ETV Bharat / business

ଆର୍ଥିକ ପ୍ୟାକେଜକୁ TEMAର ସ୍ବାଗତ, ପଞ୍ଚମ ରାଉଣ୍ଡ ପାଇଁ ରହିଛି ଏହି ଆଶା - କୋଭିଡ-19 ରିଲିଫ ପ୍ୟାକେଜ

TEMA ଚେୟାରମ୍ୟାନ ପ୍ରଫେରସର ଏନ. କେ ଗୋଏଲ ଅର୍ଥମନ୍ତ୍ରୀଙ୍କୁ ଚତୁର୍ଥ ରାଉଣ୍ଡ ପ୍ୟାକେଜକୁ ପ୍ରଂଶା କରିଛନ୍ତି । ଏଥିସହ ପଞ୍ଚମ ପ୍ୟାକେଜରେ ଟେଲିକମ ଭଳି ଏ ସବୁ ସେକ୍ଟରକୁ ଉପଶମ ଦେବାକୁ ଆଶା ରଖିଛନ୍ତି । ଅଧିକ ପଢନ୍ତୁ..

TEMA
ଆର୍ଥିକ ପ୍ୟାକେଜକୁ TEMAର ସ୍ବାଗତ
author img

By

Published : May 17, 2020, 1:28 AM IST

ନୂଆଦିଲ୍ଲୀ: ଲକଡାଉନରେ ପ୍ରଭାବିତ ଭାରତ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ 20 ଲକ୍ଷ କୋଟି ଟଙ୍କାର କୋଭିଡ-19 ରିଲିଫ ପ୍ୟାକେଜ ଯୋଜନା ସ୍ୱାଗତଯୋଗ୍ୟ । ତେବେ ଆଗାମୀ ପ୍ୟାକେଜକୁ ଅପେକ୍ଷା ରହିଛି ବୋଲି ଟେଲିକମ ଇକ୍ୟୁପମେଣ୍ଟ ମ୍ୟାନୁଫେକ୍ଚର୍ସ ଆସୋସିଏସନ ଅଫ ଇଣ୍ଡିଆ (TEMA) ଏବଂ କମ୍ୟୁନିକେସନ ମଲ୍ଟିମିଡିଆ ଆପ୍ଲିକେସନ ଇନଫ୍ରାଷ୍ଟ୍ରକ୍ଚର ଆସୋସିଏସନ ଅଫ ଇଣ୍ଡିଆ (CMAI) ପକ୍ଷରୁ କୁହାଯାଇଛି ।

TEMA ଚେୟାରମ୍ୟାନ ପ୍ରଫେରସର ଏନକେ ଗୋଏଲ ଅର୍ଥମନ୍ତ୍ରୀଙ୍କୁ ଚତୁର୍ଥ ରାଉଣ୍ଡ ପ୍ୟାକେଜକୁ ପ୍ରଂସଶା କରିଛନ୍ତି । ସେ କହିଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ମେକ ଇନ ଇଣ୍ଡିଆକୁ ଜୋର ଏବଂ ଏଫଡିଆଇ( ବିଦେଶୀ ପ୍ରତ୍ୟେକ୍ଷ ନିବେଶ) ସୀମା 49 ପ୍ରତିଶତରୁ 74 ପ୍ରତିଶତକୁ ବୃଦ୍ଧି ସ୍ବାଗତ ଯୋଗ୍ୟ । ସେହିପରି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ଘରୋଇ କମ୍ପାନୀଙ୍କୁ ସାଟେଲାଇଟ ଲଞ୍ଚ ପାଇଁ ଅନୁମତି ମଧ୍ୟ ଗ୍ରହଣୀୟ ।

ଘରୋଇ କମ୍ପାନୀଙ୍କୁ ଉପଗ୍ରହ ଉତକ୍ଷେପଣ ଏବଂ ଅନ୍ତରୀକ୍ଷ ଭିତ୍ତିକ ସେବା ବ୍ୟବସାୟ ଭଳି ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ସାମିଲ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହ ବେସରକାରୀ କ୍ଷେତ୍ରକୁ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ISRO ର ସୁବିଧା ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସମ୍ପତ୍ତି ବ୍ୟବହାର କରିବାକୁ ଅନୁମତି ଦିଆଯିବ । ଗ୍ରହ ଅନୁସନ୍ଧାନ ଏବଂ ମହାକାଶ ପର୍ଯ୍ୟଟନର ଭବିଷ୍ୟତ ପ୍ରକଳ୍ପଗୁଡିକ ମଧ୍ୟ ଘରୋଇ କ୍ଷେତ୍ର ପାଇଁ ଖୋଲା ରହିବ । ଏହା ଦ୍ବାର କମ୍ୟୁନିକେସନ ସାଟେଲାଇଟରେ ନିବେଶ ବୃଦ୍ଧି ହେବ ବୋଲି ଗୋଏଲ କହିଛନ୍ତି ।

ସେହିପରି TEMA ପକ୍ଷରୁ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଘୋଷଣା ହୋଇଥିବା ପ୍ରଥମ ପ୍ୟାକେଜକୁ ମଧ୍ୟ ପ୍ରଂଶସା କରାଯାଇଛି ।

ପ୍ରଫେସର ଗୋଏଲ କହିଛନ୍ତି, ଆମେ ଆଶା ରଖିଛୁ କି, ଆଗାମୀ ପ୍ୟାକେଜରେ ଅର୍ଥମନ୍ତ୍ରୀ ଟେଲିକମ, ଇଲୋକ୍ଟ୍ରୋନିକ , ଆଇସିଟି ସେକ୍ଟର ପାଇଁ ଘୋଷଣା କରନ୍ତୁ । ଏଥିରେ ସନ୍ଦେହ ନାହିଁ ଯେ COVID ସଙ୍କଟ ସମୟରେ ଭାରତର ସମସ୍ତ ନାଗରିକଙ୍କୁ ସଂଯୋଗ ପାଇଁ ଟେଲିକମ କ୍ଷେତ୍ର ଏକ ଅଗ୍ରଭାଗରେ ଅଛି । ପଞ୍ଚମ ପ୍ୟାକେଜରେ ଏହି ସେକ୍ଟରକୁ ସ୍ୱଦେଶୀ ରୂପରେ ଡିଜାଇନର କରାଯାଇଥିବା ବିକାଶର ପ୍ରବର୍ତ୍ତନ ଓ ମ୍ୟୁଫେକ୍ଚର ଇକ୍ୟୁମେଣ୍ଟ ପାଇଁ ଅନାଇ ରହିଛି ।

ଅନ୍ୟ ଏକ ପ୍ରସଙ୍ଗ ଯାହା ଟେଲିକମ, ICT ସେକ୍ଟର ବଡ ପରିମାଣର ବକେୟା ନେଇ ସମସ୍ୟାର ସମ୍ମୁଖୀନ ହେଉଛି । BSNL, MTNL ଏବଂ ଅନ୍ୟାନ୍ୟ ଟେଲିକମ୍ PSU ବହୁତ ପରିମାଣରେ ବକେୟା ବାକି ରଖିଛନ୍ତି । ଏଣୁ ଆମେ ଆଶା କରୁଛୁ ଶୀଘ୍ର ସମସ୍ତ ବକେୟା ପେମେଣ୍ଟ ପାଇଁ ନୀତି ନିର୍ଦ୍ଦେଶାବଳୀ ଆସିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.