ନୂଆଦିଲ୍ଲୀ: ଭାରତରେ ଟ୍ରେଣ୍ଡ ପାଲିଟିଲାଣି ଷ୍ଟାଟଅପ୍(start-up) । ଷ୍ଟାଟଅପ କ୍ଷେତ୍ରରେ ସଫଳତା ଯୋଗୁଁ ଯୁବପିଢି ବଡ ବଡ ଚାକିରି ଛାଡି ଏଥିରେ ମନୋନିବେଶ କରୁଛନ୍ତି । ସେପଟେ ଦେଶବ୍ୟାପୀ କୋରୋନା ସଙ୍କଟ ମଧ୍ୟରେ ମଧ୍ୟ ବିପୁଳ ସଫଳତା ହାତେଇବାରେ ସକ୍ଷମ ହୋଇଛନ୍ତି ଷ୍ଟାଟଅପ କମ୍ପାନୀ । ଦେଶରେ ୟୁନିକର୍ନ(unicorns) ଷ୍ଟାଟଅପ ସଂଖ୍ୟା ବର୍ତ୍ତମାନ ୬୬ରେ ପହଞ୍ଚିଛି ।
ଯେଉଁଥିରେ ପ୍ରାୟ ୩.୩ ଲକ୍ଷ ଲୋକେ ପାଇଛନ୍ତି ରୋଜଗାର । ୨୦୨୧ ବର୍ଷର ପ୍ରଥମ ୯ ମାସରେ ଦେଶରେ ୨୮ଟି ନୂଆ ୟୁନକର୍ନ ସୃଷ୍ଟି ହୋଇଛନ୍ତି । ୨୦୨୦ ଶେଷ ସୁଦ୍ଧା ଭାରତରେ ମୋଟ ୩୮ଟି ୟୁନିକର୍ନ ଥିଲେ ।
ଉଲ୍ଲେଖଯୋଗ୍ୟ, ୟୁନିକର୍ନ ସେହି ଷ୍ଟାଟଅପ କମ୍ପାନୀକୁ କୁହନ୍ତି, ଯାହାର ଭ୍ୟାଲୁଏସନ ୧ ଅରବ ଡଲାର(୭୪୦୦ କୋଟି) ରୁ ଉର୍ଦ୍ଧ୍ବ ଅଟେ ।
ଆଇଟିଆଇ କମ୍ପାନୀଗୁଡିକର ସଂଗଠନ Nasscom ମୁତାବକ, ଦେଶରେ ମୋଟ ଷ୍ଟାଟଅପର ପାଖାପାଖି ଏକ ତୃତୀୟାଂଶ ବେଙ୍ଗାଲୁରୁରେ ରହିଛି । ଯେତେବେଳେ କି ପାଖାପାଖି ୨୦ ପ୍ରତିଶତ ଦିଲ୍ଲୀ-ଏନସିଆରରେ ଅଟେ ।
ଭାରତର ୬୬ଟି ୟୁନିକର୍ନର ମୋଟ ବାର୍ଷିକ ଆୟ ୧୫ ଅରବ ଡଲାରରୁ ଅଧିକ । ୭ଟି ୟୁନିକର୍ନ ଏପରି ଅଟନ୍ତି ଯାହାର କର୍ମଚାରୀଙ୍କ ସଂଖ୍ୟା ୧୦ ହଜାର ପାଖାପାଖି ରହିଛି । ଅର୍ଥାତ୍ ସମ୍ପୃକ୍ତ ଷ୍ଟାଟଅପଗୁଡିକ ଦେଶରେ ପ୍ରାୟ ୭୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ।
ଏହି ୟୁନିକର୍ନଗୁଡିକ ଏବେସୁଦ୍ଧା ପ୍ରାୟ ୫୧ ଅରବ ଡଲାର ଫଣ୍ଡ ସଂଗ୍ରହ କରିଛନ୍ତି । ତନ୍ମଧ୍ୟରୁ ୧୮ ପ୍ରତିଶତ କମ୍ପାନୀଗୁଡିକୁ ୧ ଅରବ ଡଲାରରୁ ଅଧିକ ଫଣ୍ଡ ମିଳିଛି । ଏହାମଧ୍ୟରୁ ୭୫ ପ୍ରତିଶତ ୟୁନିକର୍ନର ଗଠନ ୨୦୧୦ ମସିହା ପର ଠାରୁ ବା ଗତ ୧୧ ବର୍ଷ ମଧ୍ୟରେ ହୋଇଛି । ସେହିପରି ଏଥିମଧ୍ୟରୁ ୬୦ ପ୍ରତିଶତ ୟୁନକର୍ନ ସଫ୍ଟୱେୟାର ସର୍ଭିସ ଏବଂ ଫିନଟେକ ଭଳି କ୍ଷେତ୍ର ସହ ଜଡିତ । ଏହାବାଦ୍ ଏଜୁଟେକ ଏବଂ ଲଜିଷ୍ଟିକ ସେକ୍ଟରରେ ଷ୍ଟାଟଅପ୍ ସଂଖ୍ୟା ଅଧିକ ।