ନୂଆଦିଲ୍ଲୀ: ବଢିଲା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ । କେନ୍ଦ୍ର ସରକାର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଅବଧି ଆଉ ତିନି ବର୍ଷ ବୃଦ୍ଧି କରିଛନ୍ତି । କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି(ACC) ଏନେଇ ଅନୁମୋଦନ କରିଥିବା ସୂଚନା ମିଳିଛି । ୨୦୨୧ ଡିସେମ୍ବର ୧୦ ତାରିଖରୁ ତାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଲାଗୁ ହେବ । ୨୦୧୮ ଡିସେମ୍ବର ୧୨ ତାରିଖରେ RBIର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଶକ୍ତିକାନ୍ତ ଦାସ ।
ଶକ୍ତିକାନ୍ତ ଦାସ ତାମିଲନାଡୁ କ୍ୟାଡରର ୧୯୮୦ ବ୍ୟାଚ୍ IAS ଅଫିସର ଅଟନ୍ତି । ୨୦୧୫ ରୁ ୨୦୧୭ ଯାଏଁ ସେ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ହେଲେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ହଠାତ୍ ଇସ୍ତଫା ଦେବା ପରେ ସେ ଉର୍ଜିତ ପଟେଲଙ୍କ ଦାୟିତ୍ବ ଗ୍ରହଣ କରିଥିଲେ ।
@ANI