ETV Bharat / business

କୋଟିପତିରୁ ହେବେ କଏଦୀ !

2006ରେ ଦେଶର ତୃତୀୟ ସର୍ବଶ୍ରେଷ୍ଠ ଧନୀ ଅନୀଲ 2019ରେ କୋର୍ଟର କାଠଗଡାରେ । ତାଙ୍କ ସମ୍ପତ୍ତି 14.8 ବିଲିୟନ ଡଲାରରୁ ହ୍ରାସ ପାଇ 260 କୋଟି ଡଲାରରେ ପହଞ୍ଚିଛି । ବିରାଟ ପାର୍ଥକ୍ୟ ସହ ଆଜି ଅନୀଲ ଦେବାଳିଆ ପରିସ୍ଥିତିରେ ।

author img

By

Published : Feb 23, 2019, 3:05 PM IST

ଫଟୋ ସୌଜନ୍ୟ- ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ଋଣ ବୋଝରେ ଅଣନିଶ୍ବାସୀ ଶିଳ୍ପପତି ଅନୀଲ ଅମ୍ବାନୀ । କୋଟିପତିରୁ କଏଦୀ ହେବା ସ୍ଥିତିରେ ଅନୀଲ । 4 ସପ୍ତାହ ମଧ୍ୟରେ ଏରିକ୍ସନକୁ 453 କୋଟି ଟଙ୍କା ନଦେଲେ ଯିବାକୁ ପଡିବ ଜେଲ । ଏପେଟ ଆକାଉଣ୍ଟରେ ପଡିଛି ମାତ୍ର 260 କୋଟି ଟଙ୍କା । ପୁଣି ଋଣ ଦେବାକୁ ନାରାଜ ବ୍ୟାଙ୍କ । ଭାଇ ମୁକେଶ ବି ଛାଡିଦେଲେ ହାତ । କରିବେ କଣ ? ଚାରିଆଡୁ ବେସାହାରା ରିଲାନ୍ସ ଅଧ୍ୟକ୍ଷ ।

2006ରେ ଦେଶର ତୃତୀୟ ସର୍ବଶ୍ରେଷ୍ଠ ଧନୀ ଅନୀଲ 2019ରେ କୋର୍ଟର କାଠଗଡାରେ । ତାଙ୍କ ସମ୍ପତ୍ତି 14.8 ବିଲିୟନ ଡଲାରରୁ ହ୍ରାସ ପାଇ 260 କୋଟି ଡଲାରରେ ପହଞ୍ଚିଛି । ବିରାଟ ପାର୍ଥକ୍ୟ ସହ ଆଜି ଅନୀଲ ଦେବାଳିଆ ପରିସ୍ଥିତିରେ ।

ଋଣ ଚାପରେ ପାଖାପାଖୀ 2900 କୋଟିର ସମ୍ପତ୍ତି ହରାଇସାରିଲେଣି ସେ । ହେଲେ ବି ସୁଝିପାରୁନାହାନ୍ତି ବକେୟା ଟଙ୍କା । ଶେଷରେ କୋର୍ଟ କାଠଗଡାରେ ବିନା ଏସିରେ ଝାଳ ବି ବୁହାଇଦେଲେ । କିନ୍ତୁ ଫଳ ଆସିଲା ଜେଲ ଦଣ୍ଡ । ଟଙ୍କା ଏକଜୁଟ କରି ନ ପାରିଲେ ଯିବାକୁ ହେବ ଜେଲ । ଏ ନେଇ ବୁଧବାର ରୋକଠୋକ ଶୁଣାଇଦେଲେ ସୁପ୍ରିମକୋର୍ଟ ।

ଏ ନେଇ ଆରକମ ପ୍ରବକ୍ତା ଭରୋଷା ରଖିଛନ୍ତି ଯେ, ଏରିକ୍ସନକୁ ଦେବାକୁ ଥିବା ଟଙ୍କାର ଅଧା ଭାଗ ଶୀଘ୍ର କମ୍ପାନୀ ଏକତ୍ରିତ କରି ସୁଝିବ ।

ଭୁବନେଶ୍ୱର:ରାଜ୍ୟରେ ଦିନକୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢି ଚାଲୁଛି।ଖବର ସଂଗ୍ରହ ବେଳେ ସରକାରୀ ଓ ବେସରକାରୀ ରୋଷର ଶିକାର ହେବାର ମଧ୍ୟ ଅନେକ ନଜିର ରହିଛି।ସବୁକୁ ସହି ସମାଜର ପରିବର୍ତ୍ତନ ପାଇଁ ନିଜର ସବୁକିଛି ତ୍ୟାଗ କରି ଦିନରାତି ଉଜାଗର ରହୁଥିବା ସାମ୍ବାଦିକଙ୍କ ପ୍ରତି ମଧ୍ୟ ସରକାର କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଉନାହିଁ।
ତେଣୁ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ସାମ୍ବାଦିକ ମାନେ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି।ସରକାର ସାମ୍ବାଦିକଙ୍କ ସୁରକ୍ଷା ଆଇନ,ଅବସରକାଳୀନ ଭତ୍ତା ଓ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କୁ ଚିହ୍ନଟ ଆଦି ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସଂଘର ସଭାପତି ବିଭୁତି ଭୂଷଣ କର ଦାବି କରିଛନ୍ତି।ଦୀର୍ଘ ସମୟ ଧରି କାର୍ୟ୍ଯକାଳ ସମ୍ଭାଳି ଥିବା ସରକାର ନିଜର ଚଳିତ କାର୍ଯ୍ୟକାଳ ଶେଷ ହେବା ପୂର୍ବାରୁ ସାମ୍ବାଦିକଙ୍କ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।ନଚେତ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଏହାକୁ ରାଜ୍ୟବ୍ୟାପୀ କରାଯାଇ ସରକାରୀ ସୂଚନା ପ୍ରଚାର ପ୍ରସାରକୁ ଠପ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Laxmikanta das
Bhubaneswar
Visual already sent by WhatsApp

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.