୍ତି ମୁଲ୍ୟର 7.8 ପ୍ରତିଶତ ଦେୟ ଦେବାକୁ ପଡୁଛି । ରିପୋର୍ଟ ଅନୁଯାୟୀ ଏହି ସମ୍ପତ୍ତି ପଞ୍ଜିକରଣରେ ଭାରତ ସବୁଠୁଅଧିକ ସମୟ ନେବା ସହ ଏ ବାବଦକୁ ମଧ୍ୟ ଅଧିକ ଖର୍ଚ୍ଚ ରହିଛି । ଏହା ବ୍ୟତିତ ଭାରତରେ ଏକ ବାଣିଜ୍ୟିକ ମାମଲାର ସମାଧାନ ଲାଗି ଗୋଟିଏ କମ୍ପାନୀ 1445 ଦିନ ସମୟ ନେଉଛି । ହେଲେ ଏହି ତାଲିକାର ପ୍ରଥମରେ ଥିବା ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟ ଆରମ୍ଭ ପାଇଁ ମାତ୍ର ଅଧା ଦିନ ଲାଗିଥାଏ । ଆଉ ସମ୍ପତ୍ତି ପଞ୍ଜିକରଣ ପାଇଁ ବହୁତ କମ ସମୟ ଲାଗେ । ସେପଟେ ସିଙ୍ଗାପୁରରେ ମଧ୍ୟ ରପ୍ତାନୀ ପିରାମିଟ ପ୍ରାପ୍ତ ପାଇଁ 10 ଘଣ୍ଟା ସମୟ ଆବଶ୍ୟକ ପଡେ ।

ଫୋବର୍ସ ରିପୋର୍ଟ ଅନୁଯାୟୀ , ଶୃଙ୍ଖଳିତ ବ୍ୟାପରରେ ପଛରେ ରହିବା ହିଁ ଭାରତର ବିକାଶରେ ବଡ ବାଧକ । କାରଣ କେନ୍ଦ୍ର ସରକାର ସହଜରେ ବ୍ୟପାର ପାଇଁ ସମ୍ପୁର୍ଣ୍ଣ ଦାୟୀ ରହିପାରିବେ ନାହିଁ । ଯଦି ଲଗାତାର ଭ୍ରଷ୍ଟାଚାର ଯୋଗୁଁ ବ୍ୟକ୍ତିଗତ ଭାବେ ରାଜ୍ୟ ଅଲଗା ହେଉଛି ତେବେ ତାର ନାଗରିକ ଭାରି ମାତ୍ରାରେ ପ୍ରଭାବିତ ହେବେ । ଦେଶରେ 65 ପ୍ରତିଶତ ଜନସଂଖ୍ୟାରେ 35 ବର୍ଷକୁ କମ ବୟସ୍କ ଅଧିକ ରହିଛି । ଯଦି ସେମାନେ ପରିବର୍ତ୍ତନ ହେବେ( ମାନବ ସମ୍ବଳ) ତେବେ ବିଦେଶୀ ନିବେଶକ ଆକର୍ଷିତ ହେବେ । ଏଥିସହ ଭାରତ ଚତୁର୍ଥ ଉଦ୍ୟୋଗ କ୍ରାନ୍ତି ଭାବେ ମୁଣ୍ଡ ଟେକିପାରିବ । ହେଲେ କେନ୍ଦ୍ର ଓ ରାଜ୍ୟ ନିଜ ଦାୟିତ୍ବକୁ ବୁଝିପାରି ଉଭୟ, ଉଭୟଙ୍କ ପ୍ରତି ଉତ୍ତରଦାୟୀ ହେବେ ତେବ ରାଷ୍ଟ୍ରର ଆର୍ଥିକ ବିକାଶ ସମ୍ଭବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Oct 30, 2019, 4:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.