ETV Bharat / business

ଅର୍ଥନୀତି ମାନ୍ଦା ନୁହେଁ ଧୀମେଇଯାଇଛି: ଆରବିଆଇ ପୂର୍ବ ଗଭର୍ଣ୍ଣର

author img

By

Published : Sep 18, 2019, 10:28 AM IST

ବର୍ତ୍ତମାନ ଅର୍ଥନୀତି ମାନ୍ଦା ନୁହେଁ ବରଂ ଧୀମେଇଯାଇଛି। ମାନ୍ଦା ଓ ଧୀମାର ସଂଜ୍ଞା ନିରୂପଣ କରି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ମାଡ୍ରାସ ସ୍କୁଲ ଅଫ ଇକୋନମିରେ ମାନ୍ଦା ଅର୍ଥନୀତିକୁ ନେଇ ଅନୁଷ୍ଠିତ ଏକ ଆଲୋଚନା ଚକ୍ର ଯୋଗ ଦେଇ ଏହା କହିଛନ୍ତି।

ଫାଇଲ ଫଟୋ

ଚେନ୍ନାଇ: ବର୍ତ୍ତମାନର ଅର୍ଥନୀତି ମାନ୍ଦା ନୁହେଁ ବରଂ ଧୀମେଇପଡିଛି । ମାଡ୍ରାସ ସ୍କୁଲ ଅଫ ଇକୋନମିରେ ମାନ୍ଦା ଅର୍ଥନୀତିକୁ ନେଇ ଅନୁଷ୍ଠିତ ଏକ ଆଲୋଚନା ଚକ୍ର ଯୋଗ ଦେଇ ଏହା କହିଛନ୍ତି ଆରବିଆଇ ପୂର୍ବତନ ଗଭର୍ଣ୍ଣର ରଙ୍ଗରାଜନ। ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ମଧ୍ୟ ସାମିଲ ଥିଲେ।

ମାନ୍ଦା ଅର୍ଥ ବ୍ୟବସ୍ଥାକୁ ନେଇ ସରଗରମ ଦେଶ । ସବୁ ମାହୋଲରେ ଅର୍ଥନୀତିକୁ ନେଇ ଚର୍ଚ୍ଚା । ତେବେ ପୂର୍ବତନ ଗଭର୍ଣ୍ଣର ଏହାକୁ ମାନିବାକୁ ନାରାଜ। ବର୍ତ୍ତମାନର ସ୍ଥିତି ମାନ୍ଦା ନୁହେଁ ବରଂ ଧୀମା ପଡିଯାଇଛି ବୋଲି କହିଛନ୍ତି ରଙ୍ଗରାଜନ।

ମାନ୍ଦା ଓ ଧୀମା ଅର୍ଥନୀତି ମଧ୍ୟରେ ରହିଥିବା ପାର୍ଥକ୍ୟ ଉପରେ ମତ ରଖି ସେ କହିଛନ୍ତି ଯେ, ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ହ୍ରାସକୁ ଧୀମା ଅର୍ଥନୀତି କୁହାଯାଏ । କାରଣ ବର୍ତ୍ତମାନର ସ୍ଥିତିରେ ଆର୍ଥିକ ଗତିବିଧି ଧୀମେଇଯାଇଛି।

ସେହିପରି ଏହି ଆଲୋଚନାରେ ରାଜୀବ କୁମାର ମଧ୍ୟ ସରକାରଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତି ସ୍ବପ୍ନ ପାଇଁ ଅର୍ଥବ୍ୟବସ୍ଥା ଉପରେ ଜୋର ନେଇ କହିଛନ୍ତି । ଏଥିପାଇଁ ପ୍ରତିବର୍ଷ 12 ପ୍ରତିଶତ ଜିଡିପିର ଆବଶ୍ୟକତା ରହିଛି । ଆଉ ଏହାକୁ ସଫଳର କରିବାକୁ ପ୍ରତି ବ୍ୟକ୍ତିର ଆୟରେ ବୃଦ୍ଧି ହେବା ଆବଶ୍ୟକ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.