ETV Bharat / business

82 ପ୍ରତିଶତ ଭାରତୀୟଙ୍କ ବଜେଟ ବିଗାଡିଛି କୋରୋନା: ସର୍ଭେ

author img

By

Published : Jun 2, 2020, 9:24 PM IST

ଇଣ୍ଡିଆ ଲେଣ୍ଡସ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି କି କୋରୋନା ମାଡରେ 82 ପ୍ରତିଶତ ଭାରତୀୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ମାସିକ ବଜେଟ ବିଗିଡିବା ସହ ସେମାନଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ..

82% Indians bear financial brunt of coronavirus pandemic: Survey
82 ପ୍ରତିଶତ ଭାରତୀୟଙ୍କ ବଜେଟ ବିଗାଡିଛି କୋରୋନା

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀକୁ ପ୍ରତିହିତ ପାଇଁ ଦେଶବ୍ୟାପି ଜାରି ଲକଡାଉନର୍ ପ୍ରଭାବ ଗୁରୁତର ରହିଛି । ଅର୍ଥନୀତି, ସ୍ବାସ୍ଥ୍ୟ ସହ ରୋଜଗାର, ଘର ଖର୍ଚ୍ଚ ସବୁ ବିଗାଡି ରଖିଛି କୋରୋନା କଟକଣା । ଇଣ୍ଡିଆ ଲେଣ୍ଡସ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି କି କୋରୋନା ମାଡରେ 82 ପ୍ରତିଶତ ଭାରତୀୟ ଆର୍ଥିକ ଅସୁବିଧା ଭୋଗୁଛନ୍ତି । ମାସିକ ଖର୍ଚ୍ଚ ତୁଳାଇବାକୁ ସେମାନେ ସଂଘର୍ଷ କରୁଛନ୍ତି ।

ଦେଶବ୍ୟାପି 5,000 ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଏହି ସର୍ଭେରୁ ଜଣାପଡିଛି କି, 94 ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ ସେମାନେ ଆସନ୍ତା କିଛି ମାସ ଧରି ଖର୍ଚ୍ଚ କରିବା ବେଳେ ସତର୍କ ରହିବେ । ସେହିଭଳି 84 ପ୍ରତିଶତ ସେମାନଙ୍କ ଖର୍ଚ୍ଚ କାଟ କରିବେ ଏବଂ 90 ପ୍ରତିଶତ ସେମାନଙ୍କ ଆର୍ଥିକ ଭବିଷ୍ୟତ ଓ ସଞ୍ଚୟକୁ ନେଇ ଟେନସନରେ ଅଛନ୍ତି ।

72 ପ୍ରତିଶତ ଲୋକଙ୍କ କହିବା ଅନୁଯାୟୀ ସେମାନେ ନିଜର ଜରୁରୀ ଖର୍ଚ୍ଚ ମେଣ୍ଚାଇବାକୁ ବ୍ୟକ୍ତିଗତ ଋଣ କରିବାକୁ ଚିନ୍ତା କରୁଛନ୍ତି । 75 ପ୍ରତିଶତ ଲୋକ ପୂର୍ବରୁ ଋଣଗ୍ରସ୍ଥ ଅଛନ୍ତି । ସେମାନଙ୍କ ମଧ୍ୟରୁ 45 ପ୍ରତିଶତଙ୍କ ପାଖରେ ଅର୍ଥଭାବ ଥିବାରୁ ଋଣ କିସ୍ତି ସ୍ଥଗିତ ପାଇଁ ମୋରାଟୋରିଅମ ପାଇଁ ଆବେଦନ କରିଛନ୍ତି ।

ସର୍ଭେ ମୁତାବକ, 76 ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ଫ୍ରେସ ନିବେଶ ପାଇଁ ଆଦୌ ପ୍ରସ୍ତୁତ ନୁହଁନ୍ତି । 70 ପ୍ରତିଶତ ଲୋକ କହିଛନ୍ତି କୋଭିଡ-19 ପରେ ଅଣ ଅତ୍ୟାବଶ୍ୟକ, ଯେପରିକି, ମନୋରଞ୍ଜନ, ଜୀବନ ଶୈଳୀ ଆଦି ପାଇଁ ଯଥାସମ୍ଭବ କମ ଖର୍ଚ୍ଚ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.