ETV Bharat / business

କୋରୋନା ଛାଟ, ଦେଶରେ ବିକ୍ରି ହୋଇଯିବ 1000 ଘରୋଇ ସ୍କୁଲ

author img

By

Published : Sep 19, 2020, 9:04 AM IST

କୋରୋନା ମହାମାରୀର ପ୍ରଭାବ ସମସ୍ତ କ୍ଷେତ୍ରରେ ଦେଖିବାକୁ ମିଳିଛି । ଶିକ୍ଷା କ୍ଷେତ୍ରରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । କୋଟି କୋଟି ଟଙ୍କା କ୍ଷତି ସହିବା ପରେ ଦେଶର ଘରୋଇ ସ୍କୁଲ ଏବେ ବିକ୍ରି ହେବାକୁ ପ୍ରସ୍ତୁତ ହୋଇଗଲେଣି । ଅଧିକ ପଢନ୍ତୁ...

ଦେଶରେ ବ୍ରିକି ହୋଇଯିବ 1000 ଘରୋଇ ସ୍କୁଲ
ଦେଶରେ ବ୍ରିକି ହୋଇଯିବ 1000 ଘରୋଇ ସ୍କୁଲ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଭାରତର ଶିକ୍ଷା କ୍ଷେତ୍ରରେ ବ୍ୟାପକ ମାତ୍ରାରେ ପଡିଛି । ଦେଶବ୍ୟାପୀ କେଜି ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ 1000 ଘରୋଇ ସ୍କୁଲ ବିକ୍ରି ହେବାକୁ ପ୍ରସ୍ତୁତ ହେଉଛି । ସଂକ୍ରମଣ ପାଇଁ ସ୍କୁଲରେ ପାଠପଢା ବନ୍ଦ ରହିବା ସହ କଟକଣା ସମୟରେ ଫି’ ବଢାଇବା ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର । ଏବେ ଅନେକ ଘରୋଇ ସ୍କୁଲ କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି ।

ଶିକ୍ଷା ଭିତ୍ତିଭୂମି କ୍ଷେତ୍ରର ଏକ ଅଗ୍ରଣୀ କମ୍ପାନୀ ସେରେଷ୍ଟ୍ରୀ ଭେଞ୍ଚର୍ସ ଦ୍ୱାରା ସଂଗୃହିତ ତଥ୍ୟରୁ ଜଣାପଡିଛି ଯେ, ଯେଉଁ ସ୍କୁଲଗୁଡିକ ବିକ୍ରୟ ହୋଇଯିବାକୁ ଚାହୁଁଛନ୍ତି, ସେମାନେ ପ୍ରତି ଛାତ୍ର ପିଛା ବାର୍ଷିକ 50,000 ଟଙ୍କା ଫି ନିଅନ୍ତି । ସେହି ଅନୁଯାୟୀ, ଭାରତର ପ୍ରାୟ 80% ଛାତ୍ର ସମାନ ଫି ସ୍ଲାବ ଥିବା ବିଦ୍ୟାଳୟରେ ପଢିଥାନ୍ତି ।

ସେରେଷ୍ଟ୍ରାରେ ପାର୍ଟନର ବିଶାଳ ଗୋୟଲ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଅନେକ ରାଜ୍ୟ ସରକାର ଫି ଅସୁଲ କରିବା ନେଇ ସୀମା ନିର୍ଦ୍ଧାରଣ କରି ଦେଇଛନ୍ତି । ଅନ୍ୟପଟେ, ବିଦ୍ୟାଳୟର ପରିଚାଳନା ପାଇ ଶିକ୍ଷକଙ୍କ ଦରମା ଓ ଖର୍ଚ୍ଚ ହେଉଛି । ଏହି କାରଣରୁ ଘରୋଇ ସ୍କୁଲଗୁଡିକ ଅବସ୍ଥା ସଂକଟାପନ୍ନ ଦେଖାଦେଇଛି । ବଡ ସ୍କୁଲ ଗ୍ରୁପ ନିଜର କର୍ମଚାରୀଙ୍କ ଦରମା 70 ପ୍ରତିଶତ ଦେଉଛନ୍ତି ।

ବର୍ତ୍ତମାନ ସମୟରେ ବିଦ୍ୟାଳୟ ପରିଚାଳନା କରିବା କଷ୍ଟକର ହୋଇପଡୁଛି । ସ୍କୁଲ ଗୁଡିକର ପରିଚାଳନା ଲାଗି 14 ଶହ କୋଟି ଟଙ୍କାର ପୁଞ୍ଜି ନିବେଶ ଦରକାର ରହିଛି ।

ଲୋଏଷ୍ଟ୍ରୋ ଆଡଭାଇଜରସ ଅଂଶୀଦାର ରାକେଶ ଗୁପ୍ତା କହିଛନ୍ତି, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ପାଖାପାଖି 20ରୁ 25 ସ୍କୁଲ ରହିଛି, ଯାହାକୁ ବିକ୍ରି କରିବାକୁ ଯୋଜନା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.