ETV Bharat / business

ଏସବିଆଇ ଜାରି କଲା ଭ୍ୟାକେନ୍ସି,, ବାର୍ଷିକ ପ୍ୟାକେଜ 1 କୋଟି ଟଙ୍କା - sbi vacancy

ବାର୍ଷିକ 1 କୋଟି ପ୍ୟାକେଜ ପାଇଁ ଏସବିଆଇ ବାହାର କରିଛି ନିଯୁକ୍ତି ନୋଟିସ। ଜାଣନ୍ତୁ, କେଉଁମାନେ କରିପାରିବେ ଆବେଦନ । ଅଧିକ ପଢନ୍ତୁ..

state bank of india offers up to rs 1 crore for cfo post
ଏସବିଆଇ ଜାରି କଲା ଭ୍ୟାକେନ୍ସି
author img

By

Published : Jun 11, 2020, 12:43 PM IST

ନୂଆଦିଲ୍ଲୀ: ମୁଖ୍ୟ ବିତ୍ତ ଅଧିକାରୀ (ସିଏଫଓ) ପଦ ପାଇଁ ଭ୍ୟାକେନ୍ସି ଜାରି କରିଛି ଦେଶର ସର୍ବବୃହତ୍ତ ବ୍ୟାଙ୍କ ଏସବିଆଇ । ଏହି ପଦବୀରେ ନିଯୁକ୍ତି ଚୁକ୍ତିନାମା ଆଧାରରେ ହେବ । ଏଥିପାଇଁ ଦରମା ବାର୍ଷିକ 1 କୋଟି ଟଙ୍କା ରହିବ । ଯାହାକି ବ୍ୟାଙ୍କର ଅଧ୍ୟକ୍ଷଙ୍କ ଦରମା ପ୍ୟାକେଜ ଠାରୁ 3 ଗୁଣ ଅଧିକ ।

ନିଯୁକ୍ତି ନୋଟିସ ଅନୁସାରେ, ଏହି ଚୁକ୍ତିନାମା ଅବଧି 3 ବର୍ଷ ପାଇଁ ହେବ । ଏଥିଲାଗି ବାର୍ଷିକ ପ୍ୟାକେଜ CTC (cost of the company) ଏବଂ ଅନ୍ୟାନ୍ୟ ସୁବିଧା ପାଇଁ 75 ଲକ୍ଷରୁ 1 କୋଟି ଟଙ୍କା ହେବ ।

ବଡ କଥା କି ଏସବିଆଇ ଅଧ୍ୟକ୍ଷଙ୍କ ଦରମା 2018-19ରେ 29.5 ଲକ୍ଷ ଟଙ୍କା ଥିଲା ।

ନୋଟିସ ଅନୁସାରେ 2020 ଏପ୍ରିଲ 1 ସୁଦ୍ଧା ଆର୍ଥିକ ମାମଲାରେ ଆବେଦନକାରୀଙ୍କ ଅଭିଜ୍ଞତା ସର୍ବନିମ୍ନ 15 ବର୍ଷର ହେବା ଦରକାର । ତେବେ ସେହି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ, ଯେଉଁମାନଙ୍କର ଆକାଉଣ୍ଟିଂ ଏବଂ ଟ୍ୟାକ୍ସ ବ୍ୟାପାର, ବ୍ୟାଙ୍କ ଓ ବଡ କମ୍ପାନୀ, ସରକାରୀ କ୍ଷେତ୍ର , ଆର୍ଥିକ ସଂସ୍ଥାନରେ ଅଭିଜ୍ଞତା ରହିଛି ।

ଏହା ପ୍ରଥମ ଥର, ଯେବେ ବ୍ୟାଙ୍କ ବାହାରୁ ସିଏଫଓଙ୍କୁ ନିଯୁକ୍ତି ଦେବାକୁ ଯାଉଛି । ଏବେ ସୁଦ୍ଧା ବ୍ୟାଙ୍କ ଭିତରେ ହିଁ ଅଧିକାରୀ ଏହି ଦାୟିତ୍ବ ତୁଲାଉଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.