ETV Bharat / business

ବଜେଟ୍‌ 2021: ସ୍ବାସ୍ଥ୍ୟ ବଜେଟ 137 ପ୍ରତିଶତ ବୃଦ୍ଧି

author img

By

Published : Feb 1, 2021, 11:29 AM IST

Updated : Feb 1, 2021, 5:15 PM IST

ବଜେଟ 2021ରେ ସ୍ବାସ୍ଥ୍ୟ ବଜେଟ 137 ପ୍ରତିଶତ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟକ୍ଷେତ୍ର ପାଇଁ 2.23 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅଧିକ ପଢନ୍ତୁ...

ପିଏମ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା
ପିଏମ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା

ନୂଆଦିଲ୍ଲୀ:ସଂସଦରେ ଆଗତ ହୋଇଛି ଶତାବ୍ଦୀର ଐତିହାସିକ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହା ଆଗତ କରିଛନ୍ତି । ବହିଖାତା ବଦଳରେ ମେଡ ଇନ ଇଣ୍ଡିଆ ଟାବଲେଟରେ ବଜେଟ ଆଗତ ହୋଇଛି । ଚଳିତ ବଜେଟରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଇଛନ୍ତି ଅର୍ଥମନ୍ତ୍ରୀ ।

କୋରୋନା ପରେ ସ୍ବାସ୍ଥ୍ୟସେବାକୁ ବୁଷ୍ଟର ଦେବାକୁ ଅର୍ଥମନ୍ତ୍ରୀ ଭିଟାମିନ ଦେଇଛନ୍ତି । ସ୍ବାସ୍ଥ୍ୟ ବଜେଟ 137 ପ୍ରତିଶତ ବୃଦ୍ଧି ହୋଇ 2.23 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ସେହିପରି ପିଏ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏଥିପାଇଁ 6 ବର୍ଷରେ 64180 କୋଟି ଖର୍ଚ୍ଚ ହେବ । ଏହାସହ ମିଶନ ପୋଷଣ 2.0 ଲଞ୍ଚ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅନ୍ୟପଟେ କୋଭିଡ ଭ୍ୟାକ୍ସିନ ପାଇଁ 35 ହଜାର କୋଟି ଟଙ୍କା ଘୋଷଣା ହୋଇଛି ।

ସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟ୍‌ର ମୁଖ୍ୟାଂଶ:

ସ୍ବାସ୍ଥ୍ୟସେବା କ୍ଷେତ୍ରରେ 2.23 ଲକ୍ଷ କୋଟିର ବଜେଟ

ପିଏମ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା ଆରମ୍ଭ

ସମସ୍ତ ଜିଲ୍ଲାରେ ଖୋଲାଯିବ ଜନସ୍ବାସ୍ଥ୍ୟ ଲ୍ୟାବ

112 ଜିଲ୍ଲାରେ ପୋଷଣ ଅଭିଯାନରେ ଉନ୍ନତି ଆଣିବ

7 ବାୟୋ ସେଫ୍ଟିସ୍ତରର 3 ଲାବ ଖୋଲିବ

ସମସ୍ତଙ୍କୁ ଯେପରି ସ୍ବଚ୍ଛ ପାଣି ମିଳିବ, ତାର ବ୍ୟବସ୍ଥା ହେବ

15 ଜରୁରୀକାଳୀନ ସ୍ବାସ୍ଥ୍ୟ ସେଣ୍ଟରର ସ୍ଥାପନା ହେବ

ଟୀକାକରଣ ପାଇଁ 35 ହଜାର କୋଟିର ବ୍ୟବସ୍ଥା

ସରକାରଙ୍କ ଦ୍ବାରା ଭାରତରେ WHOର ସ୍ଥାନୀୟ ମିଶନ ଆରମ୍ଭ ହେବ

ସହରୀ ସ୍ବଚ୍ଛ ଭାରତ ମିଶନ 2.0ର ଆରମ୍ଭ ହେବ

ସହରୀ ସ୍ବଚ୍ଛ ଭାରତ ମିଶନ 2.0ରେ 2021ରୁ 2026 ପାଞ୍ଚ ବର୍ଷ ପାଇଁ 1,41,678 କୋଟି ଟଙ୍କା ବ୍ୟୟବରାଦ ହୋଇଛି

ଭାରତରେ ନିର୍ମିତ ନିମୋକୋକାଲ୍ ଟିକା ବର୍ତ୍ତମାନ କେବଳ 5ଟି ରାଜ୍ୟରେ ସୀମିତ, ଏହା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। ଏହା ଏକ ବର୍ଷରେ 50,000 ରୁ ଅଧିକ ପିଲାଙ୍କ ମୃତ୍ୟୁକୁ ରୋକିବ ।

Last Updated : Feb 1, 2021, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.