ETV Bharat / business

ସେଲର ପ୍ରଥମ ମହିଳା ପ୍ରମୁଖ ହେବେ ସୋମ ମଣ୍ଡଲ

ପବ୍ଲିକ ଏଣ୍ଟରପ୍ରାଇଜେସ ସିଲେକ୍ସନ ବୋର୍ଡ ସରକାରୀ ନବରତ୍ନ କମ୍ପାନୀ ସେଲର ଆଗାମୀ ଚେୟାରମ୍ୟାନ ପାଇଁ ସୋମା ମଣ୍ଡଲଙ୍କ ନାଁକୁ ସୁପାରିଶ କରିଛି । ଅଧିକ ପଢନ୍ତୁ..

ସେଲର ପ୍ରଥମ ମହିଳା ପ୍ରମୁଖ ହେବେ ସୋମ ମଣ୍ଡଲ
ସେଲର ପ୍ରଥମ ମହିଳା ପ୍ରମୁଖ ହେବେ ସୋମ ମଣ୍ଡଲ
author img

By

Published : Aug 13, 2020, 5:49 PM IST

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଷ୍ଟିଲ ନିର୍ମାତା କମ୍ପାନୀ ସେଲର ଇତିହାସରେ ପ୍ରଥମ ଘଟଣା ହେବାକୁ ଯାଉଛି । ପବ୍ଲିକ ଏଣ୍ଟରପ୍ରାଇଜେସ ସିଲେକ୍ସନ ବୋର୍ଡ ସରକାରୀ ନବରତ୍ନ କମ୍ପାନୀ ସେଲର ଆଗାମୀ ଚେୟାରମ୍ୟାନ ପାଇଁ ସୋମା ମଣ୍ଡଲଙ୍କ ନାଁକୁ ସୁପାରିଶ କରିଛି । ସେ ଏହି ପଦ ସମ୍ଭାଳିବା କ୍ଷେତ୍ରରେ ସେ ପ୍ରଥମ ମହିଳା ହେବେ ।

ବର୍ତ୍ତମାନ ମଣ୍ଡଳ ସେଲରେ ଡାରେକ୍ଟର (କମର୍ସିଆଲ) ପଦରେ ଅଛନ୍ତି । ତେବେ ତାଙ୍କୁ ଚେୟାରପର୍ସନ ଭାବେ ଦାୟିତ୍ବ ପ୍ରଦାନ ପାଇଁ ମନ୍ତ୍ରୀମଣ୍ଡଳ ନିଯୁକ୍ତି ସମିତିର ଗ୍ରୀନ ସିଗନାଲକୁ ଅପେକ୍ଷା ରହିଛି । ଯଦିଓ ତାଙ୍କର ନିଯୁକ୍ତିକୁ ମଞ୍ଜୁରୀ ମିଳିବ, ତେବେ ସେ ଅନୀଲ କୁମାର ଚୌଧୁରୀଙ୍କ ସ୍ଥାନ ନେବେ । ଅନୀଲ କୁମାର ଡିସେମ୍ବର ମାସରେ ଅବସର ନେବେ ।

ପ୍ରକାଶ ଯେ, କୌଣସି ରାଷ୍ଟ୍ରାୟତ ଉଦ୍ୟୋଗ ନବରତ୍ନ କମ୍ପାନୀର ପ୍ରମୁଖ ଭାବେ ବହୁତ କମ ମହିଳା ଦାୟିତ୍ବ ତୁଲାଇଛନ୍ତି । ସୋମ ମଣ୍ଡଲ ଏନଆଇଟି ରାଉରକେଲାରେ ଇଲୋକ୍ଟ୍ରୋନିକ ଇଞ୍ଜିନିୟରିଂ ଡିଗ୍ରୀ ନେବା ପରେ 1984 ରେ ସରକାରୀ ଆଲୁମିନିୟମ କମ୍ପାନୀ ନାଲକୋରେ ଯୋଗ ଦେଇଥିଲେ । କେଇ ବର୍ଷ ଏଠାରେ କାମ କରିବା ପରେ ସେ 2017 ରେ ସେଲ ରେ ଡାରେକ୍ଟର ଭାବେ ଦାୟିତ୍ବ ସମ୍ଭାଳୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.