ETV Bharat / business

ରିଲାଏନ୍ସ-ଫ୍ୟୁଚର ରିଟେଲ ଡିଲରେ ରୋକ, ଆମାଜନ ସପକ୍ଷରେ ରାୟ ଶୁଣାଇଲେ SC - ଆମାଜନ

ଫ୍ୟୁଚର ରିଟେଲ ଓ ଆମାଜନ ବିବାଦ ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ରାୟ । ଆମାଜନର ଜିତାପଟ୍ । ଫ୍ୟୁଚର ରିଟେଲ ଓ ରିଲାଏନ୍ସ ମଧ୍ୟରେ ହେବାକୁ ଥିବା କାରବାର ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ....

ରିଲିଆନ୍ସ-ଫ୍ୟୁଚର ରିଟେଲ ଡିଲରେ ରୋକ, ଆମାଜନ ସପକ୍ଷରେ ରାୟ ଶୁଣାଇଲେ SC

author img

By

Published : Aug 6, 2021, 7:15 PM IST

ନୂଆଦିଲ୍ଲୀ: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ବଡ ଝଟକା । ଫ୍ୟୁଚର ରିଟେଲ ଓ ଆମାଜନ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ବିବାଦ ମାମଲାରେ ଶୁକ୍ରବାର ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଫ୍ୟୁଚର ରିଟେଲର ଅଧିଗ୍ରହଣ ନେଇ ରିଲିଆନ୍ସର ଫ୍ୟୁଚର ଗ୍ରୁପ ସହ ହୋଇଥିବା ଡିଲ୍ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି ଏବଂ ଆମାଜନ ସପକ୍ଷରେ ରାୟ ଶୁଣାଇଛନ୍ତି ।

ବିଚାରପତି ଆର ଏଫ ନରୀମଣ ଏବଂ ବି ଆର ଗବଇଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ କହିଛନ୍ତି କି, ସିଙ୍ଗାପୁରର ଏମରଜେନ୍ସି ଆର୍ବିଟ୍ରେଟର କୋର୍ଟ ଦେଇଥିବା ରାୟ କାଏମ ରହିବ । ସିଙ୍ଗାପୁରସ୍ଥିତ ଏହି ମଧ୍ୟସ୍ଥତା କୋର୍ଟର ନିଷ୍ପତ୍ତି ଦେଶର ମଧ୍ୟସ୍ଥତା ଆଇନର ଧାରା ୧୭(୧)ର ଅନୁରୂପ ଅଟେ ଏବଂ ଏହା ଧାରା ୧୭(୨) ଅନୁଯାୟୀ ଦେଶରେ ଲାଗୁ ହୋଇପାରିବ ।

ଫ୍ୟୁଚର ଗ୍ରୁପ ଦେଶର ଦ୍ବିତୀୟ ବଡ ରିଟେଲ କମ୍ପାନୀ, ଯିଏକି ବିଗ୍ ବଜାର ଭଳି ବଡ ବ୍ରାଣ୍ଡର ମାଲିକ ଅଟେ । କମ୍ପାନୀର ଦେଶବ୍ୟାପୀ ୧୭୦୦ ଅଧିକ ଷ୍ଟୋର ରହିଛି । ୨୦୨୦ ଅଗଷ୍ଟରେ ରିଲାଏନ୍ସ ଓ ଫ୍ୟୁଚର ମଧ୍ୟରେ ୨୪ ହଜାର ୭୧୩ କୋଟି ଟଙ୍କାର ଡିଲ୍ ହୋଇଥିଲା । ଡିଲ୍ ଅନୁସାରେ ରିଲାଆନ୍ସକୁ ଫ୍ୟୁଚର ଗ୍ରୁପର ୱେୟାର ହାଉସ ଏବଂ ଲଜିଷ୍ଟିକ କାରବାର ଉପରେ ଅଧିକାର ମିଳିଥାନ୍ତା । ମାତ୍ର ପୂର୍ବରୁ ୨୦୧୯ ମସିହାରେ ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ ସହ ଫ୍ୟୁଚର ଗ୍ରୁପ ଏକ ଡିଲ୍ କରିଥିଲା । ଯେଉଁଥିରେ ଆମାଜନ ୧ ହଜାର ୯୨୦ ଲକ୍ଷ ଡଲାର ପୈଠ କରି ଫ୍ୟୁଚର ଗ୍ରୁପ କମ୍ପାନୀର ଫ୍ୟୁଚର କୁପନ ଲିମିଟେରେ ୪୯ ପ୍ରତିଶତ ଭାଗିଦାରୀ ହୋଇଥିଲା ।

ମାତ୍ର ଯେତେବେଳେ ଫ୍ୟୁଚର ରିଟେଲ ନିଜର କାରବାର ରିଲିଆନ୍ସକୁ ବିକ୍ରି କରିବାକୁ ନିର୍ଣ୍ଣୟ ନେଲା ସେତେବେଳେ ଏହାକୁ ବିରୋଧ କରି ଆମାଜନ ସିଙ୍ଗାପୁରସ୍ଥିତ ମଧ୍ୟସ୍ଥତା କୋର୍ଟର ଆଶ୍ରୟ ନେଇଥିଲା । କୋର୍ଟ ୨୦୨୦ ମସିହାରେ ଆମାଜନ ସପକ୍ଷରେ ଶୁଣାଣି କରିଥିଲେ । ପରେ ଆମାଜନ ଓ ଫ୍ୟୁଚର ରିଟେଲ ମଧ୍ୟରେ ଚାଲିଥିବା ଏହି ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସୁପ୍ରିମକୋର୍ଟ ସିଙ୍ଗାପୁର ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ କାଏମ ରଖି ଫ୍ୟୁଚର ରିଟେଲ ଓ ରିଲାଏନ୍ସ ମଧ୍ୟରେ ହେବାକୁ ଥିବା କାରବାର ଉପରେ ରୋକ ଲଗାଇଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.