ETV Bharat / business

ଆଶ୍ବସ୍ତକର ଖବର: ଭାରତର ଜିଡିପି ଆକଳନ ବଢାଇଲା ବିଶ୍ବବ୍ୟାଙ୍କ

ମହାମାରୀ ପ୍ରକୋପ ଓ ନୀତିଗତ ନିଷ୍ପତ୍ତି ସହ ଜଡିତ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ବିଶ୍ବ ବ୍ୟାଙ୍କର ଆକଳନ । ଭାରତର ଜିଡିପି 2021-22 ଆର୍ଥିକ ବର୍ଷରେ 7.5 ରୁ 12.5 ପ୍ରତିଶତ ମଧ୍ୟରେ ରହିପାରେ । ଅଧିକ ପଢନ୍ତୁ..

author img

By

Published : Apr 2, 2021, 6:12 AM IST

7.5ରୁ 12.5 % ଭିତରେ ରହିପାରେ ଭାରତ ଜିଡିପି: ବିଶ୍ବବ୍ୟାଙ୍କ

ୱାଶିଂଟନ: କୋଭିଡ-19 ମହାମାରୀ ଓ ଦେଶବ୍ୟାପୀ ଲକଡାଉନ କ୍ଷତ ପୂରଣ କରୁଛି ଭାରତ । ଆର୍ଥିକ ଗତିବିଧି ଧୀରେ ଧୀରେ ସ୍ବାଭାବିକ ହେଉଛି । ଭାରତୀୟ ଅର୍ଥବ୍ୟବସ୍ଥା ଗତ 1 ବର୍ଷରେ ସହିଥିବା କ୍ଷତିରୁ ମୁକୁଳି ଆଶ୍ଚର୍ଯ୍ୟଜନକ ଭାବେ ସୁଧୁରୁଛି । ହେଲେ ଏବେ ବି ବିପଦ କବଳରୁ ବାହାରିନି ଦେଶ । ଏ ନେଇ ଆକଳନ କରିଛି ବିଶ୍ବବ୍ୟାଙ୍କ ।

ଏଥିସହ ବିଶ୍ବ ବ୍ୟାଙ୍କ ଏହାର ସଦ୍ୟ ରିପୋର୍ଟରେ କହିଛି କି, ଆର୍ଥିକ ବର୍ଷ 2021-22 ରେ ଭାରତ ବାସ୍ତବିକ ଜିଡିପି ବୃଦ୍ଧି ହାର 7.5 ପ୍ରତିଶତରୁ 12.5 ପ୍ରତିଶତ ମଧ୍ୟରେ ରହିପାରେ । ବିଶ୍ବବ୍ୟାଙ୍କ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ସହ ବାର୍ଷିକ ବୈଠକ ପୂର୍ବରୁ ଜାରି ଏହାର ଦକ୍ଷିଣ ଏସିଆ ଇକୋନୋମିକ୍ ଫୋକସ୍ ରିପୋର୍ଟରେ କହିଛି ଯେ, ଯେତେବେଳେ କୋଭିଡ୍ -19 ମହାମାରୀ ହୋଇଥିଲା ସେତେବେଳେ ଅର୍ଥନୀତି ପୂର୍ବରୁ ହିଁ ମନ୍ଥର ଥିଲା ।

ରିପୋର୍ଟରେ ଦର୍ଶାଯାଇଛି କି ଆର୍ଥିକ ବର୍ଷ 2017 ରେ ଅଭିବୃଦ୍ଧି ହାର 8.3 ପ୍ରତିଶତରେ ପହଞ୍ଚିବା ପରେ ଆର୍ଥିକ ବର୍ଷ 2020ରେ 4 ପ୍ରତିଶତ ଯାଏଁ ହ୍ରାସ ହୋଇଛି । ମାନ୍ଦାବସ୍ଥା କାରଣ ହେଉଛି ଘରୋଇ ଉପଯୋଗୀତା ହ୍ରାସ ଏବଂ ଆର୍ଥିକ କ୍ଷେତ୍ରରେ ସହ ଜଡିତ ଝଟକା (ଏକ ବୃହତ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ ପତନ) । ଯାହା ଫଳରେ ଯାହା ପୁଞ୍ଜି ନିବେଶ ପୂର୍ବରୁ ଥିବା ଦୁର୍ବଳତା ଆହୁରି ସନ୍ତୁଳିତ ହୋଇଛି ।

ମହାମାରୀ ପ୍ରକୋପ ଓ ନୀତିଗତ ନିଷ୍ପତ୍ତି ସହ ଜଡିତ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି 2021-22 ଆର୍ଥିକ ବର୍ଷରେ ପ୍ରକୃତ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ଅଭିବୃଦ୍ଧି ହାର 7.5 ରୁ 12.5 ପ୍ରତିଶତ ମଧ୍ୟରେ ରହିପାରେ ବୋଲି ବିଶ୍ବ ବ୍ୟାଙ୍କ କହିଛି । ତେବେ ଟୀକାକରଣ ଅଭିଯାନ କିପରି ଅଗ୍ରଗତି କରୁଛି, କେଉଁ ନୂତନ ପ୍ରତିବନ୍ଧକ ଲଗାଯିବ ଏବଂ ବିଶ୍ବ ଅର୍ଥନୀତି କେତେ ଶୀଘ୍ର ସୁସ୍ଥ ହେବ ତାହା ଉପରେ ଏହା (ଅଧିକ ଅଭିବୃଦ୍ଧି ଅନୁମାନ) ନିର୍ଭର କରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.