ETV Bharat / business

8,800 ଅରବ ଡଲାର କ୍ଷତି ସହିପାରେ ବିଶ୍ବ ଅର୍ଥବ୍ୟବସ୍ଥା: ଏଡିବି

author img

By

Published : May 16, 2020, 11:25 PM IST

କୋରୋନା କଟକଣା ମଧ୍ୟରେ ଅଟକିଛି ଆର୍ଥିକ ଗତିବିଧି । ଠପ କାରବାର । ଫଳରେ ଅର୍ଥନୀତି କ୍ଷତି ଭିତରେ ବୁଡିଲାଣି । ଏଭଳି ସ୍ଥିତିରେ ଦକ୍ଷିଣ ଏସିଆର ଜିଡିପି ଭାରି ମାତ୍ରାରେ ହ୍ରାସ ପାଇବ ବୋଲି ଏଡିବି ଆକଳନ କରିଛି । ଅଧିକ ପଢନ୍ତୁ...

COVID-19 economic impact could reach $8.8 trillion globally: ADB report
8,800 ଅରବ ଡଲାର କ୍ଷତି ସହିପାରେ ବିଶ୍ବ ଅର୍ଥବ୍ୟବସ୍ଥା: ଏଡିବି

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଯୋଗୁଁ ବିଶ୍ବ ଅର୍ଥବ୍ୟବସ୍ଥାକୁ 5,800 ଅରବରୁ 8,800 ଅରବ ଡଲାର କ୍ଷତି ହୋଇପାରେ । ଏଥିରେ ଦକ୍ଷିଣ ଏସିଆର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ 142 ଅବରରୁ 218 ଅରବ ଡଲାର ପର୍ଯ୍ୟନ୍ତ ପ୍ରଭାବ ପଡିବ । ଶୁକ୍ରବାର ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଏ ନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟ ମୁତାବକ, ‘‘କୋରୋନା ମହାମାରୀ ବୈଶ୍ବିକ ଅର୍ଥବ୍ୟବସ୍ଥାକୁ 5,800 ଅରବରୁ 8,800 ଅରବ ଡଲାରର କ୍ଷତି ପହଞ୍ଚାଇପାରେ । ଯାହାକି ବିଶ୍ବ ଜିଡିପିର 6.4 ପ୍ରତିଶତରୁ 9.7 ପ୍ରତିଶତ ସହ ସମାନ ।

ଏଡିବି କୋଭିଡ-19ର ସମ୍ଭାବିତ ଆର୍ଥିକ ପ୍ରଭାବର ନୂଆ ମୂଲ୍ୟାଙ୍କନରେ କହିଛି ଯେ, ଦକ୍ଷିଣ ଏସିଆର ବିକାଶ ଦର 3.9 ପ୍ରତିଶତରୁ 6 ପ୍ରତିଶତ ହ୍ରାସ ପାଇବ । ବାଙ୍ଗାଲାଦେଶ, ଭାରତ ଓ ପାକିସ୍ତାନରେ କଡା କଟକଣା ଜାରି ରହିଥିବାକୁ ଏଭଳି ହେବ ।

ମନିଲା ସ୍ଥିତ ଏହି ବହୁପକ୍ଷୀୟ ଏଜେନ୍ସି କହିଛି ଯେ, ଏସିଆ ଓ ପ୍ରଶାନ୍ତ ମହାଦେଶରେ କ୍ଷତି 1700 ଅରବ ଡଲାରରୁ 2500 ଅରବ ଡଲାର ମଧ୍ୟରେ ହେବ । ବୈଶ୍ବିକ ଉତ୍ପାଦନରେ ହେବାକୁ ଥିବା ମୋଟ ହ୍ରାସ ଏହି କ୍ଷେତ୍ରର 30 ପ୍ରତିଶତ ଅଂଶଧନ ରହିବ ।

ରିପୋର୍ଟ ମୁତାବକ, ଚୀନରେ 1100 ଅରବରୁ 1600 ଅରବ ଡଲାର ମଧ୍ୟରେ କ୍ଷତି ହୋଇପାରେ ।

ଏହି ନୂତନ ବିଶ୍ଳେଷଣ COVID-19 ର ସାମ୍ଭାବ୍ୟ ଅର୍ଥନୈତିକ ପ୍ରଭାବର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରିଛି ବୋଲି ଏଡିବି ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସାୱଡା (Yasuyuki Sawada)କହିଛନ୍ତି ।

‘ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନୀତି ହସ୍ତକ୍ଷେପକୁ ମଧ୍ୟ ଉଜାଗର କରିପାରେ । ଯାହା ଅର୍ଥନୀତିର କ୍ଷତି ହ୍ରାସ କରିବାରେ ସାହାଯ୍ୟ କରିପାରିବ । ଏହି ନିଷ୍କର୍ସ ସରକାରଙ୍କୁ ଏକ ପ୍ରାସଙ୍ଗିକ ନୀତି ମାର୍ଗଦର୍ଶିକା ପ୍ରଦାନ କରିପାରେ । କାରଣ ସେ ମହାମାରୀକୁ ରୋକିବା ପାଇଁ ଉପାୟକୁ ବିକାଶ ଓ କାର୍ଯ୍ୟକାରୀ କରୁଛନ୍ତି । ଏଥିସହ ନିଜର ଅର୍ଥବ୍ୟବସ୍ଥା ଓ ଲୋକଙ୍କ ଉପରେ ଏହାର ପ୍ରଭାବକୁ କମ କରିଥାନ୍ତି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.