ନୂଆଦିଲ୍ଲୀ: ସୋମବାର ଏସବିଆଇ କାର୍ଡ ନିଜ ଗ୍ରାହକଙ୍କୁ ଜାଣିବା (kyc)ନିୟମ ପ୍ରକ୍ରିୟାକୁ ଭିଡିଓ ମାଧ୍ୟମରେ କରିବାକୁ ସୁବିଧା ଆରମ୍ଭ କରିଛି । ଗ୍ରାହକଙ୍କ ଅନୁଭବକୁ ସହଜ କରୁଥିବା ଏହି ସୁବିଧାକୁ କମ୍ପାନୀ କେୱାଇସି ନାଁ ଦେଇଛି ।
କମ୍ପାନୀ ଏକ ବିଜ୍ଞପ୍ତିରେ କହିଛି କି, ଏହି ସୁବିଧା ଏସବିଆଇ କାର୍ଡ ପାଇଁ ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଗଜହୀନ ଓ ଡିଜିଟାଲ କରିବ । ପ୍ରକାଶ ଯେ, ଏସବିଆଇ କାର୍ଡ ହେଉଛି ଦେଶର ସର୍ବବୃହତ କ୍ରେଡିଟ କାର୍ଡ ଜାରି କରିଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ସହାୟକ କମ୍ପାନୀ।
କମ୍ପାନୀ କହିଛି ଯେ VKYC(Video Know Your Customer) କେବଳ ଠକେଇକୁ କମ କରିବାରେ ସାହାଯ୍ୟ କରିବ ନାହିଁ ବରଂ ଏହା KYC ପ୍ରକ୍ରିୟା ପୁରା ପାଇଁ ହେଉଥିବା ଖର୍ଚ୍ଚକୁ ପ୍ରାୟ ଅଧା କରିବ ।
ଦେଶବ୍ୟାପୀ ଲକଡାଉନ ଏବଂ କୋଭିଡ -19 ସଙ୍କଟ ସମୟରେ ପାରସ୍ପରିକ ଦୂରତା ନିୟମର ଅନୁପାଳନକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ସୁବିଧା ଆରମ୍ଭ କରିଛି ।
ଏସବିଆଇ କାର୍ଡର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହରଦୟାଲ ପ୍ରସାଦ କହିଛନ୍ତି ଯେ, ଆମେ ଟେକ୍ନୋଲୋଜିକୁ ଆପଣାଉଥିବା କମ୍ପାନୀ। ଏଥିପାଇଁ ଆମେ ରଣନୀତିକ ପୁଞ୍ଜି ବିନିଯୋଗ କରିଛୁ ଏବଂ ଅତ୍ୟାଧୁନିକ ଭିତ୍ତିଭୂମିର ମଧ୍ୟ ବିକାଶ କରିଛୁ।