ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଟିକସଦାତାମାନେ ସେମାନଙ୍କ ମାର୍ଚ୍ଚ ମାସର ଜିଏସଟି ଦେୟ ନିଜର କ୍ରେଡିଟ ଲେଜରରେ ଉପଲବ୍ଧ ଇନପୁଟ ଟ୍ୟାକ୍ସ କ୍ରେଡିଟ(ITC) ମାଧ୍ୟମରେ ଦେଇପାରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ କହିଛନ୍ତି ।
କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଏକ ବିବୃତ୍ତିରେ କହିଛି ଯେ, ମାର୍ଚ୍ଚ ମାସର ଜିଏସଟି ପେମେଣ୍ଟ ପାଇଁ ଟିକସଦାତାଙ୍କୁ ଆଇନ ଅନୁଯାୟୀ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।
ଫେବୃଆରୀରେ ଜିଏସଟି ସଂଗ୍ରହ କ୍ରମାଗତ ପଞ୍ଚମ ମାସ ପାଇଁ ଏକ ଲକ୍ଷ କୋଟିରୁ ଅଧିକ ହୋଇଛି । ଫେବୃଆରୀରେ ଜିଏସଟି ସଂଗ୍ରହ 1.13 ଲକ୍ଷ କୋଟି ଟଙ୍କା ଥିଲା ।