ETV Bharat / business

ରାଜ୍ୟକୁ ଟ୍ରାନ୍ସଫର ବଜେଟ ପାଇଁ କୋଭିଡ ଫଣ୍ଡରୁ 35ହଜାର କୋଟି ଖର୍ଚ୍ଚ କରିବ କେନ୍ଦ୍ର - vaccine budget

ରାଜ୍ୟକୁ ଟ୍ରାନ୍ସଫର ଅଧିନରେ ଆବଣ୍ଟିତ ବଜେଟରୁ ଭ୍ୟାକ୍ସିନ କ୍ରୟ ପାଇଁ କେନ୍ଦ୍ର ଉପରେ ଲାଗିବ ନାହିଁ ରୋକ । ଏନେଇ ସୂଚନା ଦେଇଛି ଅର୍ଥମନ୍ତ୍ରାଳୟ । ଅଧିକ ପଢନ୍ତୁ..

‘ରାଜ୍ୟକୁ  ଟ୍ରାନ୍ସଫର’ ବଜେଟୁ ଖର୍ଚ୍ଚ ପାଇଁ  କେନ୍ଦ୍ର ଉପରେ ନାହିଁ ରୋକ

author img

By

Published : May 11, 2021, 6:58 AM IST

ନୂଆଦିଲ୍ଲୀ: 2021-22 ବଜେଟରେ ‘ରାଜ୍ୟକୁ ଟ୍ରାନ୍ସଫର’ ଶୀର୍ଷକ ଅଧିନରେ ଟିକାକରଣ ପାଇଁ ଆବଣ୍ଟିତ 35000 କୋଟି ଟଙ୍କାକୁ ଖର୍ଚ୍ଚ କରିବ କେନ୍ଦ୍ର । କୋଭିଡ ଟିକା ପାଇଁ ଏହି ଟଙ୍କାକୁ ବ୍ୟବହାର କରିବାରେ କେନ୍ଦ୍ର ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଅର୍ଥମନ୍ତ୍ରାଳୟ ସୋମବାର ଏନେଇ ସ୍ପଷ୍ଟ କରିଛି ।

ଏପ୍ରିଲରୁ ଆରମ୍ଭ ଚଳିତ ଆର୍ଥିକ ବର୍ଷ ପାଇଁ ଅନୁଦାନ ଦାବି ସଂଖ୍ୟା 40 ରେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ‘ରାଜ୍ୟ ଟ୍ରାନ୍ସଫର ’ ଶୀର୍ଷକ ଅଧିନରେ 35,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହାର ଏକ ବୈଶିଷ୍ଟ୍ୟ କି ଏହା ଉପରେ ବ୍ୟୟର ତ୍ରୟମାସିକ ନିୟନ୍ତ୍ରଣ ପ୍ରତିବନ୍ଧକ ଲାଗୁ ହୋଇନଥାଏ ।

ଏଥିସହ ଆହୁରୀ ମଧ୍ୟ ଫାଇଦା ମିଳେ କି କେନ୍ଦ୍ର ଟିକା କ୍ରୟ କରି ତାକୁ ରାଜ୍ୟକୁ ଅନୁଦାନ ଭାବେ ବି ଦେଇପାରେ । ଏଥିସହ କେନ୍ଦ୍ର ସରକାର କୋଭିଡ-19 ଟୀକାକରଣ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି ବୋଲି ହୋଇଥିବା ରିପୋର୍ଟକୁ ଅର୍ଥମନ୍ତ୍ରାଳୟ ରିପୋର୍ଟକୁ ଖାରଜ କରିଛି ।

ମନ୍ତ୍ରଣାଳୟ କହିଛି ଯେ, 'ବାସ୍ତବରେ ଟିକା କ୍ରୟ ଏବଂ ତା ପାଇଁ ପେମେଣ୍ଟ କେନ୍ଦ୍ର ଦ୍ବାରା ଏହି ଆକାଉଣ୍ଟ (ରାଜ୍ୟକୁ ଟ୍ରାନ୍ସଫର ଅଧୀନରେ ଗ୍ରାଣ୍ଟ ନମ୍ବର 40) ରୁ କରାଯାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.