ETV Bharat / business

ସେୟାର ବିକ୍ରି କରିବେ ଏସବିଆଇ, ପିଏନବି ଓ ବିଓବି

author img

By

Published : Aug 24, 2020, 1:00 PM IST

ପୁଞ୍ଜି ଏକତ୍ର କରିବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ କ୍ବାଲିଫାଏଡ ଇନଷ୍ଟିଚ୍ୟୁସନାଲ ପ୍ଲେସମେଣ୍ଟ ( କ୍ବାଆଇପି) କୁ ପସନ୍ଦ ବାଟ ଭାବେ ବାଛିପାରନ୍ତି । ସାର୍ବଜନୀକ ବ୍ୟାଙ୍କର ଦ୍ବିତୀୟ ତ୍ରୟମାସ ଫଳାଫଳ ଘୋଷଣା ହେବା ପରେ ସେମାନେ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ଅଧିକ ପଢନ୍ତୁ..

ସେୟାର ବିକ୍ରି କରିବେ ଏସବିଆଇ, ପିଏନବି ଓ ବିଓବି
ସେୟାର ବିକ୍ରି କରିବେ ଏସବିଆଇ, ପିଏନବି ଓ ବିଓବି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧ (ଦ୍ବିତୀୟ ଛଅମାସ) ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଓ ବ୍ୟାଙ୍କ ଅଫ ବରୋଦା ( ବିଓବି) ସମତେ 5 ଟି ବୃହତ୍ତ ବ୍ୟାଙ୍କ ଆନୁଷ୍ଠାନିକ ନିବେଶକଙ୍କୁ ନିଜର ସେୟାର ବିକ୍ରି କରିପାରନ୍ତି । କୋରୋନା ମହାମାରୀ ସଙ୍କଟ ଓ ଅର୍ଥବ୍ୟବସ୍ଥୀରେ ପଡିଥିବା ପ୍ରଭାବ ମଧ୍ୟରେ ପୁଞ୍ଜି ଆାର ବୃଦ୍ଧି ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ଏ ନେଇ ବ୍ୟାଙ୍କର ବିଚାର ଚାଲିଛି ।

ବ୍ୟାଙ୍କିଙ୍ଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ , ପୁଞ୍ଜି ଏକତ୍ର କରିବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ କ୍ବାଲିଫାଏଡ ଇନଷ୍ଟିଚ୍ୟୁସନାଲ ପ୍ଲେସମେଣ୍ଟ ( କ୍ବାଆଇପି) କୁ ପସନ୍ଦ ବାଟ ଭାବେ ବାଛିପାରନ୍ତି । ସାର୍ବଜନୀକ ବ୍ୟାଙ୍କର ଦ୍ବିତୀୟ ତ୍ରୟମାସ ଫଳାଫଳ ଘୋଷଣା ହେବା ପରେ ସେମାନେ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।

ଅକ୍ଟୋବର ଶେଷ ସୁଦ୍ଧା ବ୍ୟାଙ୍କଗୁଡିକ ନିୟମ ଅନାଦେୟ ସମ୍ପତ୍ତି (ଏନପିଏ) , ଏକକାଳୀନ ଋଣ ପୁର୍ନଗଠନ , ଆଗାମୀ ରେଟିଂ ନେଇ ଏକ ସ୍ପଷ୍ଟ ଛବି ପାଇବେ । ଏହା ପରେ ସେମାନଙ୍କ ସେୟାର ବିକ୍ରି ଲକ୍ଷ୍ୟରେ ମର୍ଚ୍ଚାଣ୍ଟ ବ୍ୟାଙ୍କର ନିଯୁକ୍ତି ଓ ଅନ୍ୟ ଆନୁଷ୍ଠାନିକ ଅନୁମୋଦନ ପ୍ରକ୍ରିୟା ଆରମ୍ଭ ହେବ ।

ପିଏନବି ପାଣ୍ଠି ଏକତ୍ର ପାଇଁ ଚତୁର୍ଥ ତ୍ରୟମାସରେ କ୍ୟୁଆଇପି ଜରିଆରେ ଅଂଶଧନ ବିକ୍ରି ପାଇଁ ସୂଚନା ଦେଇଛି । ସେହିପରି ଏହା ମାଧ୍ୟମରେ 20,000 କୋଟି ଟଙ୍କା ଉଠାଣ ପାଇଁ ଏସବିଆଇ ନିଜ ଅଂଶୀଦାରଙ୍କ ଅନୁମୋଦନ ପାଇଥିବା ବେଳେ ପିଏନବି 7,000 କୋଟି ଟଙ୍କା ଉଠାଣ ପାଇଁ ଗ୍ରୀନ ସିଗନାଲ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.