ETV Bharat / business

ଆପଲ ପରେ ଦୁନିଆର ସବୁଠୁ ବଡ ବ୍ରାଣ୍ଡ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

author img

By

Published : Aug 6, 2020, 1:30 PM IST

ଫ୍ୟୁଚର ବ୍ରାଣ୍ଡ ସୂଚକାଙ୍କ 2020 ’ ରେ ଦୁନିଆର ଦ୍ବିତୀୟ ସର୍ବବୃହତ୍ତ ବ୍ରାଣ୍ଡ ଭାବେ ସ୍ଥାନ ପାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ । ପ୍ରଥମରେ ଆପଲ ରହିଛି । ଅଧିକ ପଢନ୍ତୁ..

Reliance Industries
Reliance Industries

ନୂଆଦିଲ୍ଲୀ: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ‘ଫ୍ୟୁଚର ବ୍ରାଣ୍ଡ ସୂଚକାଙ୍କ 2020 ’ ରେ ଦୁନିଆର ଦ୍ବିତୀୟ ସର୍ବବୃହତ୍ତ ବ୍ରାଣ୍ଡ ଭାବେ ସ୍ଥାନ ପାଇଛି । ଆରଆଇଏଲର ରିଫାଇନାରୀ , ଖୁଚୁରା ଓ ଦୂରସଞ୍ଚାର କ୍ଷେତ୍ରରେ କାମ କରୁଥିବା ପ୍ରମୁଖ କମ୍ପାନୀ ଅଟେ ।

ଫ୍ୟୁଚର ବ୍ରାଣ୍ଡ 2020 ର ଏହି ଲିଷ୍ଟ ଜାରି କରି କହିଛି କି, ‘‘ ଦ୍ୱିତୀୟ ସ୍ଥାନ ପାଇଁ ଏହା ହେଉଛି ଲମ୍ବା ଲମ୍ଫ। ରିଲାଏନ୍ସ ଇଣ୍ଡଷ୍ଟ୍ରି ସବୁ ମାପକାଠିରେ ଠିଆ ହୋଇଛି ।

ରିଲାଏନ୍ସ ଭାରତରେ ସବୁଠୁ ଅଧିକ ପ୍ରଫିଟ କମାଉଥିବା କମ୍ପାନୀ ମଧ୍ୟରୁ ଅନ୍ୟତମ । କମ୍ପାନୀର ସମ୍ମାନ ମଧ୍ୟ ଭଲ ରହିଛି । ଏହା ନୈତିକ ଦୃଷ୍ଟିକୋଣରୁ କାମ କରୁଛି । ଏହା ସହିତ କମ୍ପାନୀର ଅଭିନବ ଉତ୍ପାଦ, ‘ଉତ୍ତମ ଗ୍ରାହକ ଅଭିଜ୍ଞତା’ ଏବଂ ‘ଅଭିବୃଦ୍ଧି’ ସହିତ ଯୋଡି ହୋଇ ରହିଛି ବୋଲି ରିପୋର୍ଟରେ କୁହାଯାଇଛି ।

କମ୍ପାନୀ ସହିତ ଲୋକଙ୍କ ଭାବପ୍ରବଣ ସମ୍ପର୍କ ରହିଛି । ଫ୍ୟୁଚରବ୍ରାଣ୍ଡ ହେଉଛି ବିଶ୍ବସ୍ତରୀୟ ବ୍ରାଣ୍ଜ ମେକଓଭର କମ୍ପାନୀ । ଏହା ଗତ 6 ବର୍ଷ ଧରି ବ୍ରାଣ୍ଡେଡ କମ୍ପାନୀଙ୍କ ଲିଷ୍ଟ ଜାରି କରି ଆସୁଛି । ରିପୋର୍ଟରେ ଦର୍ଶାଯାଇଛି କି, ରିଲାଏନ୍ସର ସଫଳତା ପାଇଁ ଶ୍ରେୟ ଅମ୍ବାନୀଙ୍କୁ ଦିଆଯିବା ଉଚିତ । ସେ କମ୍ପାନୀଙ୍କୁ ଭାରତୀୟଙ୍କ ପାଇଁ ଏକ ମେଗାଷ୍ଟୋର ଭଳି ୱାନ ଷ୍ଟପ ଦୋକାନ ଭାବେ ପରିଚୟ ଦେଇଛନ୍ତି ।

ଏହି ସୂଚୀରେ ଆପଲ ସବୁଠୁ ଶୀର୍ଷରେ ରହିଛି । ସେହିପରି ତୃତୀୟରେ ସାମସଙ୍ଗ, ଚତୁର୍ଥରେ ଏନବିଭିଡିଓ , ମୋତାଇ ପଞ୍ଚମରେ , ନାଇକି ଷଷ୍ଠରେ , ମାଇକ୍ରୋସଫ୍ଟ ସପ୍ତମରେ , ଏଏସଏମଏଲ ଅଷ୍ଟମରେ , ନେଟଫ୍ଲିକ୍ସ ଦଶମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.