ETV Bharat / business

କୋରୋନା ସଙ୍କଟ ପରେ ଦୁନିଆର ଆଗାମୀ ଆର୍ଥିକ ମହାଶକ୍ତି ହେବ ASEAN:ରିପୋର୍ଟ - COVID crisis

ବିଶ୍ବ ଆର୍ଥିକ ମଞ୍ଚର ରିପୋର୍ଟ ଅନୁସାରେ କୋରୋନା ସଙ୍କଟ ପରେ ASEANର ଆଗାମୀ ଦଶକ ସୁଦ୍ଧା 4 ପ୍ରତିଶତ ବୃଦ୍ଧି ଦର ବଢିବ । ଫଳର ଏହା ଦୁନିଆର ଚତୁର୍ଥ ବୃହତ୍ତ ଅର୍ଥବ୍ୟବସ୍ଥା ହେବ । 2018ରେ ASEAN ସମୂହରେ ଏଫଡିଆ ପ୍ରବାହ 155 ବିଲିୟନ ଡଲାର ପର୍ଯ୍ଯନ୍ତ ପହଞ୍ଚିଥିଲା । ଯାହାକି ଚୀନଠାରୁ 1.2ଗୁଣା ଓ ଭାରତ 3.7 ଗୁଣା ଠାରୁ ଅଧିକ। ଅଧିକ ପଢନ୍ତୁ..

Future of Consumption in Fast-Growth Consumer Markets: ASEAN
କୋରୋନା ସଙ୍କଟ ପରେ ଦୁନିଆର ଆଗାମୀ ଆର୍ଥିକ ମହାଶକ୍ତି ହେବ ASEAN:ରିପୋର୍ଟ
author img

By

Published : Jun 8, 2020, 4:21 PM IST

ହାଇଦ୍ରାବାଦ: କୋରୋନା ଓ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ସମଗ୍ର ଦୁନିଆର ସରକାର, ବ୍ୟବସାୟୀ ଓ ନାଗରିକ ଚେଷ୍ଚା କରୁଛନ୍ତି । ବିଶ୍ବ ଆର୍ଥିକ ମଞ୍ଚର ରିପୋର୍ଟ ଅନୁସାରେ କୋରୋନା ସଙ୍କଟର 1 ଦଶକ ପରେ ବିଶ୍ବ ଶକ୍ତିରେ ତୀବ୍ର ପରିବର୍ତ୍ତନ ଦେଖିବାକୁ ମିଳିଛି ।

ପ୍ରଥମ ଥର ପାଇଁ 1 ବିଲିୟନରୁ ଅଧିକ ଉପଭୋକ୍ତା ଏଥିରେ ସାମିଲ ହେବେ ଏବଂ ଚତୁର୍ଥ ଶିଳ୍ପ ବିପ୍ଳବର ଦୃଶ୍ୟ ପରିବର୍ତ୍ତନ କରିବେ । ଏହି ସମୟ ମଧ୍ୟରେ ଗ୍ରାହକ ବଜାର ଭାବରେ ଚୀନ, ଭାରତ ଏବଂ ASEAN କ୍ଷେତ୍ରର ବିକାଶ ଉପରେ ନଜର ରଖାଯିବ ।

ବିଶ୍ବ ଆର୍ଥିକ ମଞ୍ଚର ରିପୋର୍ଟ ‘‘ଫାଷ୍ଟ ଗ୍ରୋଥ କଞ୍ଜ୍ୟୁମର ମାର୍କେଟସ: ASEAN ରେ ଉପଯୋଗୀତାର ଭବିଷ୍ୟ" ରେ ଆହୁରି ମଧ୍ୟ କୁହାଯାଇଛି ଉପଭୋକ୍ତାଙ୍କ ଆବଶ୍ୟକତା ଓ ପରିବର୍ତ୍ତନଶୀଳ ଚାହିଦା ପାଇଁ ଉଭୟ ବ୍ୟବସାୟୀ ଓ ରାଜନୈତିକ ନେତାମାନେ ସେମାନଙ୍କ ରଣନୀତିକୁ ସଦୃଢ କରିବାକୁ ହେବ ।

ଏହି ରିପୋର୍ଟରେ ଉଦୀୟମାନ ବଜାରରେ ଉପଯୋଗୀତାର ବିକାଶ ଉପରେ ଧ୍ୟାନ କେନ୍ଦ୍ରୀତ କରାଯାଇଛି। ଯେଉଁଥିରେ ଦୁନିଆର 40 ପ୍ରତିଶତରୁ ଅଧିକ ଜନତା ସାମିଲ ରହିଛି । 2017 ଅଧ୍ୟୟ ଚୀନ ଉପରେ ଫୋକସ କରାଯାଇଥିଲା ବେଳେ 2018ରେ ଭାରତ ଉପରେ ନଜର ରହିଥିଲା । ଏବେ 2019-20 ର ଅଧ୍ୟୟନ ଏସିଆନ ଉପରେ କେନ୍ଦ୍ରୀଭୂତ ରହିଛି । ଏହାର କାରଣ ହେଉଛି 10 ଟି ASEAN ଅର୍ଥନୀତି ଦୁନିଆରେ ଦ୍ରୁତତମ ବୃଦ୍ଧି ପାଉଛି ।

