ETV Bharat / business

ଲକଡାଉନ ମାଡ , ସଡକ EPC କମ୍ପାନୀଙ୍କ ରାଜସ୍ବ 8-10% ଖସିବ

author img

By

Published : Jun 24, 2020, 7:58 PM IST

କୋରୋନା ପ୍ରଭାବରେ ଆର୍ଥିକ ଗତିବିଧି ଠପ । ଏଥିସହ ସଡକ ଇପିସି ଫାର୍ମର ରାଜସ୍ବ 8ରୁ 11 ପ୍ରତିଶତ ହ୍ରାସ ସମ୍ଭାବନା ରହିଛି । କ୍ରିସିଲ ରେଟିଂ ଏ ନେଇ ରିପୋର୍ଟ ପ୍ରକାଶ କରିଛି । ଅଧିକ ପଢନ୍ତୁ..

Revenue of road EPC companies to de-grow 8-10% this fiscal
ଲକଡାଉନ ମାଡ , ସଡକ EPC କମ୍ପାନୀଙ୍କ ରାଜସ୍ବ 8-10% ଖସିବ

ନୂଆଦିଲ୍ଲୀ: ରୋଡ-ବିଲ୍ଡିଂ ଇଞ୍ଜିନିୟରିଂ, ପ୍ରୋକ୍ୟୁମେଣ୍ଟ ଆଣ୍ଡ କଷ୍ଟ୍ରକ୍ସନ (EPC) କମ୍ପାନୀଙ୍କୁ ଚଳିତ ଆର୍ଥିକ ବର୍ଷ (2020-21) ରାଜସ୍ବ 8ରୁ 10 ପ୍ରତିଶତ ହ୍ରାସ ପାଇବା ସମ୍ଭାବନା ରହିଛି । କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ଲକଡାଉନ ଜାରି ରହିଥିବା ଯୋଗୁଁ ଗତିବିଧି ପ୍ରଭାବିତ ହୋଇଛି । ମଙ୍ଗଳବାର ରେଟିଂ ଏଜେନ୍ସି କ୍ରିସିଲ ଏ ନେଇ ଦର୍ଶାଇଛି ।

2017ରୁ 2020 ମଧ୍ୟରେ 17 ପ୍ରତିଶତ ଅଭିବୃଦ୍ଧି ତୁଳନା କଲେ 300ରୁ ଅଧିକ ବିଶ୍ଲେଷଣ ଦେଖାଦିଏ । କୋରୋନା ସଙ୍କଟ ମଧ୍ୟରେ ପ୍ରାୟ ସେକ୍ଟର ଗଭୀର ଭାବେ ପ୍ରଭାବିତ । ଟେଲିକମକୁ ବାଦ ଦେଲେ ଉପଭୋକ୍ତା ବର୍ଗ ଓ ଫାର୍ମାକୁ ଆଶଙ୍କା ରହିଛି କି ଏବର୍ଷ ସେମାନଙ୍କ ଆୟ ପ୍ରବଳ ହ୍ରାସ ହେବ ।

ଗତ ଦୁଇଟି ଆର୍ଥିକ ବର୍ଷରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଦ୍ବାରା କମ ପୁରସ୍କାର ପାଇବା ସହିତ ରାଜସ୍ୱ ଅଭିବୃଦ୍ଧି କିଛି ପରିମାଣରେ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା । ତେବେ ଏହି ଆର୍ଥିକ ବର୍ଷ ଲକଡାଉନ ଯୋଗୁଁ କାମରେ ମନ୍ଥରତା ଏବଂ ଶ୍ରମିକ ଅଭାବ ଯୋଗୁଁ ଆଶା ରହିଛି କି ଏଥର ରାଜସ୍ବ ଅଭିବୃଦ୍ଧି ନେଗେଟିଭ ରହିପାରେ ବୋଲି କ୍ରିସିଲ କହିଛି ।

କ୍ରିସିଲ ରେଟିଂର ବରିଷ୍ଠ ନିର୍ଦ୍ଦେଶକ ସଚିନ ଗୁପ୍ତା କହିଛନ୍ତି କି, ସାଧାରଣତଃ ଇପିସି ପ୍ରୋଜେକ୍ଟ ସର୍ବାଧିକ ନିଷ୍ପାଦନ ଓ ବିଲ୍ଡିଂ ମାର୍ଚ୍ଚରେ କରାଯାଇଥାଏ । ହେଲେ ଚଳିତ ବର୍ଷ ମାର୍ଚ୍ଚ 22ରୁ ଲକଡାଉନ ନେଇ କାମ ବନ୍ଦ ରହିଛି । ଫଳରେ ଗତ ଆର୍ଥିକ ବର୍ଷର ଶେଷ ଦିନରୁ ଚଳିତ ଆର୍ଥିର ବର୍ଷର ଆରମ୍ଭ ପରଠୁ କାମ ବନ୍ଦ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.