ETV Bharat / business

ଡେଞ୍ଜରରେ ଡିସକମ: ସରକାରୀ ସହାୟତାଠୁ ଅଧିକ କମ୍ପାନୀଙ୍କ ବକେୟା - Rs 90k cr package for discoms not enough

ବକେୟାର 1 ଲକ୍ଷ କୋଟିରୁ ଅଧିକ । ହେଲେ ଆର୍ଥିକ ସହାୟତା ମିଳିଛି 90,000 କୋଟି ଟଙ୍କା । ଏଭଳି କ୍ଷେତ୍ରରେ କିଭଳି ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ମିଳିବ ବୁଷ୍ଟର...

ଡିସକମକୁ 90 ହଜାର କୋଟି ପର୍ଯ୍ୟାପ୍ତ ନୁହେଁ
ଡିସକମକୁ 90 ହଜାର କୋଟି ପର୍ଯ୍ୟାପ୍ତ ନୁହେଁ
author img

By

Published : Jul 7, 2020, 12:50 PM IST

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଜୁଝୁଥିବା ସରକାରୀ ବିଦ୍ୟୁତ ବିତରଣ କମ୍ପାନୀ(ଡିସକମ) ପାଇଁ କେନ୍ଦ୍ର ଦ୍ବାରା ଘୋଷିତ 90,000 କୋଟି ଟଙ୍କାର ଲିକ୍ୟୁଡିଟି ସହାୟତା ପର୍ଯ୍ୟାପ୍ତ ନୁହେଁ । କମ୍ପାନୀ ଗୁଡିକର ବକେୟା ହିଁ 1 ଲକ୍ଷ କୋଟି ଟଙ୍କା ଉପରେ ରହିଛି ।

ବିଦ୍ୟୁତ ଉତ୍ପାଦନ କମ୍ପାନୀଗୁଡିକର ଡିସକମ ଉପରେ ବକେୟା ବର୍ଷାନୁକ୍ରମିକ ଆଧାରରେ 73 ପ୍ରତିଶତ ଓ ମାସିକ ହାରରେ 8 ପ୍ରତିଶତ ବୃଦ୍ଧି ପାଇଁ 2020 ଏପ୍ରିଲ ସୁଦ୍ଧା 1,05,000 କୋଟି ଟଙ୍କାରେ ପହଞ୍ଚିଛି ।

ସମୁଦାୟ ବକେୟା ହେଉଛି 1,23,000 କୋଟି, ଯାହାକି ନଭେମ୍ବର 2015 ସୁଦ୍ଧା 1,35,000 କୋଟି ଟଙ୍କା ସର୍ବୋଚ୍ଚ ସ୍ତରର ନିକଟତର । ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ଉପରେ ବିଦ୍ୟୁତ ଉତ୍ପାଦନ କମ୍ପାନୀଙ୍କ ମୋଟ ବକେୟାର 81 ପ୍ରତିଶତ କେବଳ ରାଜସ୍ତାନ, ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଝାଡଖଣ୍ଡ ଭଳି ପ୍ରମୁଖ ରାଜ୍ୟର ଡିସକମରେ ରହିଛି ।

ଏମକେଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ , ଡିସକମର ଗୁରୁତର ଆର୍ଥିକ ସ୍ଥିତି ଲକଡାଉନ ମଧ୍ୟରେ ଆହୁରି ବିଗିଡିଯାଇଛି । କାରଣ ସମସ୍ତ ବାଣିଜ୍ୟିକ ଓ ଉଦ୍ୟୋଗ ସେଗମେଣ୍ଟରେ ବିଦ୍ୟୁତର ବ୍ୟବହରେ ପ୍ରବଳ ହ୍ରାସ ହୋଇଛି । ସଂଗ୍ରହ ମଧ୍ୟ 2020 ଏପ୍ରିଲରେ 20 ପ୍ରତିଶତ ଓ 2020 ମେ ମାସରେ 35-40 ପ୍ରତିଶତ ଖସିଛି । ଏହା ଦ୍ବାରା ଡିସକମ ଉପରେ ରହିଥିବା ବୋଝ ଆହୁରୀ ବଢିଯାଇଛି ।

ତେବେ ନିକଟରେ ସରକାର ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ୟାକେଜରେ ଡିସକମ ପାଇଁ 90 ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛି । ହେଲେ ଏହା ଧୀମା ଗତିରେ କାର୍ଯ୍ୟକାରୀ କରୁଛି । ଏଭଳି ହେଲେ ଡିସକମର ଆର୍ଥିକ ସ୍ଥିତି ଆହୁରୀ ବିଗିଡିବା ସମ୍ଭାବନା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.