ଦୁନିଆର ଆଗାମୀ ଆର୍ଥିକ ମହାଶକ୍ତି

ରିପୋର୍ଟ ଅନୁସାରେ ଜିଡିପି ବୃଦ୍ଧି ଦର ମାମଲାରେ ଭାରତ ଓ ଚୀନ ସବୁଠୁ ଆଗରେ ଅଛନ୍ତି । ସେହିପରି ଏସିଆନ ଆଗାମୀ ଦଶକ ପର୍ଯ୍ୟନ୍ତ 4 ପ୍ରତିଶତ ବାର୍ଷିକ ବୃଦ୍ଧି ଦର ବଢିବ । ଯାହାଦ୍ବାରା ଏହା ଦୁନିଆର ଚତୁର୍ଥ ସବୁଠୁ ବଡ ଅର୍ଥବ୍ୟବସ୍ଥା ଭାବେ ଉଭା ହେବ । 2030 ସୁଦ୍ଧା ଏସିଆନର ଜିଡିପି 4.5 ଟ୍ରିଲିୟନ ଡଲାର ଯାଏଁ ବୃଦ୍ଧି ପାଇବ । ଏଥିସହ ଜନସଂଖ୍ୟା 723 ମିଲିୟନ ପର୍ଯ୍ୟନ୍ତ ପହଞ୍ଚିବ । ଦୁନିଆର ଉପଭୋଗ ବର୍ଗରେ ପ୍ରବେଶ କରିଥିବା 6 ଶ୍ରେଣୀ ମଧ୍ୟରୁ ଏସିଆନ ଗୋଟିଏ ହେବ । ପ୍ରତି ବର୍ଷ 5 ମିଲିୟନ ଲୋକ ସହରକୁ ଯିବେ । 2050 ପର୍ଯ୍ୟନ୍ତ ସହରୀକରଣ ଜାରି ରହିବ ଓ ଟିୟର 2 ସହର ପର୍ଯ୍ୟନ୍ତ ବିସ୍ତାର ହେବ ।

ଏଫିଡିଆଇ ପାଇଁ ASEAN ଲୋକପ୍ରିୟ ଗନ୍ତବ୍ୟ ସ୍ଥଳ ହେବ

2018ରେ ASEAN ସମୂହରେ ଏଫଡିଆ (ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ) ପ୍ରବାହ 155 ବିଲିୟନ ଡଲାର ପର୍ଯ୍ଯନ୍ତ ପହଞ୍ଚିଥିଲା । ଯାହାକି ଚୀନଠାରୁ 1.2ଗୁଣା ଓ ଭାରତ 3.7 ଗୁଣା ଠାରୁ ଅଧିକ । ଶ୍ରମ ଶକ୍ତି ତୁଳନା କରିବାକୁ ଗଲେ ଭିଏତନାମରେ ଶ୍ରମିକ ଚୀନ ତୁଳନାରେ 50 ପ୍ରତିଶତ ଶସ୍ତା ।

ମୋଟ ଉପଯୋଗୀତା(କଞ୍ଜମ୍ପସନ) ଦିଗୁଣା ହୋଇଯିବ

ଏସିଆନର କଞ୍ଜମ୍ପସନ 2030 ସୁଦ୍ଧା 2.2 ଗୁଣା ବୃଦ୍ଧି ପାଇ ପାଖାପାଖୀ 4 ଟ୍ରିଲିୟନ ଡଲାର ହୋଇଯିବ । ଯେତେବେଳେକି ଚୀନ ତୁଳନାରେ 1.9 ଗୁଣା ଓ ଭାରତରେ 4 ଗୁଣା ହେବ ।

ସହରରେ ଡିଜିଟାଲ ଭିତ୍ତିଭୂମିକୁ ବଢାଇବା ଜରୁରୀ

ASEANର ଟ୍ରାଫିକ ଜାମ କୁଖ୍ୟାତ ଅଟେ । ଅଧିକାଂଶ ଅଞ୍ଚଳରେ ସୁଲଭ ଗୃହ, କମ୍ ସୁରକ୍ଷା ଏବଂ ଖରାପ ସଡ଼କ, ନେଟୱାର୍କର ଅଭାବ ଆଦି ସମସ୍ୟା ମଧ୍ୟ ଭୋଗୁବାକୁ ପଡୁଛି । ପରିସ୍ଥିତିକୁ ସୁଧାରିବା ପାଇଁ ASEAN ସରକାର ସ୍ମାର୍ଟ ସିଟିର ବିକାଶ ଆରମ୍ଭ କରିଛନ୍ତି ।

ଏହି ରିପୋର୍ଟରେ ASEAN ନେତାଙ୍କୁ ଭାରତ ଉଦ୍ୟମର ପରାମର୍ଶ ଦିଆଯାଇଛି। ଦେଶର ସ୍ମାର୍ଟ ସିଟି ମିଶନ ଜରିଆରେ 100 ଟି ସ୍ମାର୍ଟ ସିଟିକୁ ବିକଶିତ କରାଯାଇଛି । ବିଶ୍ୱସନୀୟତାକୁ ବଢାଇବାକୁ ଉପଯୋଗୀଙ୍କ ବ୍ୟବହାରକୁ ହ୍ରାସ କରିବା ପାଇଁ ସ୍ମାର୍ଟ ମିଟର ସାମିଲ କରାଯାଇଛି । ସମଗ୍ର ଦେଶରେ ପାରମ୍ପରିକ ବିଦ୍ୟୁତ ମିଟର ବଦଳରେ ସ୍ମାର୍ଟ ମିଟର ଲଗାଇବାକୁ ନ୍ୟାସନାଲ ପୋଗ୍ରାମର ଆରମ୍ଭ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.