ETV Bharat / business

ୟେସ ବ୍ୟାଙ୍କ ମାମଲା: କକ୍ସ ଆଣ୍ଡ କିଙ୍ଗ୍ସର 5ଟି ଅଫିସରେ ଇଡିର ଚଢାଉ

author img

By

Published : Jun 8, 2020, 3:02 PM IST

ୟେସ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ମ୍ବାଇର ବୈଶ୍ବିକ ପର୍ଯ୍ୟଟନ ଓ ଯାତ୍ରା କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍ସର ପାଞ୍ଚଟି ଅଫିସରରେ ଇଡିର ଚଢାଉ । ଏହି କମ୍ପାନୀ ୟେସ ବ୍ୟାଙ୍କର ବଡ ଋଣଗ୍ରହୀତା ଥିଲା । ଅଧିକ ପଢନ୍ତୁ..

Yes Bank  money laundering case
ୟେସ ବ୍ୟାଙ୍କ ମନି ଲଣ୍ଡରିଂ

ମୁମ୍ବାଇ: ୟେସ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦାଶାଳୟ(ଇଡି) ମୁମ୍ବାଇର ବୈଶ୍ବିକ ପର୍ଯ୍ୟଟନ ଓ ଯାତ୍ରା କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍ସର ପାଞ୍ଚଟି ଅଫିସରେ ଚଢାଉ କରିଛି ।

କେନ୍ଦ୍ରୀୟ ଏଜେନ୍ସି ପ୍ରିଭେନ୍ସନ୍‌ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁସାରେ ଏହି କମ୍ପାନୀର ବିଭିନ୍ନ ପରିସରରେ ଛାନବିନ କରିଥିବା ନେଇ ଅଧିକାରୀ କହିଛନ୍ତି । ୟେସ ବ୍ୟାଙ୍କର ପ୍ରମୁଖ ଋଣଗ୍ରହୀତାଙ୍କ ମଧ୍ୟରେ ଅନ୍ୟତମ ଥିଲା କକ୍ସ ଆଣ୍ଡ କିଙ୍ଗ୍ସ । ଏହି କମ୍ପାନୀକୁ ବ୍ୟାଙ୍କ 2,260 କୋଟି ଟଙ୍କା ଋଣ ଦେଇଥିଲ ।

ଏଣୁ ଏହି ମାମଲାରେ ଅଧିକ ପ୍ରମାଣ ଏକତ୍ର ପାଇଁ କମ୍ପାନୀ ଉପରେ ଚଢାଉ କରାଯାଇଛି ବୋଲି ଅଧିକାରୀ କହିଛନ୍ତି ।

ଏହି ଋଣ ଜାଲିଆତି ମାମଲାରେ ଇଡି ପକ୍ଷରୁ ୟେସ ବ୍ୟାଙ୍କ ଓ ଅନ୍ୟ ବଡ କର୍ପୋରେଟ ସଂସ୍ଥା ର ଯାଞ୍ଚ କରାଯାଉଛି । ପ୍ରକାଶ ଯେ, ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ଏହି ଦୁର୍ନୀତି ମାମଲାରେ ମାର୍ଚ୍ଚ ମାସରେ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.