ETV Bharat / business

ପୂରଣ ହେବକି 5 ଟ୍ରିଲିୟନ ଡଲାର ଅର୍ଥନୀତି ସ୍ବପ୍ନ? ଏଡିବି କଲା ଖୁଲାସା

ସରକାରଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନକୁ ଫିକା କରିଦେଇଛି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର(ଏଡିବି) ଜିଡିପି ରିପୋର୍ଟ । ଜିଡିପି ଆକଳନକୁ କ୍ରମାଗତ ହ୍ରାସ କରି 7 ପ୍ରତିଶତକୁ ଖସାଇଛି ଏଡିବି।

ପ୍ରତିକାତ୍ମକ ଫଟୋ
author img

By

Published : Jul 19, 2019, 5:45 PM IST

ନୂଆଦିଲ୍ଲୀ: ଅର୍ଥନୀତିକୁ ଦୋହଲାଇଦେଲା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ରିପୋର୍ଟ । ଲଗାତାର ତୃତୀୟ ଥର ପାଇଁ ଦେଶର ମୋଟ ଘେରାଇ ଉତ୍ପାଦ ଆକଳନକୁ ତଳକୁ ଖସାଇଛି ଏଡିବି । ଗୁରୁବାର ପ୍ରକାଶ ପାଇଥିବା ରିପୋର୍ଟରେ ଭାରତର ବିକାଶ ଦର ଚଳିତ ବର୍ଷ 7 ପ୍ରତିଶତ ରହିବ ବୋଲି ଦର୍ଶାଯାଇଛି ।

ଆର୍ଥିକ ନିଅଣ୍ଟ ଆଶଙ୍କା ରଖି ଏଡିବି ଜିଡିପି ରିପୋର୍ଟରରେ ସଂଶୋଧନ କରିଛି । 2019ରେ ଦକ୍ଷିଣ ଏସିଆ ଅଞ୍ଚଳର ଅଭିବୃଦ୍ଧି 6.6 ପ୍ରତିଶତ ଏବଂ 2020ରେ 6.7 ପ୍ରତିଶତ ରହିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଭାରତର ଅର୍ଥନୈତିକ ଅଭିବୃଦ୍ଧି 7.2 ପ୍ରତିଶତ ରହିବ ବୋଲି ଏପ୍ରିଲ ମାସରେ ଏଡିବି ରିପୋର୍ଟ ଦେଇଥିଲା । ଆଉ ତା ପୂର୍ବରୁ 7.6 ପ୍ରତିଶତ ନେଇ ପୂର୍ବାନୁମାନ କରିଥିଲା । ହେଲେ ବର୍ତ୍ତମାନ ହିସାବକୁ ପରିବର୍ତ୍ତନ କରି ଏହି ହାରକୁ କ୍ରମଶଃ ହ୍ରାସ କରାଯାଇଛି ।

ତେବେ ଏଡିବିର ଏହି ଆନୁମାନିକ ରିପୋର୍ଟର ଖୁଲାସା ଏପରି ସମୟରେ ହୋଇଛି, ଯେତେବେଳେକି ଆସନ୍ତା 5 ବର୍ଷରେ ଦେଶର ଅର୍ଥନୀତିର ଆକାର 5 ଟ୍ରିଲିୟନ ଡଲାର ରହିବ ବୋଲି ସରକାର ଦମ୍ଭୋକ୍ତି ଦେଇଛନ୍ତି । ଆଉ ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଭିବୃ୍ଦ୍ଧି ହାର 8 ପ୍ରତିଶତ ରହିବା ଜରୁରୀ । ଏପରି ସ୍ଥିତିରେ ଏଡିବି ରିପୋର୍ଟ ସମସ୍ତ ଆର୍ଥିକ ଗଣନାରେ ଫସର ଫଟେଇଦେଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.