ETV Bharat / business

ଜିଏସଟି କ୍ଷତିପୂରଣ, ରାଜ୍ୟକୁ 36,400 କୋଟି ଟଙ୍କା ଜାରି କଲା କେନ୍ଦ୍ର - GST compensation to states

ରାଜ୍ୟଗୁଡିକୁ ଜିଏସଟି କ୍ଷତିପୂରଣ ଆକାରରେ 36,400 କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ..

GST compensation
ଜିଏସଟି କ୍ଷତିପୂରଣ, ରାଜ୍ୟକୁ 36,400 କୋଟି ଟଙ୍କା ଜାରି କଲା କେନ୍ଦ୍ର
author img

By

Published : Jun 5, 2020, 1:52 PM IST

ନୂଆଦିଲ୍ଲୀ: କୋଭିଡ-19 ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମ୍ବଳ ବାଧାପ୍ରାପ୍ତ ହୋଇଥିବା ବେଳେ ସେମାନଙ୍କୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2019 ଡିସେମ୍ବରରୁ ୨୦୨୦ଫେବୃଆରୀ ଅବଧି (3 ମାସ) ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଜିଏସଟି କ୍ଷତିପୂରଣ ବାବଦକୁ 36,400 କୋଟି ଟଙ୍କା ଜାରି କରିଛନ୍ତି।

ଅନ୍ୟପଟେ ଏପ୍ରିଲ ଓ ନଭେମ୍ବର 2019 ଅବଧି ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ 1,15,096 କୋଟି ଟଙ୍କାର କ୍ଷତିପୂରଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇ ସାରିଛି । କେନ୍ଦ୍ର 2018-19 ରେ 69,275 କୋଟି ଟଙ୍କା ଏବଂ 2017-18 ରେ 41,146 କୋଟି ଟଙ୍କା ଜିଏସଟି କ୍ଷତିପୂରଣ ପ୍ରଦାନ କରିଛି।

2017 ଜୁଲାଇ 1 ରେ ଜିଏସଟି ଲାଗୁ କରାଯାଇଥିଲା । 2019-20, 2018-19 ଏବଂ 2017-18 ଆର୍ଥିକ ବର୍ଷରେ ସେସ୍ ସଂଗ୍ରହ ଯଥାକ୍ରମେ 95,000 କୋଟି, 95,081 କୋଟି ଏବଂ 62,611 କୋଟି ଥିଲା।

ଜିଏସଟି ଲାଗୁର ପ୍ରଥମ ଦୁଇ ବର୍ଷ 2017-18 ଏବଂ 2018-19 ରାଜ୍ୟଗୁଡିକର କ୍ଷତିପୂରଣର ଆବଶ୍ୟକତା ସଂଗ୍ରହଠାରୁ କମ ଥିଲା । ଯେଉଁଥିପାଇଁ 42,271 କୋଟି ଟଙ୍କାର କ୍ଷତିପୂରଣ ସେସ ବ୍ୟବହାର କରାଯାଇ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.