ETV Bharat / business

ହ୍ବାଟସଆପରେ ଚେକ ଇନ ସର୍ଭିସ ଆରମ୍ଭ କଲା ସ୍ପାଇସଜେଟ - ହ୍ବାଟସଆପରେ ଚେକ ଇନ ସର୍ଭିସ

ହ୍ବାଟସଆପରେ ସ୍ପାଇସଜେଟର ଏକ ସ୍ୱୟଂଚାଳିତ ଗ୍ରାହକ ସେବା ଆରମ୍ଭ । ଏହି ସର୍ଭିସ ପାଇଁ ଆପଣଙ୍କୁ ହ୍ବାଟସଆପ ନମ୍ବର 6000000006 ରେ ଯାଇ ହାଏ "Hi" ଲେଖିବାକୁ ହେବ । ଅଧିକ ପଢନ୍ତୁ..

ହ୍ବାଟସଆପରେ ଚେକ ଇନ ସର୍ଭିସ ଆରମ୍ଭ କଲା ସ୍ପାଇସଜେଟ

author img

By

Published : Aug 13, 2020, 6:19 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ କମ୍ପାନୀ ଲଗାତାର ପଦକ୍ଷେପ ଗ୍ରହଣ କରୁଛି । ଏହି କ୍ରମରେ ଏବେ ଦେଶର ଶସ୍ତା ବିମାନ ସେବା ପ୍ରଦାନକାରୀ କମ୍ପାନୀ ସ୍ପାଇସଜେଟ ନୂଆ ଚେକ-ଇନ ସୁବିଧା ଆରମ୍ଭ କରିଛି ।

କୋରୋନା ଭାଇରସ୍ ମହାମାରୀ ମଧ୍ୟରେ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ସରକାର ନୂଆ ନିୟମ କରିଛନ୍ତି । ଏହା ଅନୁସାରେ ଉଡାଣ ପୂର୍ବରୁ ୱେବ (ଅନଲାଇନ) ଚେକ ଇନ କରିନଥିଲେ, ଯାତ୍ରୀ ଏୟାରପୋର୍ଟ ଭିତରକୁ ଏଣ୍ଟ୍ରି କରିପାରିବେ ନାହିଁ ।

ସ୍ପାଇସଜେଟ ହ୍ବାଟସଆପରେ ନୂଆ ସେବା ଆରମ୍ଭ କରି କହିଛି କି, ଏହି ସର୍ଭିସ ପାଇଁ ଆପଣଙ୍କୁ ହ୍ବାଟସଆପ ନମ୍ବର 6000000006 ରେ ଯାଇ ହାଏ "Hi" ଲେଖିବାକୁ ହେବ । ଏହା ପରେ ଏଜେଣ୍ଟ "Ms Pepper" ଆପଣଙ୍କୁ ଫ୍ଲାଇଟ ସହ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେବ । ଏଥିପାଇଁ ଆପଣଙ୍କୁ ସ୍ପାଇସଜେଟ ୱେବସାଇଟକୁ ଯିବାକୁ ପଡିବ ନାହିଁ । ଏ ନେଇ କମ୍ପାନୀ ନିଜ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ।

କମ୍ପାନୀ କହିଛି କି ଏହା ହ୍ବାଟସଆପରେ ଦୁର୍ବଳ ନେଟୱର୍କ ମଧ୍ୟରେ ବହୁତ ଭଲ ଭାବେ କାମ କରିବ । ସମସ୍ତ ଯାତ୍ରୀ ସହଜରେ ଏହାର ଲାଭ ଉଠାଇପାରିବେ ।

କୋରୋନା ଭାଇରସ ପ୍ରତିହିତ ପାଇଁ ସମଗ୍ର ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଉଡାଣ ସେବା 2 ମାସ ବନ୍ଦ ରହିଥିଲା । ପରେ ଦେଶରେ ମେ 25 ରୁ ଘରୋଇ ଉଡାଣ ସେବା ଆରମ୍ଭ ହୋଇଛି । ତେବେ କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ସରକାର ବହୁ କାର୍ଯ୍ୟନୁ୍ଷ୍ଠାନ ଗ୍ରହଣ କରିଛନ୍ତି । ତେବେ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ଯାତ୍ରୀଙ୍କୁ ବିଭିନ୍ନ ଅନଲାଇନ ବାଧ୍ୟତାମୂଳକ ଯାଞ୍ଚ କରିବାକୁ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.