ନୂଆଦିଲ୍ଲୀ: 57 ପାଇଲଟ ଏୟାରଇଣ୍ଡିଆ ଦ୍ବାରା ବହିଷ୍କାରକୁ ନେଇ ବିରୋଧ କରୁଥିବା ବେଳେ ଏହାର ସହାୟକ କମ୍ପାନୀ ଏୟାରଲାଇନ୍ସ ଏୟାର, କମାଣ୍ଡର ଏବଂ ଫାଷ୍ଟ ଅଫିସର ପଦ ପାଇଁ ନିଯୁକ୍ତି ଆରମ୍ଭ କରିଛି।
ଗତ ସପ୍ତାହରେ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଏୟାର ଇଣ୍ଡିଆ 57 ପାଇଲଟଙ୍କୁ ସେବା ସମାପ୍ତି ପତ୍ର ପ୍ରଦାନ କରିଥିଲା । ଏହାର ଦିନକ ପରେ କମାଣ୍ଡର ତଥା ଫାଷ୍ଟ ଅଫିସର ପଦବୀ ପାଇଁ ଏଲାୟନ୍ସ ଏୟାର ବିଜ୍ଞାପନ ଦେଇଥିଲା। ସେପ୍ଟେମ୍ବର 18 ରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଯିବ ।
ଏୟାର ଇଣ୍ଡିଆ କହିଛି ଯେ 57 ପାଇଲଟ ‘greener pastures ଦାବି’ କରୁଥିଲେ । ଆର୍ଥିକ ପ୍ରତିବନ୍ଧକୁ ଦର୍ଶାଇ 57 ପାଇଲଟ ଏୟାରଲାଇନ ସେବାରୁ ଇସ୍ତଫା ଦେଇଛନ୍ତି ।
ଏୟାର ଇଣ୍ଡିଆ ଏକ ମିଡିଆ ବିବୃତ୍ତିରେ କହିଛି ଯେ, ଏହି ପାଇଲଟଙ୍କ ଭିତରେ ସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ ମଧ୍ୟ ସାମିଲ ଅଛନ୍ତି । ପରେ କିଛି ପାଇଲଟ ସେମାନଙ୍କ ଇସ୍ତଫା ପ୍ରତ୍ୟାହାର କରିଥିଲେ। ଏୟାର ଇଣ୍ଡିଆକୁ ଏବେ ଆଉ ଏହି ପାଇଲଟଙ୍କ ସେବା ଆବଶ୍ୟକ କରେ ନାହିଁ , ଏଥିପାଇଁ ଇସ୍ତଫା ଗ୍ରହଣ କରାଯାଇଛି । '