ETV Bharat / business

AAIକୁ ୨୩୫୦ କୋଟି ବକେୟା ଦେବ Air India, ସ୍ପାଇସଜେଟ ୧୮୫ କୋଟି

author img

By

Published : Dec 6, 2021, 8:07 PM IST

ଭାରତୀୟ ବିମାନ କର୍ତ୍ତୃପକ୍ଷ(AAI)କୁ ୪ ଏୟାରଲାଇନ୍ସ ଦେବେ ବଡ ଧରଣର ବକେୟା ଅର୍ଥ । ସେଥିମଧ୍ୟରୁ ସର୍ବାଧିକ ବକେୟା ଅର୍ଥ 2,350 କୋଟି ଦେବ ଏୟାର ଇଣ୍ଡିଆ । ଅଧିକ ପଢନ୍ତୁ

AAIକୁ ୨୩୫୦ କୋଟି ବକେୟା ଦେବ Air India, ସ୍ପାଇସଜେଟ ୧୮୫ କୋଟି
AAIକୁ ୨୩୫୦ କୋଟି ବକେୟା ଦେବ Air India, ସ୍ପାଇସଜେଟ ୧୮୫ କୋଟି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ(Air India) ଏବଂ ସ୍ପାଇସଜେଟ(SpiceJet) ଭଳି ବିମାନ ସେବା ଯୋଗାଉଥିବା କମ୍ପାନୀ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI)କୁ ବକେୟା ଅର୍ଥ ଦେବାରେ ହୋଇଛନ୍ତି ବିଫଳ । ୪ଟି ଏୟାରଲାଇନ୍ସ ଉପରେ AAIର ୨୭୦୦ କୋଟି ବକେୟା ଅର୍ଥ ରହିଥିବାବେଳେ କେବଳ ଏୟାର ଇଣ୍ଡିଆ ଦେବ 2,350 କୋଟି ଏବଂ ସ୍ପାଇସଜେଟ ଦେବ 185 କୋଟି ଟଙ୍କା ବକେୟା । ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭି କେ ସିଂ ସୋମବାର ସୂଚନା ଦେଇଛନ୍ତି ।

କିଛି ବିମାନ ସେବା ଯୋଗାଉଥିବା କମ୍ପାନୀ ଭାରତୀୟ ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ ଚଳିତ ବର୍ଷର ଅର୍ଥ ପୈଠ କରିନାହାନ୍ତି । ସେପ୍ଟେମ୍ବର ୨୦୨୧ ମସିହା ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ୨୩୫୦ କୋଟି ଟଙ୍କା ଦେବାକୁ ଥିବାବେଳେ ଏଲାଏନ୍ସ ଏୟାରକୁ ୧୦୯ କୋଟି ଟଙ୍କା, ସ୍ପାଇସଜେଟକୁ ୧୮୫ କୋଟି ଟଙ୍କା ଓ ଗୋ ଏୟାର(Go Air) ବା ଗୋ ଫାଷ୍ଟ୍‌କୁ ୫୬ କୋଟି ଟଙ୍କାର ବକେୟା ଅର୍ଥ ଭାରତୀୟ ବିମାନ କର୍ତ୍ତୃପକ୍ଷଙ୍କୁ ପୈଠ କରିବେ । ବିମାନ କର୍ତ୍ତୃପକ୍ଷ ନିଜ କ୍ରେଡିଟ ପଲିସି(Credit Policy) ଅନୁଯାୟୀ ଲଗାତାର ଭାବେ ବକେୟା ଅର୍ଥର ସମୀକ୍ଷା କରିଥାଏ ।

AAI ଏବେ ପ୍ରାୟ ୧୨୫ଟି ଏୟାରପୋର୍ଟକୁ ପରିଚାଳନା କରୁଛି । ତେବେ ବିମାନ କମ୍ପାନୀଗୁଡ଼ିକ ବିମାନକୁ ପାର୍କିଂ ଓ ଲୋଡ଼ିଂ ଆଦି ପାଇଁ କର୍ତ୍ତୃପକ୍ଷଙ୍କୁ ଅର୍ଥ ପୈଠ କରିଥାଏ । ତେବେ କୋରୋନା ମହାମାରୀ(Corona Pandemic) ପାଇଁ ଭାରତରେ ଏୟାରଲାଇନ୍ସ ଓ ବିମାନ ବନ୍ଦରଗୁଡ଼ିକ ପ୍ରାୟ ୧୯, ୫୬୪ ଓ ୫୧୧୬ କୋଟି ଟଙ୍କାର କ୍ଷତି ସହିଛି ।

ସୂଚନା ଥାଉ କି ମହାମାରୀ ଯୋଗୁଁ ଘରୋଇ ବିମାନ(Domestic flights) ସେବା ୨୦୨୦ ମାର୍ଚ୍ଚ ୨୫ରୁ ମେ ମାସ ୨୪ ତାରିକ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ରାଜ୍ୟସଭାର ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ମହାମାରୀ ପାଇଁ ବେସାମରିକ ବିଭାଗ(Aviation sector) ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.