ETV Bharat / business

ଇଲେକ୍ଟ୍ରିକ୍ ଯାନ ଲକ୍ଷ୍ୟ ପୂରଣ ପାଇଁ ଲୋଡା 12.5 ଲକ୍ଷ କୋଟି ନିବେଶ - electric vehicle

ଇଲେକ୍ଟ୍ରିକ୍ ଯାନର ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବା ପାଇଁ 12.5 ଲକ୍ଷ କୋଟି ଟଙ୍କା ବିନିଯୋଗ କରିବା ଆବଶ୍ୟକ । ଏ ନେଇ ଏକ ଅଧ୍ୟୟନରୁ ଜଣାପଡିଛି ।

ଇଲେକ୍ଟ୍ରିକ୍ ଯାନ ଲକ୍ଷ୍ୟ ପୂରଣ ପାଇଁ ଲୋଡା 12.5 ଲକ୍ଷ କୋଟି ନିବେଶ

author img

By

Published : Dec 8, 2020, 10:32 PM IST

ନୂଆଦିଲ୍ଲୀ: ଭାରତ ଯଦି ଇଲେକ୍ଟ୍ରିକ ଗାଡି (ଇଭି) 2030 ର ମହତ୍ବକାଂକ୍ଷୀ ଲକ୍ଷ୍ୟକୁ ହାସଲ କରେ ତେବେ ଏହାର ବଜାର ପାଖାପାଖୀ 14.42 ଲକ୍ଷ କୋଟି ଟଙ୍କାର ହୋଇପାରିବ । ହେଲେ ଏଥିପାଇଁ ପ୍ରାୟ 12.50 ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକ ରହିଛି । ଏ ନେଇ ଏକ ଅଧ୍ୟୟନରେ କୁହାଯାଇଛି ।

CEEW ସେଣ୍ଟର ଫର ଏନର୍ଜି ଫାଇନାନ୍ସ (CEEW-CEF). ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ 2020 ମାର୍ଚ୍ଚ ଶେଷ ସୁଦ୍ଧା ଭାରତରେ ପଞ୍ଜିକୃତ ଇଭିର ମୋଟ ସଂଖ୍ୟା କେବଳ 5 ଲକ୍ଷ ଥିଲା । ଅଧ୍ୟୟନ ଅନୁସାରେ , ସମସ୍ତ ଯାନ ବିଭାଗରେ ମୋଟ ଇଭି ବିକ୍ରୟ 2030 ସୁଦ୍ଧା 10 କୋଟିରୁ ଅଧିକ ହୋଇପାରେ, ଯାହା ବର୍ତ୍ତମାନର ବଜାର ଆକାରର 200 ଗୁଣ ହେବ ।

ଅଧ୍ୟୟନରେ କୁହାଯାଇଛି ଯେ, ଭାରତର ଇଭି ଅଭିଳାଷକୁ ସାକାର କରିବା ପାଇଁ ଆର୍ଥିକ ବର୍ଷ 2030 ସୁଦ୍ଧା ବାର୍ଷିକ ବ୍ୟାଟେରୀ କ୍ଷମତା ଆନୁମାନିକ 158 GW ଆବଶ୍ୟକ ହେବ । ଏହା ବଜାର ଘରୋଇ ଉତ୍ପାଦକମାନଙ୍କ ପାଇଁ ଏକ ବଡ଼ ଆକାରରେ ସୁଯୋଗ ପ୍ରଦାନ କରିବ ।

ଅଧ୍ୟୟନରେ ନୀତି ଆୟୋଗର ଲକ୍ଷ୍ୟକୁ ଦର୍ଶାଇ କୁହାଯାଇଛି ଯେ, ଭାରତର ଇଭି 2030 ଲକ୍ଷ ଅନୁସାରେ 2030 ସୁଦ୍ଧା ସମସ୍ତ ବାଣିଜ୍ୟିକ କାରର 70 ପ୍ରତିଶତ, ଘରୋଇ କାରର 30 ପ୍ରତିଶତ , ବସର 40 ପ୍ରତିଶତ ଓ ଦୁଇଚକିଆ ଏବଂ ତିନିଚକିଆ ଯାନର 80 ପ୍ରତିଶତ ବିକ୍ରି ଇଭିର ହେବ ।

2030 ସୁଦ୍ଧା ଘରେ ରହିଥିବା ଘରୋଇ ଚାର୍ଜିଂ ପଏଣ୍ଟ ବ୍ୟତୀତ ଭାରତକୁ 29 ଲକ୍ଷରୁ ଅଧିକ ଜନସାଧାରଣ ଚାର୍ଜିଂ ପଏଣ୍ଟ ଆବଶ୍ୟକ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.