ETV Bharat / business

2025 ସୁଦ୍ଧା ପ୍ରତି 10 ଜଣରେ 6 ହରାଇବେ ଚାକିରୀ

ଉନ୍ନତମାନର ଯନ୍ତ୍ରପାତି କ୍ରେଜ ହଜାର ହଜାର ଶ୍ରମିକଙ୍କ ରୋଜଗାର ଛଡାଇଦେଇଛି । ଯାହାର ପରିଣାମ ସ୍ବରୂପ ହୁହୁ ହୋଇ ବେକାରୀ ସଂଖ୍ୟା ବୃଦ୍ଧି ପାଇଲାଗିଛି । ଅଧିକ ପଢନ୍ତୁ..

2025 ସୁଦ୍ଧା  ପ୍ରତି 10 ଜଣରେ 6 ହରାଇବେ ଚାକିରୀ
2025 ସୁଦ୍ଧା ପ୍ରତି 10 ଜଣରେ 6 ହରାଇବେ ଚାକିରୀ
author img

By

Published : Apr 2, 2021, 9:17 PM IST

ନୂଆଦିଲ୍ଲୀ: ଯନ୍ତ୍ରପାତି ଦେଉଛି ଯନ୍ତ୍ରଣା । ଉନ୍ନତମାନର ଯନ୍ତ୍ରପାତି କ୍ରେଜ ହଜାର ହଜାର ଶ୍ରମିକଙ୍କ ରୋଜଗାର ଛଡାଇଦେଇଛି । ଯାହାର ପରିଣାମ ସ୍ବରୂପ ହୁହୁ ହୋଇ ବେକାରୀ ସଂଖ୍ୟା ବୃଦ୍ଧି ପାଇଲାଗିଛି । ଫଳରେ 2025 ସୁଦ୍ଧା ସମଗ୍ର ବିଶ୍ବରେ ପ୍ରତି 10ରେ 6 ଜଣ ଲୋକ ନିଯୁକ୍ତି ହରାଇବା ଆଶଙ୍କା ଦେଖାଦେଇଛି । ଏ ନେଇ ୱାର୍ଲ୍ଡ ଇକୋନୋମିକ ଫୋରମର ରିପୋର୍ଟ ପ୍ରକାଶ କରିଛି ।

ଏହି ରିପୋର୍ଟ 19 ଟି ଦେଶରେ ପ୍ରାଇସ୍ ୱାଟର ହାଉସ୍ କପୁର୍ କମ୍ପାନୀରେ କାର୍ଯ୍ୟ କରୁଥିବା 32,000 କର୍ମଚାରୀଙ୍କୁ ନେଇ ହୋଇଛି । ଏମାନଙ୍କୁ ନେଇ ହୋଇଥିବା ସର୍ଭେ ପରେ ଏଭଳି ତଥ୍ୟ ସାମ୍ନାକୁ ଆଶିଛି । ସର୍ଭେ ମୁତାବକ ସମଗ୍ର ଦେଶରେ 40 ପ୍ରତିଶତ କର୍ମଚାରୀଙ୍କୁ ଲାଗୁଛି କି ସେମାନେ ଆସନ୍ତା 5 ବର୍ଷରେ ସେମାନଙ୍କ ଚାକିରୀ ହରାଇଦେବେ । ଯେତେବେଳେ କି 56 ପ୍ରତିଶତ ଲୋକ ଭାବୁଛନ୍ତି କି ସେମାନେ ଭବିଷ୍ୟରେ ବି ଲମ୍ବା ସମୟ ପର୍ଯ୍ୟନ୍ତ ରୋଜଗାର ବିକଳ୍ପ ହାସଲ କରିପାରିବେ ।

60 ପ୍ରତିଶତରୁ ଅଧିକ ଲୋକ ଭାବୁଛନ୍ତି କି ସରକାର ସେମାନଙ୍କ ଚାକିରୀ ସୁରକ୍ଷିତ କରନ୍ତୁ । ବିଶ୍ବବ୍ୟାପି ଲକଡାଉନରେ 40 ପ୍ରତିଶତ ଲୋକ ସେମାନଙ୍କ ଡିଜିଟାଲ ସ୍କିଲକୁ ସୁଧାରିଛନ୍ତି । ଯେତେବେଳେ କି 77 ପ୍ରତିଶତ ଲୋକ ନୂଆ ଶିଖିବା ଓ ନିଜେ କିଛି ଭଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ପ୍ରାୟ 80 ପ୍ରତିଶତ ଲୋକ ସେମାନଙ୍କ ଯୋଗ୍ୟତା ଉପରେ ବିଶ୍ବାସ କରି ନୂଆ ଟେକ୍ନୋଲୋଜିକୁ ଶିଖିବା ପ୍ରତି ଆଶ୍ବସ୍ତ ଅଛନ୍ତି । ପୂର୍ବ ୱାର୍ଲ୍ଡ ଇକୋନୋମିକ ରିପୋର୍ଟ ଅନୁସାରେ ମେସିନ ବ୍ୟବହାର ବଢୁଥିବାରୁ ଓ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ କାରଣରୁ 8.5 କୋଟି ଚାକିରୀ ବିପଦରେ ରହିଛି । ବର୍ତ୍ତମାନ ସ୍ଥିତିରେ 9.7 କୋଟି ରୋଜଗାର ସୃଷ୍ଟି ନେଇ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.